କଟକରୁ ଉଠିଲା ସଟଡାଉନ୍ କିନ୍ତୁ କଡ଼ା କଟକଣା; ସକାଳ ୫ରୁ ସନ୍ଧ୍ୟା ୬ ଯାଏଁ ଦୋକାନ ଖୋଲା

Share this:

କଟକ: ଆଜି ଠାରୁ କଟକ ରେ ସଟଡାଉନ କୁ ଉଠା ଯାଇଛି। ଆଜି ଠାରୁ ପୁଣି ଖୋଲିବ ସହରର ସମସ୍ତ ଦେକାନ। କିନ୍ତୁ ପୂର୍ବ ଅପେକ୍ଷା କଟକଣା ଅଧିକ। ସୁଚନାଯୋଗ୍ୟ ପୂର୍ବରୁ ସକାଳ ୫ଟାରୁ ରାତି ସାଢେ ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଥିଲା ଓ ରାତ୍ରିକାଳିନ କର୍ଫ୍ୟୁ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ରହୁଥିଲା।


ଆଜି ଠାରୁ ଆରମ୍ଭ ହେବାକୁ ଥିବା ସଂଶୋଧିତ ନିର୍ଦ୍ଦେଶାବଳୀ ମୁତାବକ ସକାଳ ୫ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସହରରେ ଦୋକାନ ବଜାର ଖୋଲା ରହିବ। ରାତ୍ରିକାଳିନ କର୍ଫ୍ୟୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ପୂର୍ବରୁ ଜାରି କରା ଯାଇଥିବା ଲକ ଡାଉନ ନିୟମାବଳି କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି କଡା ନିର୍ଦେଶ ରହିଛି। ରାତି ୭ଟା ପର୍ଯ୍ୟନ୍ତ ଲୋକମାନଙ୍କ ଯାତାୟତକୁ ଅନୁମତି ରହିଛି। ନିୟମ ପାଳନ ହେଉଛି ବା ନାହିଁ ତାର ତଦାରଖ ପାଇଁ ଏନଫୋର୍ସମେଣ୍ଟ ଟିମ୍ ସହିତ ପୋଲିସର ଟିମ ମଧ୍ୟ ସହରରେ ନଜର ରଖିବ। ସେହିପରି ଦୋକାନ ଓ ବେସରକାରୀ ହସ୍ପିଟାଲଗୁଡ଼ିକରେ ସାମାଜିକ ଦୂରତା ରକ୍ଷା କରାଯାଉଛି ବା ନାହିଁ ଯାଞ୍ଚ କରାଯିବ, କହିଛନ୍ତି ସିଏମସିର ଡେପୁଟି କମିଶନର ଡଃ ଅବିନାଶ ରାଉତ।

Share this: