Odisha Covid Updates:ଆଜି ଓଡ଼ିଶାରେ ୧୬୩୭ଜଣ ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ଓଡ଼ିଶା (Odisha) ରେ ଗତ ୨୪ ଘଣ୍ଟାରେ ୧ ହଜାର ୬୩୭ଜଣ କରୋନା ସଂକ୍ରମିତ (Coronavirus)  ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୯୪୯  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୬୮୮ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୩୫୦ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୦୦ଜଣ, ବାଲେଶ୍ଵରରୁ ୫୭ଜଣ, ବରଗଡ଼ରୁ ୧୧ଜଣ, ଭଦ୍ରକରୁ ୭୧ଜଣ, ବଲାଙ୍ଗୀରିରୁ ୮ଜଣ, ବୌଦରୁ ୯ଜଣ, କଟକରୁ ୨୫୦ଜଣ, ଦେଓଗଡ଼ରୁ ୪ଜଣ, ଢେଙ୍କାନାଳରୁ ୫୦ଜଣ, ଗଞ୍ଜାମରୁ ୧୬ଜଣ, ଜଗତସିଂପୁରରୁ ୮୫ଜଣ, ଯାଜପୁରରୁ ୮୦ଜଣ, ଝାରସୁଗୁଡାରୁ ୬ଜଣ, କଳାହଣ୍ଡିରୁ ୭ଜଣ, କନ୍ଧମାଳରୁ ୩୬ଜଣ, କେନ୍ଦ୍ରାପଡ଼ାରୁ ୭୬ଜଣ, କେଉଁଝରରୁ ୧୮ଜଣ, କୋରାପୁଟରୁ ୯ଜଣ, ମାଲକାନଗିରିରୁ ୯ଜଣ, ମୟୁରଭଞ୍ଜରୁ ୭୫ଜଣ, ନବରଙ୍ଗପୁରରୁ ୯ଜଣ, ନୟାଗଡ଼ରୁ ୩୯ଜଣ, ନୂଆପଡ଼ାରୁ ୧୪ଜଣ, ପୁରୀରୁ ୭୮ଜଣ, ରାୟଗଡାରୁ ୧୪ଜଣ, ସମ୍ବଲପୁରରୁ ୧୩ଜଣ, ସୋନପୁରରୁ ୧୧ଜଣ, ସୁନ୍ଦରଗଡରୁ ୬୧ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୭୧ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୫୬ ଲକ୍ଷ ୫୬ ହଜାର ୨୦୪ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୯ ଲକ୍ଷ ୬୯ ହଜାର ୧୮୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୨ହଜାର ୧୦୮ଜଣ ସୁସ୍ଥ ହେବା ସହିତ ମୋଟ ୯ ଲକ୍ଷ ୪୫ ହଜାର ୧୭୭ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୮ହଜାର ୩୮୧ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9939″]

Share this: