Dhenkanal: ଢେଙ୍କାନାଳ ଜିଲ୍ଲାରେ କମିଲା କରୋନା ସଂକ୍ରମଣ, ଆଜି ୧୩ ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ବହୁତ ଦିନପରେ କମିଛି କରୋନା (Coronavirus) ସଂକ୍ରମଣ। ଦୈନିକ କରୋନା ସଙ୍କ୍ରମିତଙ୍କ ସଂଖ୍ୟା ୨୦ ତଳକୁ ଖସିଆସିଛି। ଆଜି ନୂଆ ୧୩ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୭ ଏବଂ ହସ୍ପିଟାଲରୁ ୬ଜଣ ଚିହ୍ନଟ ଅଛନ୍ତି।

ଆଜି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ଦେଉଳସାହି, ଗୁଡିଆନାଳି, କୁଂଜକାନ୍ତ, ଭାଗରଥୀବିହାର ଏବଂ ବାଜିଚୌକରୁ ଜଣେ ଲେଖାଏଁ ଅଛନ୍ତି।

mahimalive

ହିନ୍ଦୋଳ ବ୍ଲକ (Hindol Block) ରୁ ୪ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଦୁଦୁରକୋଟ, ଦୁର୍ଗାପ୍ରସାଦ ବ୍ରାହ୍ମଣୀଆପାଳ  ଏବଂ ତର୍କାବେଡ଼ାରୁ ଜଣେ ଲେଖାଏଁ ଅଛନ୍ତି।

ଓଡାପଡା ବ୍ଲକ (Oapada Block) ରୁ ଚିହ୍ନଟ ୨ଜଣଙ୍କ ମଧ୍ୟରୁ କାଶିଆଡିହି ଏବଂ ରସାସିଂହାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର NAC ରୁ ଜଣେ ଅଛନ୍ତି। ଗଁଦିଆ ବ୍ଲକର କାବେରାରୁ ଜଣେ ଅଛନ୍ତି।

ଗତକାଲି ଜିଲ୍ଲାରେ ୧୭୬୩ ଜଣଙ୍କ ଟେଷ୍ଟିଂ  ହୋଇଥିଲା। ମୋଟ ୩ ଲକ୍ଷ ୭୮   ହଜାର ୭୨୬ ସାମ୍ପୁଲ ଟେଷ୍ଟ ହୋଇଛି। ସେଥିମଧ୍ୟରୁ ମୋଟ ୧୮ ହଜାର ୮୩୮  ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୪୮ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୮ ହଜାର ୧୮୯ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୫୪୧ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ଆଜି ଜିଲାରୁ ଜଣେ  ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୧୦୮ରେ ପହଞ୍ଚିଛି।

[amazon_auto_links id=”10233″]

Also Read | Odisha News: ପୁଲିସ ଏନ୍‌କାଉଣ୍ଟରରେ ଗ୍ୟାଙ୍ଗଷ୍ଟର ହାଇଦର ମୃତ୍ୟୁ

Share this: