Odisha Assembly Updates: ଯୋଗ୍ୟତା ଭିତ୍ତିରେ ଆନ୍ଦୋଳନରତ ଏଏନ୍‍ଏମ୍‍ଙ୍କୁ ମିଳିବ ନିଯୁକ୍ତି

Share this:

ଭୁବନେଶ୍ଵର: ଆନ୍ଦୋଳନରତ ଏଏନ୍‍ଏମ୍‍ଙ୍କୁ  ନିଶ୍ଚୟ ଖୁସି ଖବର। ଆଜି ବିଧାନସଭାରେ ଏଏନ୍‍ଏମ୍‍ଙ୍କ ନିଯୁକ୍ତି ପ୍ରସଙ୍ଗ ଉଠିଥିଲା। ଗୃହରେ ବିବୃତ୍ତି ରଖି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାଶ କହିଛନ୍ତି ଯୋଗ୍ୟତା ଭିତ୍ତିରେ ଆନ୍ଦୋଳନରତ ଏଏନ୍‍ଏମ୍‍ଙ୍କୁ ନିଯୁକ୍ତି ଦିଆଯିବ।

ରାଜ୍ୟରେ ଏବେ ୧ ହଜାର ୯୯ଟି ଏଏନ୍‍ଏମ୍‍ ପଦ ଖାଲି ରହିଥିବା ସେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଏନ୍‍ଏମ୍‍ଙ୍କୁ ସର୍ତ୍ତମୂଳକ ଭାବେ ନିଯୁକ୍ତି ଦିଆଯାଇଥିଲା। ତେବେ ୯୦ ଦିନ ପାଇଁ ଏହି ଅସ୍ଥାୟୀ ନିଯୁକ୍ତି ଦିଆଯାଇଥିବା ବେଳେ, କରୋନା କମିଯିବା ପରେ ସେମାନଙ୍କୁ ଛଟେଇ କରାଯାଇଛି। ଏହାର ପ୍ରତିବାଦ କରି ଏଏନଏମ୍ କର୍ମୀ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ତେବେ ବିଧାନସଭାରେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଆନ୍ଦୋଳନରତ ଏଏନଏମ୍ କର୍ମୀଙ୍କ ପାଇଁ ବଡ଼ ଆସ୍ୱସ୍ତି ଆଣିଦେଇଛି।

ସେହିପରି ଚାଷୀ ସମସ୍ୟା ଓ ଧାନକିଣା ପ୍ରସଙ୍ଗରେ ଆଜି ବିଧାନସଭାର ଶୂନ୍ୟକାଳରେ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟମାନେ ପୁନର୍ବାର ଖାଦ୍ୟଯୋଗାଣ ମନ୍ତ୍ରୀଙ୍କ ବିବୃତ୍ତି ଦାବି କରିଥିଲେ। ଏହାକୁ ନେଇ ବିରୋଧୀ ସଦସ୍ୟ ଧାରଣା ଦେଇଥିଲେ। ଅସୁସ୍ଥତା କାରଣରୁ ମନ୍ତ୍ରୀ ଗୃହରେ ଉପସ୍ଥିତ ନଥିବା ଯୋଗୁ ଆସନ୍ତାକାଲି ଆଲୋଚନା କରିବାପାଇଁ ସ୍ଥିର ହେବା ପରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ମୁଲତବୀ ପ୍ରସ୍ତାବ ଆଲୋଚନା ବାଧାପ୍ରାପ୍ତ ହୋଇଥିଲା।

ବିଧାନସଭାର ପ୍ରଶ୍ନକାଳରେ ଓଡ଼ିଶା ବାଲି ନୀତି କାର୍ଯ୍ୟକାରୀ କରିବା ପାଇଁ ନିଆଯାଇଥିବା ନିଷ୍ପତ୍ତି ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ବିରୋଧୀ ସଦସ୍ୟମାନେ ଏହି ସମୟରେ ରାଜ୍ୟରେ ବ୍ୟାପକ ବାଲିଚୋରି ହୋଇଥିବା ଅଭିଯୋଗ କରିଥିଲେ। ଏହି ସମୟରେ ସଦସ୍ୟ ମୋହନ ମାଝୀ କହିଥିଲେ ଯେ ବାଲିନୀତି କାର୍ଯ୍ୟକାରୀ କରିବାପାଇଁ ପୂର୍ବରୁ ବୈଠକ ବସିଥିଲା ମାତ୍ର ୨୦୧୮ ମସିହାରୁ ଏଯାଏଁ କୌଣସି ତର୍ଜମା ହୋଇନାହିଁ। ରାଜ୍ୟସ୍ୱ ବି ର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି ବାଲିନୀତିର ଚିଠା ପ୍ରସ୍ତୁତି ତର୍ଜମା ପର୍ଯ୍ୟାୟରେ ରହିଛି ଏବଂ ରାଜ୍ୟରେ ଏଯାବତ୍‍ ବାଲି ବ୍ୟବହାର, ବାର୍ଷିକ ଚାହିଦା ଆକଳନ କରାଯିବାର ବ୍ୟବସ୍ଥା ହୋଇନାହିଁ।

Also Read | KYC: କେୱାଇସି ଅପଡେଟ୍‍ ଆସୁଥିବା ମେସେଜ୍‍ ଗୁଡ଼ିକୁ ଅଣଦେଖା କରିବାପାଇଁ ଓଡିଶା ପୁଲିସ୍‍ ଦେଲେ ସତର୍କ

[amazon_auto_links id=”9932″]

Share this:

Leave a Reply

Your email address will not be published. Required fields are marked *