Dhenkanal Corona Report:ଢେଙ୍କାନାଳ ଜିଲ୍ଲାରେ ଆଜି ପୁଣି ୫୪ଜଣ ପଜିଟିଭ ଚିହ୍ନଟ

Share this:

ଢେଙ୍କାନାଳ: ଢେଙ୍କାନାଳ (Dhenkanal) ଜିଲ୍ଲାରେ ଆଜି ପୁଣି ନୂଆ ୫୪ ଜଣ କରୋନା (Covid-19) ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରେ ହୋମ କ୍ୱାରାଣ୍ଟାଇନ୍‌ (Home Quarantine) ରୁ ୪୪ ଏବଂ ହସ୍ପିଟାଲରୁ ୧୦ଜଣ ଚିହ୍ନଟ ଅଛନ୍ତି। ଆଜି ଜିଲାରୁ ଜଣେ ମୃତ୍ୟୁବରଣ କରିଛନ୍ତି। ଜିଲ୍ଲାରେ ମୋଟ ମୃତ୍ୟୁ ସଂଖ୍ୟା ୧୦୨ରେ ପହଞ୍ଚିଛି।

ଆଜି ଢେଙ୍କାନାଳ ପୌରାଞ୍ଚଳ (Dhenkanal Municipality) ରୁ ୧୫ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ରାମେଶ୍ଵରପୁର, ହାଟରୋଡ଼, ବାଜିଚୌକ ଏବଂ ଦକ୍ଷିଣକାଳୀରୁ ୨ଜଣ ଲେଖାଏଁ ଥିବାବେଳେ କଲେଜ ବାଇପାସ, ଗାୟତ୍ରୀନଗର, ଭଗବାନପୁର, ଗୁଡିଆନାଳି, ମହିଷାପାଟ, ଶାସନ ଏବଂ କାଲଟାକ୍ସରୁ ଜଣେ ଲେଖାଏଁ ଅଛନ୍ତି।

mahimalive

ହିନ୍ଦୋଳ ବ୍ଲକ (Hindol Block) ରୁ ୧୩ଜଣ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗୋବର୍ଦ୍ଧନପୁରରୁ ୪ଜଣ ଥିବାବେଳେ ନୂଆବଗ, ବାଲିମି, କନ୍ତାମିଲା, ବ୍ରାହ୍ମଣିଆପାଳ,  କାରନ୍ଦା, କୁକୁଟା, ସାନମୁଣ୍ଡା, ଗିରିଧରପ୍ରସାଦ ଏବଂ ରାସୋଳରୁ ଜଣେ ଲେଖାଏଁ ଅଛନ୍ତି।

ଓଡାପଡା ବ୍ଲକ (Oapada Block) ରୁ ୧୧ଜଣ ଚିହ୍ନଟଙ୍କ ମଧ୍ୟରୁ ଜରିପାଳରୁ ୮ଜଣ, ମାହାଦିଆରୁ ୨ଜଣ ଏବଂ ରଶାସିଙ୍ଗାରୁ ଜଣେ ଚିହ୍ନଟ ହୋଇଛନ୍ତି।

ସଦର ବ୍ଲକ (Sadar Block) ରୁ ୭ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ତଳବରକୋଟ, କମଣିଗି, ମଙ୍ଗଳପୁର, ବେଲଟିକିରୀ, ତିଳପଡ଼ା,  ଦଲକ ଏବଂ ଭାପୁରରୁ ଜଣେ ଲେଖାଏଁ ଅଛନ୍ତି।

ଭୁବନ ବ୍ଲକରୁ ୪ଜଣଙ୍କ ମଧ୍ୟରୁ କୁନ୍ଦା, ଚାନ୍ଦିପାଳ, ଅସୁରବନ୍ଧ ଏବଂ କେନ୍ଦୁପଦାରୁ ଜଣେ ଲେଖାଏଁ ଅଛନ୍ତି। କାମାକ୍ଷାନଗର NAC ରୁ ଜଣେ ଅଛନ୍ତି। ଅନ୍ୟାନ୍ୟ ହସ୍ପିଟାଲରୁ ୩ଜଣ ଅଛନ୍ତି।

ଗତକାଲି ଜିଲ୍ଲାରେ ୧୨୩୫ଜଣଙ୍କ ଟେଷ୍ଟିଂ  ହୋଇଥିଲା। ସେଥିମଧ୍ୟରୁ ମୋଟ ୩ ଲକ୍ଷ ୬୮ ହଜାର ୩୫୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ଜିଲ୍ଲାରୁ ୮୮ଜଣ କରୋନାରୁ ସୁସ୍ଥ ହେବାସହ ମୋଟ ୧୭ ହଜାର ୮୫୨ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ଜିଲ୍ଲାରେ ୬୦୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି।

[amazon_auto_links id=”9932″]

Also Read | Odisha Covid Updates: ଆଜି ଓଡ଼ିଶାରୁ ୧୬୪୮ ଜଣ ପଜିଟିଭ ଚିହ୍ନଟ

Share this: