Lock Down and Night Curfew:ଫେରିଲା ଲକଡାଉନ ଏବଂ ନାଇଟ କର୍ଫ୍ୟୁ

Share this:

ନୂଆଦିଲ୍ଲୀ: କରୋନା ଭୂତାଣୁର ୨ୟ ଲହର ଧୀରେ ଧୀରେ ଫେରୁଛି। ଏହିକ୍ରମରେ ଦେଶର ବିଭିନ୍ନ ରାଜ୍ୟରେ ଲକ୍‌ଡାଉନ୍‌ ଏବଂ ନାଇଟ କର୍ଫ୍ୟୁ (Lock Down and Night Curfew) ଫେରିଛି। କିଛି ସହରରେ ସାପ୍ତାହିକ ଲକ୍‌ଡାଉନ୍‌ ଘୋଷଣା ହେଉଥିବା ଦେଖିବାକୁ ମିଳିଛି।

ରାଜସ୍ଥାନ (Rajasthan) ସରକାର ୮ ସହରର ଆଜମେର, ଭିଲୱାଡା, ଯୋଧପୁର, କୋଟା, ଉଦୟପୁର, ସାଗବାଡ଼ା ଏବଂ କୁଶଳଗଡ଼ରେ ନାଇଟ୍‌ କର୍ଫ୍ୟୁ ଲଗାଇବାକୁ ଘୋଷଣା କରିଛନ୍ତି। ୨୨ ମାର୍ଚ୍ଚରୁ ରାତି ୧୦ ଠାରୁ ଦୋକାନ ବଜାର ବନ୍ଦ ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ସବୁ ସହରରେ ରାତି ୧୧ରୁ ସକାଳ ୫ ଯାଏ ନାଇଟ୍‌ କର୍ଫ୍ୟୁ ବଳବତ୍ତର ରହିବ। ୨୫ ମାର୍ଚ୍ଚରୁ ରାଜସ୍ଥାନ ଆସୁଥିବା ବାହାର ଲୋକଙ୍କୁ ୭୨ ଘଣ୍ଟା  ଭିତରେ ମିଳିଥିବା ଆରଟି-ପିସିଆର (RT-PCR) କରୋନା ନେଗେଟିଭ୍‌ ରିପୋର୍ଟ (Corona Negative Report) ଦେବାକୁ ପଡ଼ିବ। ପୂର୍ବରୁ ଏହି ନିୟମ କେରଳ, ମହାରାଷ୍ଟ୍ର, ଗୁଜୁରାଟ, ପଞ୍ଜାବ, ହରିୟାଣା, ମଧ୍ୟପ୍ରଦେଶ ପାଇଁ ଥିଲା। ଏଥିସହିତ  ସ୍କୁଲ ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ କରିବାକୁ ସରକାରଙ୍କ ନିର୍ଦେଶ ରହିଛି।

Related Post | Corona In India: ଭାରତରେ ଦିନକୁ ଦିନ ନୂଆ ରେକର୍ଡ ସହ କରୋନା ବଢୁଛି, ଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାରରୁ ଅଧିକ ନୂଆ ମାମଲା

ସେହିପରି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳ (Bhopal ) ସମେତ ତିନୋଟି ବଡ ସହରରେ କରୋନା ଦ୍ରୁତ ଗତିରେ ବୃଦ୍ଧି ଘଟୁଥିବା ଘଟଣାରେ ପ୍ରତି ରବିବାର ଦିନ ଏହି ଲକଡାଉନ୍ ଘୋଷଣା କରାଯାଇଛି। ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ ଭୋପାଳ, ଇନ୍ଦୋର ଏବଂ ଜବଲପୁରରେ ପ୍ରତ୍ୟେକ ରବିବାର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଲକଡାଉନ ରହିବ। ଏହା ସହିତ ପ୍ରତ୍ୟେକ ଶନିବାର ରାତି ୧୦ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତ୍ରି କର୍ଫ୍ୟୁ ଲାଗୁ କରାଯିବ। ଏହା ବ୍ୟତୀତ ଏହି ତିନୋଟି ସହରର ସମସ୍ତ ସ୍କୁଲ ଏବଂ କଲେଜ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ।

[amazon_auto_links id=”10233″]

Also Read | Covid-19 Odisha Updates: ରାଜ୍ୟରେ ଆଜି ୨୧ ଜିଲ୍ଲାରୁ ୯୮ ଜଣ କରୋନା ସଂକ୍ରମିତ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *