MSP: ୬ଟି ରବି ଫସଲ ଉପରେ ବଢିଲା ଏମଏସପି; ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ କହିଲେ ନିଷ୍ପତି ଐତିହାସିକ
ନୂଆଦିଲ୍ଲୀ: କେନ୍ଦ୍ର ସରକାର କୃଷି ବିଲ୍ (Agriculture Bills 2020 ) ପାସ୍ କରିସାରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ କମିଟି କମିଟି (Cabinet Committee on Economic Affairs) ୬ଟି ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ (Minimum Support Price) ବୃଦ୍ଧିକୁ ଅନୁମୋଦନ କରିଛି। ଏବେ ମୋଦୀ ସରକାରଙ୍କ କ୍ୟାବିନେଟ୍ ରବି ଫସଲ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିବୃଦ୍ଧିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହାକୁ ନେଇ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ ଘୋଷଣା କରିଛନ୍ତି।
କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ କହିଛନ୍ତି ଯେ କୃଷକମାନଙ୍କ ସହ ଜଡିତ ବିଲ ଉପରେ ବିଭିନ୍ନ ରାଜ୍ୟରେ ବିରୋଧ ମଧ୍ୟରେ ଏମଏସପି ବ୍ୟବସ୍ଥା ଅକ୍ଷୁର୍ଣ୍ଣ ରହିଛି। ସେ କହିଛନ୍ତି ଯେ ସର୍ବନିମ୍ନ ସହାୟତା ମୂଲ୍ୟ (MSP), କୃଷି ଉତ୍ପାଦନ ବଜାର କମିଟି (APMC) ଜାରି ରହିବ, ସରକାରୀ କ୍ରୟ ଜାରି ରହିବ ଏବଂ ଏହି କୃଷକମାନେ ସେମାନଙ୍କ ଉତ୍ପାଦକୁ ଯେଉଁଠାରେ ଚାହିଁବେ ବିକ୍ରୟ କରିପାରିବେ।
କୃଷିମନ୍ତ୍ରୀ ଲୋକସଭାରେ ଏମଏସପି ବୃଦ୍ଧି ବାବଦରେ ଘୋଷଣା କରିଛନ୍ତି । ୬ଟି ରବି ଫସଲର ଏମଏସପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କ୍ୱିଣ୍ଟାଲ ପିଛା ଗହମର ଏମଏସପି ୫୦ ଟଙ୍କା, ଚଣାରେ ୨୨୫ ଟଙ୍କା, ମସୁର ଡାଲିରେ ୩୦୦ ଟଙ୍କା, ସୋରିଷରେ ୨୨୫ ଟଙ୍କା, ଯରେ ୭୫ ଟଙ୍କା ଓ କୁସୁମରେ ୧୧୨ ଟଙ୍କା ବୃ୍ଦ୍ଧି କରାଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ସୋମବାର ରବି ଫସଲର ସର୍ବନିମ୍ନ ସହାୟତା ମୂଲ୍ୟ ବୃଦ୍ଧି କରିବାକୁ କ୍ୟାବିନେଟର ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛନ୍ତି। ଏହି ନିଷ୍ପତ୍ତି କୋଟି କୋଟି ଚାଷୀଙ୍କୁ ଉପକୃତ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି। ସେ କହିଛନ୍ତି ଯେ କୃଷକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବା ଆମ ପାଇଁ ଏକ ବଡ଼ ସୌଭାଗ୍ୟ।
ସେ ଆହୁରି ମଧ୍ୟ କହିଛନ୍ତି, ‘ଅଧିକ ଏମଏସପି ଚାଷୀଙ୍କୁ ସଶକ୍ତ କରିବ, ଏହା ମଧ୍ୟ ସେମାନଙ୍କ ଆୟକୁ ଦ୍ୱିଗୁଣିତ କରିବାରେ ସାହାଯ୍ୟ କରିବ। କୃଷି ସଂସ୍କାର ପାଇଁ ସଂସଦର ଅନୁମୋଦନ ସହିତ ବର୍ଦ୍ଧିତ ଏମଏସପି ଦାତାମାନଙ୍କର ସମ୍ମାନ ଏବଂ ସମୃଦ୍ଧତାକୁ ନିଶ୍ଚିତ କରିବ।
ଏଥି ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା (Amit Shah) ସର୍ବନିମ୍ନ ସହାୟତା ମୂଲ୍ୟ ବୃଦ୍ଧି କରିବାକୁ ଐତିହାସିକ ବୋଲି ଘୋଷଣା କରିଛନ୍ତି। କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା ଦିଗରେ କେନ୍ଦ୍ର ସରକାରଙ୍କ ଏକ ଅର୍ଥପୂର୍ଣ୍ଣ ପ୍ରୟାସ ବୋଲି ସେ କହିଛନ୍ତି। ଶାହା କହିଛନ୍ତି ଯେ ମୋଦୀ ସରକାରଙ୍କ ପ୍ରତ୍ୟେକ ମୁହୂର୍ତ୍ତ କୃଷକ ଏବଂ ଗରିବଙ୍କ କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ହୋଇଛି।
Also Read:
Ariculture Bills: ହଟ୍ଟଗୋଳ ମଧ୍ୟରେ କୃଷକ ବିଲ ରାଜ୍ୟସଭାରେ ପାସ୍,ନିଜ ଇଚ୍ଛାରେ କୃଷକମାନେ ବିକ୍ରି କରିପାରିବେ ନିଜ ଉତ୍ପାଦ