Rozgar Mela 2022: ଆଜି ୭୫ ହଜାର ନିଯୁକ୍ତି ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, ଦେଢ ବର୍ଷରେ ନିଯୁକ୍ତି ପାଇବେ ୧୦ ଲକ୍ଷ

Share this:

ଭୁବନେଶ୍ଵର: Rozgar Mela 2022 ଆଜି ଶନିବାର ଦେଢ ବର୍ଷରେ ୧୦ ଲକ୍ଷ ନିଯୁକ୍ତି ପ୍ରକ୍ରିୟା (Rozgar Mela) ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi)। ଏହି ଅବସରରେ ସେ କହିଛନ୍ତି ଯେ ୧୦୦ ବର୍ଷର ବେକାରି ସମସ୍ୟାର ସମାଧାନ ୧୦୦ ଦିନରେ ଶେଷ ହୋଇପାରିବ ନାହିଁ। ଗତ ୮ ବର୍ଷ ଧରି ଦେଶରେ ସରକାରଙ୍କ ଉଦ୍ୟମରେ ନିଯୁକ୍ତି ସୁଯୋଗ ଏବଂ ସ୍ଵରୋଜଗାର ଯୋଜନା ଜାରି ରହିଛି। ତେବେ ସରକାର ଅଧିକ ନିଯୁକ୍ତି ସୃଷ୍ଟି କରୁଥିବାରୁ ଉତ୍ପାଦନ, ପର୍ଯ୍ୟଟନ କ୍ଷେତ୍ରର ବିସ୍ତାର ଉପରେ ଧ୍ୟାନ ଦେଉଛନ୍ତି। ଆଜି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୭୫ ହଜାର ଯୁବକଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।

ସାରା ଦେଶରେ ଆଜିଠାରୁ ଆରମ୍ଭ ହୋଇଛି ରୋଜଗାର ମେଳା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶବ୍ୟାପୀ ରୋଜଗାର ମେଳାର ଶୁଭାରମ୍ଭ କରିଛନ୍ତି। ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଛନ୍ତି ରୋଜଗାର ଓ ସ୍ୱରୋଜଗାରରେ ଏହା ଆଉ ଏକ ନୂତନ ଅଧ୍ୟାୟ ଯୋଡ଼ିଛି। ଦେଶରେ କର୍ମ ସଂସ୍କୃତି ବଦଳିବାରେ ଲାଗିଛି। ଏବେ ୫ଜି ଟେକ୍ନୋଲୋଜି (5G) ସେବା ବ୍ୟବସାୟ ସମେତ ଶିକ୍ଷା କ୍ଷେତ୍ରରେ ଅଦ୍ଭୂତ ପୂର୍ବ ପରିବର୍ତ୍ତନ ଆଣିଛି। ଏହି କ୍ରମରେ ଆଜି ପ୍ରଥମ ପର୍ଯ୍ୟାୟରେ ୭୫ ହଜାର ଯୁବକ ଯୁବତୀଙ୍କୁ କେନ୍ଦ୍ର ସରକାରଙ୍କ ଏକାଧିକ ମନ୍ତ୍ରଣାଳୟ ଓ ବିଭାଗରେ ନିଯୁକ୍ତି ଦିଆଯାଇଛି।

ADVT

AMAZON_SHOES 199

ଆଗାମୀ ଦେଢ଼ ବର୍ଷ ଭିତରେ ଏହି ରୋଜଗାର ମେଳା ଜରିଆରେ ୧୦ ଲକ୍ଷଙ୍କୁ ନିଯୁକ୍ତି ଦିଆଯିବାର ଯୋଜନା ରହିଛି। କେନ୍ଦ୍ରର ୩୮ଟି ମନ୍ତ୍ରଣାଳୟ ଓ ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦବୀରେ ଏହି ନିଯୁକ୍ତି ଦିଆଯାଉଛି। ପ୍ରଧାନମନ୍ତ୍ରୀଙ୍କ ଏହି ମେଗା ରୋଜଗାର ମେଳାରେ ପ୍ରତିରକ୍ଷା, ରେଳ, ଡାକ, ଗୃହ, ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ସମେତ କେନ୍ଦ୍ର ଶିଳ୍ପ ନିରାୟପତ୍ତା ବାହିନୀ, ସିବିଆଇ, ସୀମାଶୁଳ୍କ, ବ୍ୟାଙ୍କିଙ୍ଗ ଓ ଆୟକର ବିଭାଗର ଇନ୍ସପେକ୍ଟର ଆଦି ୩୮ ବିଭାଗରେ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଯାଉଛି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ବିବୃତ୍ତି ଅନୁଯାୟୀ, ଯୁବକମାନଙ୍କ ପାଇଁ ରୋଜଗାରର ସୁଯୋଗ ଯୋଗାଇବା ଏବଂ ନାଗରିକଙ୍କ କଲ୍ୟାଣ ସୁନିଶ୍ଚିତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅବିରତ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରଧାନମନ୍ତ୍ରୀ ସମସ୍ତ ମନ୍ତ୍ରଣାଳୟ ଏବଂ ବିଭାଗଗୁଡିକ ଅନୁମୋଦିତ ପଦବୀଗୁଡିକରେ ଥିବା ଖାଲିଥିବା ପଦବୀ ପୂରଣ ଦିଗରେ ମିଶନ ମୋଡରେ କାର୍ଯ୍ୟ କରୁଛନ୍ତି। ଭାରତ ସରକାରଙ୍କ ୩୮ ଟି ମନ୍ତ୍ରଣାଳୟ ଏବଂ ବିଭାଗରେ ନୂତନ ନିଯୁକ୍ତି ପ୍ରଦାନ କରାଯାଇଛି।

ADVT

bags american

ସେହିପରି ନିଯୁକ୍ତି ମନ୍ତ୍ରଣାଳୟ ଏବଂ ବିଭାଗ ଦ୍ୱାରା ଏବଂ UPSC, SSC ଏବଂ ରେଳବାଇ ନିଯୁକ୍ତି ବୋର୍ଡ (RRB) ପରି ନିଯୁକ୍ତି ଏଜେନ୍ସି ମାଧ୍ୟମରେ ଏହା କରାଯାଇଛି। ଶୀଘ୍ର ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟାକୁ ସରଳୀକୃତ କରାଯାଇଛି ଏବଂ ଟେକ୍ନୋଲୋଜି-ସକ୍ଷମ କରାଯାଇଛି ବୋଲି ବିବୃତ୍ତିରେ କୁହାଯାଇଛି।

YOU MIGHT ALSO LIKE

Read Also | Corona XXB Variant: ଦେଶରେ କରୋନାର ଆଉ ଏକ ଲହର ଆସି ପାରେ!-WHO

Share this:

Leave a Reply

Your email address will not be published. Required fields are marked *