Covid-19 Odisha Updates: ଆଜି ୨୧ ଜିଲ୍ଲାରୁ ୯୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ; ସମ୍ବଲପୁରରୁ ସର୍ବାଧିକ

Share this:

ଭୁବନେଶ୍ଵର: ରାଜ୍ୟରେ ପୁଣି ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତକାଲି ୧୯ ଜିଲ୍ଲାରୁ ୮୯ ଜଣ କରୋନା (Covid-19) ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଆଜି ୨୧ ଜିଲ୍ଲାରୁ ୯୪ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୩୮ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି, ଅନୁଗୋଳ ଜିଲ୍ଲାରୁ ୪ ଜଣ, ବାଲେଶ୍ଵରରୁ ୮ ଜଣ, ବରଗଡ଼ରୁ ୧୦  ଜଣ,ବଲାଙ୍ଗୀରି ଜିଲ୍ଲାରୁ ୧ଜଣ,ବୌଦ୍ଧରୁ ଜଣେ, କଟକରୁ ୪ ଜଣ, ଗଜପତି ରୁ ଜଣେ, ଗଞ୍ଜାମରୁ ୩ ଜଣ,ଯାଜପୁରରୁ ୪ ଜଣ, ଝାରସୁଗୁଡାରୁ ୫ ଜଣ, କଳାହାଣ୍ଡିରୁ ଜଣେ, କନ୍ଧମାଳରୁ ୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮ ଜଣ, ମୟୁରଭଞ୍ଜରୁ ୭ ଜଣ, ନୂଆପଡ଼ାରୁ ୩ ଜଣ, ପୁରୀରୁ ୨ ଜଣ, ସମ୍ବଲପୁରରୁ ୧୭ ଜଣ, ସୋନପୁରରୁ ୧ ଜଣ, ସୁନ୍ଦରଗଡରୁ ୮ ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ଜଣେ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮୨ ଲକ୍ଷ ୭୭ ହଜାର ୭୧୩ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୩ ଲକ୍ଷ ୩୭ ହଜାର ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୬୭ ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୩୪ ହଜାର ୪୦୦ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୫୦ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | Petrol Price: ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଅଧା ହୋଇପାରେ! ଚାଲିଛି ମୋଦୀ ସରକାରଙ୍କ ବିଚାର, କିନ୍ତୁ ରାଜ୍ୟ ସରକାରମାନେ ନାରାଜ

[amazon_auto_links id=”9939″]

Share this: