ପ୍ରଥମ ଟେଷ୍ଟ ‌ରେ ଆୟୋଜକ ଇଂଲଣ୍ଡ ୪ ୱିକେଟରେ ୱେଷ୍ଟଇଣ୍ଡିଜ୍ ଠାରୁ ପରାସ୍ତ

Share this:

ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଆୟୋଜକ ଇଂଲଣ୍ଡକୁ ୪ ୱିକେଟରେ ପରାସ୍ତ କରିଛି। ଏହା ସହ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ବର୍ତ୍ତମାନର ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ ରେ ଆଗୁଆ ହୋଇଛି।

କୋଭିଡ଼-୧୯ ଚାଲୁଥିବା ସମୟରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଏକ ବିଜୟରୁ ଆରମ୍ଭ କରିଛି। ଏହା ସହ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ବର୍ତ୍ତମାନର ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ୧-୦ ଆଗୁଆ ରହିଛି। ସିରିଜର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ୧୬ ଜୁଲାଇ ଗୁରୁବାର ଦିନ ମଞ୍ଚେଷ୍ଟରରେ ଖେଳାଯିବ। ୱେଷ୍ଟଇଣ୍ଡିଜ୍ ପାଇଁ ଜେରମାଇନ୍ ବ୍ଲାକ୍ଉଡ୍ ସର୍ବାଧିକ ୯୫ ସ୍କୋର କରିଥିଲେ। ରୋଷ୍ଟନ୍ ୩୭ ଏବଂ ଶେନ ଡାଉରିଚ ୨୦ ରନ୍ ସ୍କୋର କରିଥିଲେ। ଜୋଫ୍ରା ଆର୍ଚର ଇଂଲଣ୍ଡ ପାଇଁ ସର୍ବାଧିକ ୩ ୱିକେଟ୍ ନେଇଥିଲେ। କ୍ରେଗ ବ୍ରାଇଥୱାଇଟ୍ (୪) ଏବଂ ବ୍ରୁକ୍ସ (୦) ଶାଇ ହୋପ (୯) ରନ୍ କରିଥିଲେ। ୱେଷ୍ଟଇଣ୍ଡିଜ୍ ଓପନର୍ ଜନ୍ କ୍ୟାମ୍ପବେଲ୍ ଆହତ ହୋଇଥିଲେ।

ଆର୍ଚର ଏବଂ ଜେମ୍ସ ଆଣ୍ଡରସନ୍ ଆରମ୍ଭରୁ ମାରାତ୍ମକ ବୋଲିଂ କରି ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଙ୍କୁ ଅସୁବିଧାରେ ରଖିଥିଲେ। ପେସର୍ ଆର୍ଚର ଷଷ୍ଠ ଓଭରରେ ଇଂଲଣ୍ଡକୁ ପ୍ରଥମ ସଫଳତା ଦେଇଥିଲେ ବ୍ରାଥୱାଇଟ୍ କୁ ବୋଲ୍ଡ କରି। ଜେରମାଇନ୍ ବ୍ଲାକ୍ଉଡ୍ (୯୫) ଙ୍କ ୱିକେଟ୍  ଉଡ଼ ନେଇଥିଲେ।

ଇଂଲଣ୍ଡ ପାଇଁ ଦ୍ୱିତୀୟ ଇନିଂସରେ ଜ୍ୟାକ କ୍ରୋଲେ (୭୬), ଡୋମ ସିବିଲି (୫୦), ଅଧିନାୟକ ବେନ ଷ୍ଟୋକ୍ସ (୪୬), ରୋରି ବର୍ନସ (୪୨) ରନ୍ ସଂଗ୍ରହ କରିଥିଲେ। ୱେଷ୍ଟଇଣ୍ଡିଜ୍ ବୋଲରମାନେ ଆୟୋଜକ ବ୍ୟାଟ୍ସମ୍ୟାନ୍ ମାନ ଙ୍କୁ  ଅଟକାଇବାରେ ସଫଳ ହୋଇଥିଲେ। ଶାନନ୍ ଗାବ୍ରିଏଲ୍ ୫, ରୋଷ୍ଟନ୍ ଚେଜ୍ ଏବଂ ଅଲଜାରି ଜୋସେଫ୍ ୨-୨ ୱିକେଟ୍ ନେଇଥିବାବେଳେ ଅଧିନାୟକ ଜେସନ୍ ହୋଲ୍ଡର ଗୋଟିଏ ୱିକେଟ୍ ନେଇଛନ୍ତି। ପ୍ରଥମ ଇନିଂସରେ ଇଂଲଣ୍ଡ ୨୦୪ ରନ୍ ସଂଗ୍ରହ କରିଥିବାବେଳେ ୱିଣ୍ଡିଜ୍ ୩୧୮  ରନ୍ ସଂଗ୍ରହ କରିଥିଲା। ମ୍ୟାଚ୍‌ରେ ୯ଟି ୱିକେଟ ନେଇଥିବା ଗାବ୍ରିଏଲ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।

Share this: