Corona Vaccination: ଦେଶରେ ମୋଟ ୨କୋଟି ୪୩ ଲକ୍ଷରୁ ଅଧିକ ଟୀକାପ୍ରଦାନ,୧୭ ହଜାରରୁ ଅଧିକ ନୂଆ ସଙ୍କ୍ରମିତ ଚିହ୍ନଟ

Share this:

ନୂଆଦିଲ୍ଲୀ: ଦେଶରେ ଗତ ୨୪ଘଣ୍ଟା ଭିତରେ ୧୩ଲକ୍ଷ ୫୯ ହଜାରରୁ ଅଧିକ ଲୋକଙ୍କୁ କୋଭିଡ୍‍ ପ୍ରତିଷେଧକ (Corona Vaccine) ଦିଆଯାଇଛି। ଏଥିସହିତ ଦେଶରେ ମୋଟ୍‍ ୨ କୋଟି ୪୩ ଲକ୍ଷରୁ ଅଧିକ ଲୋକଙ୍କୁ କୋଭିଡ୍‍ ପ୍ରତିଷେଧକ ଦିଆଯାଇଛି।

ଦେଶରେ କରୋନା ଆରୋଗ୍ୟ ହାର ୯୬.୯୬ ପ୍ରତିଶତରେ ପହଚିଛି। ଗତ ୨୪ଘଣ୍ଟା ମଧ୍ୟରେ ୩୦ ହଜାରରୁ ଅଧିକ ଜଣ କୋଭିଡ୍‍ ରୁ ଆରୋଗ୍ୟ ଲାଭ କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁସାରେ ଦେଶରେ ଏପର୍ଯ୍ୟନ୍ତ ୧ କୋଟି ୯ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ଲାଭ କରିସାରିଛନ୍ତି। ବର୍ତ୍ତମାନ ୧ ଲକ୍ଷ ୮୪ ହଜାର ୫୯୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

ସେହିପରି ଗତ ୨୪ଘଣ୍ଟା ମଧ୍ୟରେ ୧୭ ହଜାର ୯୨୧ ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ଫଳରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୨ ଲକ୍ଷକୁ ଅତିକ୍ରମ କରିଯାଇଛି। ମନ୍ତ୍ରଣାଳୟ କହିଛି ଗତ ୨୪ଘଣ୍ଟାରେ ୧୩୩ ଜଣଙ୍କର ମୃତ୍ୟୁ ହେବା ସହିତ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୫୮ ହଜାରରୁ ଅଧିକ ହୋଇଛି। ଆଇସିଏମ୍‍ଆର୍‍ (ICMR) ସୂଚନା ଅନୁଯାୟୀ, ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୭ଲକ୍ଷ ୬୩ ହଜାର ନମୁନା ପରୀକ୍ଷା କରାଯିବା ଫଳରେ କୋଭିଡ ନମୁନା ପରୀକ୍ଷା ସଂଖ୍ୟା ୨୨କୋଟି ୩୪ ଲକ୍ଷ ଟପିଯାଇଛି।

[amazon_auto_links id=”9932″]

Also Read | Maha Shivaratri: ମହାଶିବରାତ୍ରୀ ପାଳନ ପାଇଁ କୋଭିଡ଼ ଗାଇଡ଼ଲାଇନ୍ସ ଜାରି

Share this:

Leave a Reply

Your email address will not be published. Required fields are marked *