Corona Vaccination India:କରୋନା ଟିକାକରଣ କ୍ଷେତ୍ରରେ ଭାରତ ସଫଳ, ୨ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଟିକା ପ୍ରଦାନ
ନୂଆଦିଲ୍ଲୀ: କରୋନା ଟିକାକରଣ (Corona Vaccination) କ୍ଷେତ୍ରରେ ଭାରତ (India) ଉଲ୍ଲେଖନୀୟ ସଫଳତାହାସଲ କରିଛି। ଏତେ କମ୍ ସମୟ ମଧ୍ୟରେ ୨ କୋଟିରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଟିକା ପ୍ରଦାନ କରି ବିଶ୍ୱରେ ଆମ ଦେଶ ଉଦାହରଣ ସୃଷ୍ଟି କରିଛି।
ଦେଶରେ ଅଦ୍ୟାବଧି ୨ କୋଟି ୯ ଲକ୍ଷ ୨୨ ହଜାର ୩୩୪ ଜଣଙ୍କୁ କୋଭିଡ୍ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଲକ୍ଷ ୨୪ ହଜାର ୬୯୩ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି।
ସେହିପରି ରାଜ୍ୟରେ ଏପର୍ଯ୍ୟନ୍ତ ୭ ଲକ୍ଷ ୭୮ ହଜାର ୭୩୦ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଗତକାଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ରାଜ୍ୟରେ ବରିଷ୍ଠ ନାଗରିକଙ୍କ ଟିକାକରଣ କାର୍ଯ୍ୟକ୍ରମ ଦ୍ରୁତ ଗତିରେ ଚାଲିଛି। ଗତକାଲି ସୁଦ୍ଧା ୧ ଲକ୍ଷ ୩୯ ହଜାର ୯୩୪ ଜଣ ବରିଷ୍ଠ ନାଗରିକଙ୍କୁ ଟିକା ପ୍ରଦାନ କରାଯାଇଛି।
[amazon_auto_links id=”9932″]
Also Read | Covid-19 India: ଭାରତରେ ପୁଣି ଥରେ କରୋନା ତୀବ୍ର, ପାଞ୍ଚ ରାଜ୍ୟରେ ୮୨ ପ୍ରତିଶତ ନୂଆ ମାମଲା