Covid19 Odisha: ବଢିଲା ଚିନ୍ତା! ଓଡ଼ିଶାରେ ଆଜି ୧୦ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

Share this:

ଭୁବନେଶ୍ଵର: ବର୍ତ୍ତମାନ ରାଜ୍ୟରେ କରୋନା (Corona Virus) ତାର ଦ୍ଵିତୀୟ ଲହର ଗତି ତୀବ୍ର କରିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୩୦ଜିଲ୍ଲାରୁ ରେକର୍ଡ ୧୦ ହଜାର ୪୧୩ ଜଣ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟର (Quarantine) ରୁ ୫୮୮୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୪୫୨୬ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Related Post : Mask: ସରକାରଙ୍କ ନୂଆ ପରାମର୍ଶ; ଘରେ ମଧ୍ୟ ମାସ୍କ ପିନ୍ଧନ୍ତୁ! କରୋନାର ଦ୍ୱିତୀୟ ଲହର ହେଉଛି ଭୟଙ୍କର

ଆଜି ସର୍ବାଧିକ ୧୭୯୬ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୩୯୨ଜଣ, ବାଲେଶ୍ଵରରୁ ୧୨୪ଜଣ, ବରଗଡ଼ରୁ ୫୧୧ଜଣ, ଭଦ୍ରକରୁ ୨୦୧ଜଣ, ବଲାଙ୍ଗୀରିରୁ ୧୬୦ଜଣ, ବୌଦ୍ଧରୁ ୮୭ଜଣ, କଟକରୁ ୮୨୮ଜଣ, ଦେଓଗଡ଼ରୁ ୧୦୩ଜଣ, ଢେଙ୍କାନାଳରୁ ୪୨ଜଣ, ଗଜପତିରୁ ୧୫୬ଜଣ, ଗଞ୍ଜାମରୁ ୨୩୨ଜଣ, ଜଗତସିଂପୁରରୁ ୨୪୧ଜଣ, ଯାଜପୁରରୁ ୩୩୨ଜଣ, ଝାରସୁଗୁଡାରୁ ୪୪୨ଜଣ, କଳାହାଣ୍ଡିରୁ ୩୭୬ଜଣ, କନ୍ଧମାଳରୁ ୫୫ଜଣ, କେଉଁଝରରୁ ୧୨୬ଜଣ, କୋରାପୁଟରୁ ୬୮ଜଣ, କେନ୍ଦ୍ରାପଡ଼ାରୁ ୭୭ଜଣ, ମୟୁରଭଞ୍ଜରୁ ୨୪୭ଜଣ, ମାଲକାନଗିରିରୁ ୫୪ଜଣ, ନବରଙ୍ଗପୁରରୁ ୩୭୮ଜଣ, ନୟାଗଡ଼ରୁ ୨୧୮ଜଣ, ନୂଆପଡ଼ାରୁ ୪୧୮ଜଣ, ପୁରୀରୁ ୫୩୩ଜଣ, ରାୟଗଡାରୁ ୨୦୦ଜଣ, ସମ୍ବଲପୁରରୁ ୪୨୬ଜଣ, ସୋନପୁରରୁ ୧୩୦ଜଣ, ସୁନ୍ଦରଗଡ଼ରୁ ୧୧୦୦ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୩୬୦ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ  ୧ କୋଟି ୧ଲକ୍ଷ ୩୪ ହଜାର ୧୧୮ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୪ ଲକ୍ଷ ୫୪ ହଜାର ୬୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୫୦୧୪ଜଣ ସୁସ୍ଥ ହେବା ସହିତ ମୋଟ ୩ ଲକ୍ଷ ୮୫ ହଜାର ୪୧୪ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬୭ହଜାର ୮୬ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

Also Read | ସୁପ୍ରିମକୋର୍ଟ ସରକାରଙ୍କୁ ପଚାରିଲେ କରୋନା ଟିକା କିଣିବା ପାଇଁ ଗରିବ ଲୋକ କେଉଁଠୁ ଟଙ୍କା ପାଇବେ?

Share this: