Corona Vaccination in India: ଦେଶରେ ମୋଟ ଟିକାକରଣ ୪ କୋଟିରୁ ଉର୍ଦ୍ଧ୍ଵ, ବିଶ୍ଵରେ ଭାରତ ୨ୟ

Share this:

ନୂଆଦିଲ୍ଲୀ: କୋଭିଡ-୧୯(Covid-19) ମୁକାବିଲାରେ ଭାରତ (India) ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ମୋଟ ଟିକାକରଣ (Corona Vaccination) ୪ କୋଟିକୁ ଅତିକ୍ରମ କରିଯାଇଛି।

୨୦୨୧ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ଦେଶରେ ମୋଟ ୩୯.୩୪ ନିୟୁତ ଲୋକଙ୍କ ଟିକାକରଣ ହୋଇପାରିଛି । ଫଳରେ ଟିକା ପ୍ରଦାନରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା ପ୍ରଥମ ସ୍ଥାନରେ ଅଛି।

ଦେଶରେ ଟିକାକରଣର ୬୪ ଦିନରେ ୪ କୋଟିରୁ ଅଧିକ ଲୋକଙ୍କୁ ଟିକାଦାନ କରାଯାଇଛି। ଆଜି ସକାଳ ୭ଟା ସୁଦ୍ଧା ୬ ଲକ୍ଷ ୮୬ ହଜାର ୪୬୯ ସେସନ୍‍ର ମୋଟ ୪ କୋଟି ୨୦ ଲକ୍ଷ ୬୩ ହଜାର ୩୯୨ଜଣଙ୍କୁ ଟିକାଦାନ କରାଯାଇଛି। ଏପର୍ଯ୍ୟନ୍ତ ୬୦ ବର୍ଷରୁ ଅଧିକ ବୟସ୍କ ୧ କୋଟି ୫୯ ଲକ୍ଷ ୫୩ ହଜାର ୯୭୩ ଜଣ ନାଗରିକଙ୍କୁ ଟିକାଦାନ କରାଯାଇଛି।

ସେହିପରି ଏକାଧିକ ରୋଗରେ ପୀଡିତ ୪୫ ବର୍ଷରୁ ଅଧିକ ବୟସ୍କ ୩୨ ଲକ୍ଷ ୨୩ ହଜାର ୬୧୨ ଜଣ ନାଗରିକଙ୍କୁ ଟିକାଦାନ କରାଯାଇଛି। ଟିକାଦାନର ୬୩ତମ ଦିବସରେ ଗତକାଲି ୨୭ ଲକ୍ଷ ୨୩ ହଜାର ୫୭୫ ଜଣଙ୍କୁ ଟିକାଦାନ କରାଯାଇଛି।

କୋଭିଡ-୧୯ ସ୍ଥିତିକୁ ଦେଖିଲେ ପାଞ୍ଚଟି ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ, କର୍ଣ୍ଣାଟକ, ଗୁଜରାଟ ଏବଂ ମଧ୍ୟପ୍ରଦେଶରେ ଦୈନିକ ନୂଆ ମାମଲା ବୃଦ୍ଧି ପାଉଛି।

ଗତ ୨୪ ଘଣ୍ଟା ମଧ୍ୟରେ ଆସିଥିବା ନୂଆ କରୋନା ମାମଲାରୁ ୮୩.୭% ଆସିଛି ଛଅଟି ରାଜ୍ୟରୁ। ଏହି ସମୟ ମଧ୍ୟରେ ଦେଶରେ ମୋଟ ୪୦,୯୫୩ ନୂଆ ମାମଲା ଚିହ୍ନଟ ହୋଇଛି।

ମହାରାଷ୍ଟ୍ରରେ ସର୍ବାଧିକ ୨୫ହଜାର ୬୮୧ ନୂଆ ମାମଲା ଚିହ୍ନଟ ହୋଇଛି ଏହା ପଛକୁ ପଞ୍ଜାବ ରେ ୨୪୭୦ ଏବଂ କେରଳରେ ୧୯୮୪ ମାମଲା ଚିହ୍ନଟ ହୋଇଛି।

Also Read | Covid-19 Odisha Updates: ରାଜ୍ୟରେ ଆଜି ୧୨୦ କରୋନା ସଂକ୍ରମିତ ଚିହ୍ନଟ, କଟକରୁ ସର୍ବାଧିକ

Share this:

Leave a Reply

Your email address will not be published. Required fields are marked *