Court : କରୋନା ପାଇଁ ଆଗୁଆ ଖରା ଛୁଟି, ହାଇକୋର୍ଟ ସମେତ ସମସ୍ତ କୋର୍ଟ ଆସନ୍ତା ୩ରୁ ବନ୍ଦ

Share this:

କଟକ: ଆସନ୍ତା ୩ ତାରିଖରୁ ଓଡ଼ିଶା ହାଇକୋର୍ଟ (Odisha High Court) ଓ ନିମ୍ନ ଅଦାଲତର ଗ୍ରୀଷ୍ମ ଅବକାଶ (Summer Vacation) ଆରମ୍ଭ ହେବ। ଏନେଇ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଗ୍ରୀଷ୍ମ ଅବକାଶ ପରେ ଜୁନ୍‍ ୭ ତାରିଖରେ ହାଇକୋର୍ଟ ଖୋଲିବ। ତେବେ ରଜ ଉତ୍ସବ ପାଇଁ ଜୁନ୍‍ ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ଛୁଟି ରହିବ। ଗ୍ରୀଷ୍ମ ଅବକାଶ ସମୟରେ ହାଇକୋର୍ଟରେ କେବଳ ଭର୍ଚୁଆଲ ମୋଡରେ ମାମଲା ଶୁଣାଣି ହେବ।

ସୂଚନାଅନୁସାରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଥର ମେ ୨୪ ତାରିଖ ପରିବର୍ତ୍ତେ ୩ ତାରିଖରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହୋଇ ଜୁନ୍‍ ୫ରେ ଶେଷ ହେବ। ଗ୍ରୀଷ୍ମ ଅବକାଶ ପରେ ଜୁନ୍‍ ୭ ତାରିଖରେ ନିମ୍ନ ଅଦାଲତ ଗୁଡ଼ିକ ଖୋଲିବ।

Also Read | Covid19 Odisha:୨ୟ ଡୋଜ୍ କରୋନା ଟୀକା ନେବାକୁ ଥିବା ଲୋକମାନଙ୍କୁ ପ୍ରାଥମିକତା ଦିଅ:ସ୍ୱାସ୍ଥ୍ୟ ସଚିବ

Share this:

Leave a Reply

Your email address will not be published. Required fields are marked *