Weather Report: ରାଜ୍ୟରୁ ଫେରିଗଲା ମୌସୁମୀ
Bhubaneswar : ରାଜ୍ୟରୁ ଦକ୍ଷିଣ-ପଶ୍ଚିମ ମୌସୁମୀ (South-West Monsoon ) ବାୟୁ ବିଦାୟ ନେଇଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତ ବର୍ଷ ମୌସୁମୀ ପ୍ରଭାବରେ ରାଜ୍ୟରେ ଜୁନ ପହିଲାରୁ ଅକ୍ଟୋବର ୨୮ ମଧ୍ୟରେ ୧୩୦୨.୯ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଯାହାକି ସ୍ୱାଭିବକ ବର୍ଷାଠାରୁ ୪ ପ୍ରତିଶତ ଅଧିକ। ଝାରସୁଗୁଡା, ଦେବଗଡ ଏବଂ ମାଲକାନଗିରି ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ଅବଶିଷ୍ଟ ୨୭ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି।
ଓଡ଼ିଶାରୁ ମୌସୁମୀ ଫେରିଥିବାବେଳେ ଆଜିଠାରୁ କେରଳ, ତାମିଲନାଡ଼ୁ ଓ କର୍ଣ୍ଣାଟକ ଆଦି ରାଜ୍ୟରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବେଶ କରିବା ସହ ଏସବୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି।
Also Read | Odisha Assembly Winter Session: ବିଧାନସଭା ଶୀତ ଅଧିବେଶନ ଡିସେମ୍ବର ୩୧ ପୂର୍ବରୁ