Corona:ଆଜି ରାଜ୍ୟରୁ ୧୧ ହଜାର ୧୦୮ ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ ଆଜି ପୁଣି ୧୧ହଜାର ୧୦୮ଜଣ କରୋନା ସଂକ୍ରମିତ(Corona Virus) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୬୨୧୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୮୮୯ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସର୍ବାଧିକ ୧୪୫୧ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୮୬୪ଜଣ, ବାଲେଶ୍ଵରରୁ ୫୦୯ଜଣ, ବରଗଡ଼ରୁ ୩୩୯ଜଣ, ଭଦ୍ରକରୁ ୪୮୯ଜଣ, ବଲାଙ୍ଗୀରିରୁ ୨୯୮ଜଣ, ବୌଦ୍ଧରୁ ୨୭୩ଜଣ, କଟକରୁ ୯୪୪ଜଣ, ଦେଓଗଡ଼ରୁ ୧୨୫ଜଣ, ଢେଙ୍କାନାଳରୁ ୧୩୧ଜଣ, ଗଜପତିରୁ ୧୫୭ଜଣ, ଗଞ୍ଜାମରୁ ୨୧୪ଜଣ, ଜଗତସିଂପୁରରୁ ୩୧୮ଜଣ, ଯାଜପୁରରୁ ୩୯୬ଜଣ, ଝାରସୁଗୁଡାରୁ ୧୧୩ ଜଣ, କଳାହାଣ୍ଡିରୁ ୩୯ଜଣ, କନ୍ଧମାଳରୁ ୧୩୨ଜଣ, କେଉଁଝରରୁ ୧୬୯ଜଣ,କୋରାପୁଟରୁ ୨୫୧ଜଣ, କେନ୍ଦ୍ରାପଡ଼ାରୁ ୧୫୦ଜଣ, ମୟୁରଭଞ୍ଜରୁ ୬୩୫ଜଣ, ମାଲକାନଗିରିରୁ ୧୦୦ଜଣ, ନବରଙ୍ଗପୁରରୁ ୩୫୭ଜଣ, ନୟାଗଡ଼ରୁ ୩୩୨ଜଣ, ନୂଆପଡ଼ାରୁ ୧୧୪ଜଣ, ପୁରୀରୁ ୪୭୩ଜଣ, ରାୟଗଡାରୁ ୨୦୯ଜଣ, ସମ୍ବଲପୁରରୁ ୩୮୪ଜଣ, ସୋନପୁରରୁ ୧୮୦ଜଣ, ସୁନ୍ଦରଗଡରୁ ୭୦୮ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨୫୪ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧୨ଲକ୍ଷ ୪୧ ହଜାର ୪୦୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୬ ଲକ୍ଷ ୭୯ ହଜାର ୫୩୦  ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୧୦ ହଜାର ୮୮୧ ସୁସ୍ଥ ହେବା ସହିତ ମୋଟ ୫ ଲକ୍ଷ ୬୭ ହଜାର ୩୮୨ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୯ ହଜାର ୬୩୯ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Cyclone Yaas Updates: ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ମଧ୍ୟରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା ‘ୟାସ’!

[amazon_auto_links id=”9932″]

Share this: