Odisha Weather Alert : ଲଘୁଚାପ ଅବପାତରେ ପରିଣତ,୫ ଜିଲ୍ଲାରେ ପ୍ରବଳ ବର୍ଷା
ଭୁବବେଶ୍ଵର: Odisha Weather Alert Sitrang ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ଶନିବାର ଅବପାତରେ ପରିଣତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ (Odisha Weather Alert) ଏ ନେଇ ଟୁଇଟ୍ ଯୋଗେ ସୂଚନା ପ୍ରଦାନ କରିଛନ୍ତି।
ପାଣିପାଗକେନ୍ଦ୍ର ସୂଚନା ଅନୁଯାୟୀ, ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏହି ଲଘୁଚାପ ଜନିତ ଅବପାତ ସୃଷ୍ଟି ହୋଇଛି। ଆସନ୍ତାକାଲି ୨୩ ତାରିଖ ରବିବାର ସକାଳ ପର୍ଯ୍ୟନ୍ତ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ପରେ ଏହା ଦିଗ ବଦଳାଇ ଘୂର୍ଣ୍ଣିବାତ୍ୟାରେ ପରିବର୍ତ୍ତିତ ହେବାର ସମ୍ଭାବନା ରହିଛି।
ADVT

ପରେ ଏହି ବାତ୍ୟା ୨୫ ତାରିଖ ସକାଳେ ପଶ୍ଚିମବଙ୍ଗ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ଏହାର ପ୍ରଭାବରେ ୨୩ ତାରିଖ ରାତିରୁ ଉପକୂଳ ଓଡ଼ିଶାର ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ଏହି ଜିଲ୍ଲାଗୁଡ଼ିକୁ ପାଣିପାଗ କେନ୍ଦ୍ର ତରଫରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ADVT

ଏଥିସହିତ ୨୪ ଓ ୨୫ ତାରିଖ ମଧ୍ୟରେ ଧାମରାଠାରୁ ଦୁଇ ଶହ କିଲୋମିଟର ଦୂର ସମୁଦ୍ର ଭିତରେ ବାତ୍ୟା ଅତିକ୍ରମ କରିବ। ସେହି ସମୟରେ ଉପକୂଳରେ ବର୍ଷାର ପରିମାଣ ଓ ପବନର ବେଗ ବଢ଼ିବ। ୨୪ ତାରିଖରେ ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଭଳି ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସେହିପରି ୨୫ ତାରିଖ ମଙ୍ଗଳବାର ଉତ୍ତର ଉପକୂଳର ତିନୋଟି ଜିଲ୍ଲା ଭଦ୍ରକ ବାଲେଶ୍ୱର ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ସହ ସମୁଦ୍ର ତଟ୍ଟବର୍ତ୍ତୀ ଅଞ୍ଚଳରେ ଘଣ୍ଟା ପ୍ରତି ସର୍ବାଧିକ ୭୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ରହିଛି।
Read Also



