ଦେଶରେ Corona ରେ ୩୦୦ରୁ ଅଧିକ ସାମ୍ବାଦିକଙ୍କ ଜୀବନ ଯାଇଛି,ଓଡିଶାରୁ ୨୬
ଭୂବନେଶ୍ଵର: ଗତ ବର୍ଷ କରୋନା ଭୂତାଣୁ (Corona Virus) ହେତୁ ଡାକ୍ତର, ସ୍ୱାସ୍ଥ୍ୟ କର୍ମୀ, ପୋଲିସ୍ ବହୁ ସଂଖ୍ୟକ କର୍ମଚାରୀ ପ୍ରାଣ ହରାଇଥିଲେ। ଯେତେବେଳେ ଦେଶରେ କରୋନା ଟିକା ଆରମ୍ଭ ହେଲା, ସେମାନଙ୍କୁ ପ୍ରଥମେ ପ୍ରାଥମିକତା ଦିଆଗଲା। ଏହାର ମଧ୍ୟ ଭଲ ପ୍ରଭାବ ପଡିଥିଲା। କରୋନାର ଦ୍ୱିତୀୟ ଲହରରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରେ ଏହି ଫ୍ରଣ୍ଟଲାଇନ କର୍ମଚାରୀଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ଥିଲା। ତେବେ ଗଣମାଧ୍ୟମ ବ୍ୟକ୍ତିମାନେ ଏତେ ଭାଗ୍ୟବାନ ନଥିଲେ।
କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରରେ ଗ୍ରାଉଣ୍ଡ ରିପୋଟିଂ କରୁଥିବା ରିପୋର୍ଟର ଏବଂ ସାମ୍ବାଦିକମାନେ କ୍ରମାଗତ ଭାବରେ ଅଫିସକୁ ଯାଉଥିଲେ, ହେଲେ ସେମାନଙ୍କୁ ନା ଆଗ ଧାଡିର କର୍ମୀ ଭାବରେ ବିବେଚନା କରାଯାଉ ଥିଲା କିମ୍ବା ଟୀକାକରଣରେ ସେମାନେ ପ୍ରାଥମିକତା ପାଇଥିଲେ। ଫଳାଫଳ ହେଉଛି ଯେ ବିଭିନ୍ନ ରାଜ୍ୟରେ ୩୦୦ରୁ ଅଧିକ ଗଣମାଧ୍ୟମ ବ୍ୟକ୍ତି, ବହୁ ଜଣାଶୁଣା ସାମ୍ବାଦିକ କରୋନାରେ ପ୍ରାଣ ହରାଇଛନ୍ତି।
କରୋନାର ଦ୍ୱିତୀୟ ଲହରରେ ଦେଶ ବହୁ ବରିଷ୍ଠ ସାମ୍ବାଦିକଙ୍କୁ ହରାଇଲା। ଜିଲ୍ଲା, ସହର, ଗ୍ରାମାଞ୍ଚଳରେ କାର୍ଯ୍ୟ କରୁଥିବା ସମସ୍ତ ସାମ୍ବାଦିକ ମଧ୍ୟ ଏହି ମାରାତ୍ମକ ଭୂତାଣୁରେ ନିଜର ଜୀବନ ହରାଇଥିଲେ। ଦିଲ୍ଲୀ ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ପେରେସନ୍ ଷ୍ଟଡିଜ୍ ରିପୋର୍ଟ ଅନୁଯାୟୀ ଏପ୍ରିଲ୍ ୨୦୨୦ ରୁ ମେ ୧୬, ୨୦୨୧ପର୍ଯ୍ୟନ୍ତ ମୋଟ ୨୩୮ ସାମ୍ବାଦିକଙ୍କର କରୋନା ସଂକ୍ରମଣ ହେତୁ ମୃତ୍ୟୁ ଘଟିଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଏପ୍ରିଲ ୨୦୨୦ରୁ 31 ଡିସେମ୍ବର ୨୦୨୦ପର୍ଯ୍ୟନ୍ତ କରୋନାର ପ୍ରଥମ ଲହରରେ ୫୬ ଜଣ ସାମ୍ବାଦିକଙ୍କର ମୃତ୍ୟୁ ଘଟିଥିଲା, ଜାନୁଆରୀ ୧୧ରୁ ଏପ୍ରିଲ ମଧ୍ୟରେ ଅବଶିଷ୍ଟ ୧୧ସାମ୍ବାଦିକଙ୍କର ମୃତ୍ୟୁ ହୋଇଥିଲା।
ଇନଷ୍ଟିଚ୍ୟୁଟ୍ ଅଫ୍ ପେରେସନ୍ ଷ୍ଟଡିଜ୍ ରିପୋର୍ଟରେ ସେହି ସମସ୍ତ ସାମ୍ବାଦିକଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି ଯେଉଁମାନେ ଫିଲ୍ଡରେ ଖବର ସଂଗ୍ରହ କରିବା ସମୟରେ କିମ୍ବା ଅଫିସରେ କାମ କରିବା ସମୟରେ ପ୍ରାଣ ହରାଇଥିଲେ। ମିଡିଆ ଅନୁଷ୍ଠାନର ସାମ୍ବାଦିକ, ଷ୍ଟ୍ରିଙ୍ଗର୍, ଫ୍ରିଲାନ୍ସର୍, ଫଟୋ ସାମ୍ବାଦିକ ଏବଂ ସିଟିଜେନ ସାମ୍ବାଦିକ ଅନ୍ତର୍ଭୁକ୍ତ। ରିପୋର୍ଟ ଅନୁଯାୟୀ, ୪୧ରୁ ୫୦ ବର୍ଷ ବୟସର ସାମ୍ବାଦିକମାନେ କରୋନାର ସବୁଠାରୁ ଶିକାର ହୋଇଥିଲେ। ସେମାନଙ୍କ ମୃତ୍ୟୁ ମୋଟ ମୃତ୍ୟୁର ପ୍ରାୟ ୩୧ ପ୍ରତିଶତ ଅଟେ। ୩୧ ରୁ ୪୦ ବର୍ଷ ବୟସର ୧୫ ପ୍ରତିଶତ,୫୧ ରୁ ୬୦ବର୍ଷ ମଧ୍ୟରେ୧୯ ପ୍ରତିଶତ, ୬୦ ରୁ ୭୦ ବର୍ଷ ମଧ୍ୟରେ ୨୪ ପ୍ରତିଶତ ଏବଂ ୭୧ବର୍ଷରୁ ଅଧିକ ସାମ୍ବାଦିକଙ୍କ୯ ପ୍ରତିଶତ କରୋନାରେ ମୃତ୍ୟୁ ହୋଇଛି।
ତଥ୍ୟ ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ ୩୭ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବାବେଳେ ଦକ୍ଷିଣ ଭାରତରେ ତେଲେଙ୍ଗାନାର ସର୍ବାଧିକ ୩୯ ଜଣ ସାମ୍ବାଦିକଙ୍କ କରୋନାରେ ଜୀବନ ହରାଇଛନ୍ତି। ସେହିପରି ଦିଲ୍ଲୀରେ ୩୦, ମହାରାଷ୍ଟ୍ରରେ ୨୪, ଓଡିଶାରେ ୨୬, ମଧ୍ୟପ୍ରଦେଶରେ ୧୯ ଜଣଙ୍କର ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ଏଥିରେ ୮୨ ଟି ଯାଞ୍ଚ ହୋଇନଥିବା ମୃତ୍ୟୁକୁ ଅନ୍ତର୍ଭୁକ୍ତ କରାଯାଇନାହିଁ।
[amazon_auto_links id=”10233″]Also Read | Corona:ଗାଁରେ ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ, ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା