Kalia Yojana New List 2022: ନୂଆଖାଇରେ ମିଳିବ କାଳିଆ ସହାୟତା କିସ୍ତି
ଭୁବନେଶ୍ଵର: Kalia Yojana New List 2022: ପୁଣି ମିଳିବ କାଳିଆ (Kalia Yojana) ସହାୟତା କିସ୍ତି। ସେପ୍ଟମ୍ବର ପହିଲା ନୂଆଖାଇ (Nua Khai) ଅବସରରେ ରାଜ୍ୟ ସରକାର କୃଷକମାନଙ୍କୁ କାଳିଆ ସହାୟତା ଅର୍ଥ ପ୍ରଦାନ କରିବେ। ପ୍ରତ୍ୟେକ ହିତାଧିକାରୀଙ୍କ ଜମାଖାତାକୁ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ମୋଟ ୪୧ ଲକ୍ଷ ଚାଷୀ ସହାୟତା ପାଇବେ। ମୋଟ ୮୬୯ କୋଟି ଟଙ୍କା ସହାୟତା ଆକାରରେ ପ୍ରଦାନ କରାଯିବ।
Read Also | Covid Cases in Odisha 2022: ଗତ ୨୪ ଘଣ୍ଟାରେ ରାଜ୍ୟରୁ ୨୩୨ ଜଣ କରୋନା ସଂକ୍ରମିତ ଚିହ୍ନଟ
ସୂଚନାଯୋଗ୍ୟ ପୂର୍ବରୁ ୭ ଥର ଚାଷୀଙ୍କ ଖାତାରେ କାଳିଆ ସହାୟତା ଅର୍ଥ ପ୍ରଦାନ କରାଯାଇଛି। ନୂଆଖାଇ ଅବସରରେ କାଳିଆ ଯୋଜନାର ଅଷ୍ଟମ କିସ୍ତି ଅର୍ଥ ପ୍ରଦାନ କରାଯିବ। ରାଜ୍ୟ ସରକାର ଚଳିତ ବଜେଟ୍ରେ କୃଷି କ୍ଷେତ୍ର ପାଇଁ ୨୧ ହଜାର ୧୬୬ କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଯେଉଁଥିରେ କାଳିଆ ସହାୟତାକୁ ୧ ହଜାର ୮୭୪ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ପୂର୍ବରୁ ସରକାରଙ୍କ ଘୋଷଣା ଅନୁସାରେ ଅକ୍ଷୟତୃତୀୟା ଏବଂ ନୂଆଖାଇ ଅବସରରେ ରାଜ୍ୟର କୃଷକମାନଙ୍କୁ କାଳିଆ ସହାୟତା ଅର୍ଥ ପ୍ରଦାନ କରାଯାଉଛି।
[amazon_auto_links id=”9939″]