Covid19 Free Area: ଓଡ଼ିଶାରେ ଏମିତି ଏକ ସ୍ଥାନ ଅଛି ଯେଉଁଠି କରୋନା ଭୂତାଣୁ ପହଁଚିପାରିନି

Share this:

ମାଲକାନଗିରି: ଓଡ଼ିଶାରେ ଦିନକୁ ଦିନ କରୋନା (Corona) ତାର କାୟା ବିସ୍ତାର କରିଚାଲିଛି। ଦୈନିକ ସଂକ୍ରମଣ ୪ ହଜାର ରୁ କମ୍ ହେଉନାହିଁ। କିନ୍ତୁ ଓଡ଼ିଶା (Odisha) ରେ ଏମିତି ଏକ ସ୍ଥାନ ଅଛି ଯେଉଁଠି କରୋନା ଭୂତାଣୁ ପହଁଚିପାରିନି। ମାଲକାନଗିରି (Malkangiri ) ଜିଲ୍ଲାର ସମୁଦ୍ର ପତନଠାରୁ ପ୍ରାୟ ୫ ହଜାର ଫୁଟ ଉଚ୍ଚରେ ଥିବା ଖଇରପୁଟ(Khairaput) ବ୍ଲକ ଅନ୍ତର୍ଗତ ବଣ୍ଡାଘାଟି ବର୍ତ୍ତମାନ ସୁଦ୍ଧା କରୋନା ଭୂତାଣୁ ମୁକ୍ତ ରହିଛି। ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ୩,୩୩୩ ସଂକ୍ରମିତଙ୍କ ମଧ୍ୟରୁ ୨,୮୩୫ ସୁସ୍ଥ ହୋଇଛନ୍ତି ଏବଂ ୪୮୭ ଜଣ ଚିକିତ୍ସିତ ହେଉଛନ୍ତି।   

ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କରୋନା ଭୂତାଣୁ ବଣ୍ଡାଘାଟିକୁ ଛୁଇଁ ପାରିନି। ଖଇରପୁଟ ବ୍ଲକର ବଣ୍ଡାଘାଟିର ମୁଦୁଲିପଡ଼ା ଓ ଅଣ୍ଡ୍ରାହଲ ପଞ୍ଚାୟତର ୩୨ଟି ଗ୍ରାମର ପ୍ରାୟ ୭ ହଜାର ବଣ୍ଡା ଲୋକ ଏହି ମହାମାରୀ କବଳରୁ ମୁକ୍ତ ରହିଛନ୍ତି। ତେବେ କରୋନା ସଂକ୍ରମଣ ଆରମ୍ଭ ହେବା ସମୟରୁ ସେମାନେ ପ୍ରାୟତଃ ବାହାରକୁ ଯାଉ ନଥିବା ବେଳେ ବଣ୍ଡା (Bonda) ଜନଜାତିର ଲୋକେ ଶାରିରୀକ କାମ ସହ ବହୁତ ପରିଶ୍ରମ କରୁଥିବା ସହ ନିଜ ଉତ୍ପାଦିତ ଶସ୍ୟ ଧାନ, ବାଜରା, ମାଣ୍ଡିଆ ଖାଦ୍ୟରେ ଗ୍ରହଣ କରିବା ସହ ବନ୍ୟଜାତ ଖାଦ୍ୟ ବ୍ୟବହାର କରିଥାନ୍ତି।

ଏଥିସହିତ ଏହି ଅଞ୍ଚଳକୁ ଗମନାଗମନର ସୁବିଧା ନ ଥିବାରୁ ସେମାନେ ପ୍ରାୟ୨୨ କିଲୋମିଟର ପାହାଡ଼ ପର୍ବତ ପଥ ଅତିକ୍ରମ କରି ଖଇରପୁଟ ଆସିଥାନ୍ତି। ତେବେ ନିୟୂଟ୍ରି ଗାର୍ଡେନ (Nutri Garden) ମାଧ୍ୟମରେ ସେମାନଙ୍କୁ ପ୍ରୋଟିନ ଯୁକ୍ତଖାଦ୍ୟ ମିଳିପାରୁଛି।  

Also Read:

Odisha Covid19: ଆଜି ରାଜ୍ୟରେ ୩,୭୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this: