Covid-19 Odisha Updates: ରାଜ୍ୟରେ ଆଜି ୧୩ଜିଲ୍ଲାରୁ ୫୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ

Share this:

ଭୁବନେଶ୍ଵର: ରାଜ୍ୟରେ ଆଶାଜନକ ଭାବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ରାଜ୍ୟରୁ ଆଜି ୧୩ଜିଲ୍ଲାରୁ ୫୭ଜଣ କରୋନା ଆକ୍ରନ୍ତ (Corona Virus) ଚିହ୍ନଟ ହୋଇଛନ୍ତି। ଆଜି  ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୩୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୨୩ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଅନଗୁଳରୁ ୫ଜଣ, ବଲାଙ୍ଗୀରି ଜିଲ୍ଲାରୁ ଜଣେ, ବରଗଡ଼ ଜିଲ୍ଲାରୁ ୨ଜଣ, କଟକରୁ ୮ଜଣ, ଦେଓଗଡ ଜିଲ୍ଲାରୁ ୨ଜଣ, ଯାଜପୁରରୁ ୩ଜଣ, ଝାରସୁଗୁଡାରୁ ୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୨ଜଣ, ମୟୁରଭଞ୍ଜରୁ ୬ଜଣ, ପୁରୀରୁ ୨ଜଣ, ରାୟଗଡାରୁ ଜଣେ, ସମ୍ବଲପୁରରୁ ୩ଜଣ, ସୁନ୍ଦରଗଡରୁ ୭ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୨ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮୫ଲକ୍ଷ ୧୨ହଜାର ୨୩୨ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ  ୩୭ହଜାର ୮୬୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୮୮ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୫  ହଜାର ୧୬୮ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭୨୨ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”10233″]

Also Read |Corona Pandemic: ବିଶ୍ୱରେ କରୋନା ମୁକାବିଲା କ୍ଷେତ୍ରରେ ଭାରତ ସଫଳ:କେନ୍ଦ୍ରସ୍ଵାସ୍ଥ୍ୟ ମନ୍ତ୍ରୀ

Share this: