ଚୀନ ଜାଣିବା ପାଇଁ ଅର୍ଥ ଦେଉଛି ନେପାଳ ଏନଜିଓକୁ; କାହିଁକି ଗୋର୍ଖାମାନେ ଭାରତୀୟ ସେନାରେ ଯୋଗ ଦେଉଛନ୍ତି?

Share this:

କାଠମାଣ୍ଡୁରେ ଅବସ୍ଥିତ ଏକ ଅଣ-ସରକାରୀ ସଂଗଠନ (NGO) କୁ ଚୀନ୍ ୧୨.୭ ଲକ୍ଷ ନେପାଳୀ ଅର୍ଥ ପ୍ରଦାନ କରିଛି, ଯାହାକି ଗୋର୍ଖା ସମ୍ପ୍ରଦାୟର ସଦସ୍ୟଙ୍କ ଭାରତୀୟ ସେନାରେ ଯୋଗଦେବା ପଛରେ ଥିବା ପ୍ରେରଣା ଉପରେ ଏକ ଅଧ୍ୟୟନ କରିବା ପାଇଁ। ଚୀନ୍ ଖୋଜିବାକୁ ଚାହୁଁଛି ଯେ ଗୋର୍ଖା ଯୁବକମାନେ କାହିଁକି ଭାରତୀୟ ସେନାରେ ଯୋଗ ଦେଉଛନ୍ତି। ନେପାଳର ଗୋର୍ଖା ଯୁବକମାନେ ଭାରତୀୟ ସୈନ୍ୟବାହିନୀର ସଦସ୍ୟ ହୋଇଥିବାରୁ ଚୀନ୍ ଅସୁବିଧାରେ ପଡିଛି। ସେଥିପାଇଁ ଗୋର୍ଖା ଯୁବକମାନଙ୍କ ଉପରେ ପରୀକ୍ଷା ପାଇଁ ଚୀନ୍ କାଠମାଣ୍ଡୁ ଏନଜିଓକୁ ୧୨.୭ ଲକ୍ଷ ନେପାଳୀ ଟଙ୍କା ଦେଇଛି।  

ସୂତ୍ରରୁ ପ୍ରକାଶ ଯେ ଜୁନ୍ ପ୍ରଥମ ସପ୍ତାହରେ, ନେପାଳର ଚୀନ୍ ରାଷ୍ଟ୍ରଦୂତ ହୁ ୟାନକି ନେପାଳର ଏକ ଏନଜିଓ, ଚାଇନା ଷ୍ଟଡି ସେଣ୍ଟରକୁ ଭାରତୀୟ ସେନାର ଗୋର୍ଖା( Gorkha) ରେଜିମେଣ୍ଟରେ ନିଯୁକ୍ତି ଦିଆଯାଉଥିବା ଏକ ଅଧ୍ୟୟନ ପାଇଁ ଅର୍ଥ ପ୍ରଦାନ କରିଛି।ଏହି କାର୍ଯ୍ୟ ପାଇଁ ଚୀନ୍ ଦୂତାବାସ ଦ୍ୱାରା ୧୨.୭ ଲକ୍ଷ ନେପାଳ ଟଙ୍କାରେ ପାଣ୍ଠି ଆବଣ୍ଟନ କରାଯାଇଥିଲା।

ସୂଚନାଯୋଗ୍ୟ ,ପ୍ରାୟ ୨୮ ହଜାର ନେପାଳୀ ନାଗରିକଙ୍କୁ ନେଇ ଭାରତୀୟ ସେନାରେ ସାତୋଟି ଗୋର୍ଖା ରେଜିମେଣ୍ଟ ଅଛି। ଭାରତୀୟ ସୈନ୍ୟବାହିନୀରେ ଗୋର୍ଖା ଯୁବକ ନିଯୁକ୍ତି ୧୯୪୭ ମସିହାରେ ଭାରତ, ବ୍ରିଟେନ ଏବଂ ନେପାଳ ମଧ୍ୟରେ ସ୍ୱାକ୍ଷରିତ ଏକ ତ୍ରିପାକ୍ଷିକ ସମାଧାନ ଚୁକ୍ତି ହୋଇଛି। ରେଜିମେଣ୍ଟର ୩୯ଟି ବାଟାଲିୟନର ସମ୍ପୂର୍ଣ୍ଣ ଅଛି। ଭାରତରେ ପ୍ରଥମ, ତୃତୀୟ, ଚତୁର୍ଥ, ପଞ୍ଚମ, ଅଷ୍ଟମ, ନବମ ଏବଂ ଏକାଦଶ ଗୋର୍ଖା ରେଜିମେଣ୍ଟ ଥିବାବେଳେ ବ୍ରିଟିଶ ମିଲିଟାରୀରେ ଦ୍ୱିତୀୟ, ଷଷ୍ଠ, ସପ୍ତମ ଏବଂ ଦଶମ ରେଜିମେଣ୍ଟ ରହିଛି।

Also Read:

ରାଜ୍ୟର ୪୭ ଲକ୍ଷରୁ ଉର୍ଦ୍ଧ୍ୱ ଗରିବ ମହିଳାଙ୍କ ଜୀବନଶୈଳିକୁ ଉନ୍ନତ କରିଛି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା:କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପ୍ରଥମେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଦାବି ପ୍ରଭୁ ଶ୍ରୀରାମ ନେପାଳ ର ଏବେ ଶ୍ରୀଲଙ୍କା କହୁଛି ରାବଣ…

ଓଃ… ଏଥପାଇଁ ତା’ହେଲେ ନେପାଳ ପ୍ରଧାନମନ୍ତ୍ରୀ ଓଲି,ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଗଷ୍ଟ ୧୫ ଦିନ ଫୋନ କରିଥିଲେ

Share this: