ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧି ପାଇଁ କଂଗ୍ରେସ ସରକାର ଦାୟୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

Share this:

ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ (Petrol and Diesel Price) ସର୍ବାଧିକ ରହିଛି। ତେବେ ପ୍ରାୟ ଗତ ଏକ ମାସ ହେବ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଭବିଷ୍ୟତରେ ତୈଳ ମୂଲ୍ୟ ହ୍ରାସ ପାଇବ କି ନାହିଁ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (FM Nirmala Sitharaman) କହିଛନ୍ତି ଯେ ଆମର ହାତ ବନ୍ଧା ହୋଇଛି। ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ପାଇଁ ସେ ଡକ୍ଟର ମନମୋହନ ସିଂଙ୍କ ନେତୃତ୍ୱରେ କଂଗ୍ରେସ ସରକାର (Congress Government)ଙ୍କୁ ଦାୟୀ କରିଛନ୍ତି।

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ‘ୟୁପିଏ ସରକାର ତାଙ୍କ ସମୟରେ ୧.୪୪ଲକ୍ଷ କୋଟି ଟଙ୍କାର ତୈଳ ବଣ୍ଡ (Oil Bonds) ଜାରି କରି ତୈଳ ମୂଲ୍ୟ ହ୍ରାସ କରିଥିଲେ। କିନ୍ତୁ ଆମେ ୟୁପିଏ ସରକାରଙ୍କ କୌଶଳ ବ୍ୟବହାର କରିବୁ ନାହିଁ। ତୈଳ ବଣ୍ଡ ହେତୁ ଭାର ଆମ ଉପରେ ପଡିଲା ଯେଉଁଥିପାଇଁ ଆମେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିବାରେ ସକ୍ଷମ ନୁହଁ।

ଅର୍ଥମନ୍ତ୍ରୀ କହିଛନ୍ତି, ‘ଲୋକମାନେ ଚିନ୍ତା କରିବା ସ୍ୱାଭାବିକ। ଏଥିପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଏକ ରାସ୍ତା ଖୋଜିବାକୁ ପଡ଼ିବ। ଏକ୍ସାଇଜ୍ ଡ୍ୟୁଟିରେ କୌଣସି ହ୍ରାସ ହେବ ନାହିଁ। ସେ କହିଛନ୍ତି ତୈଳ ବଣ୍ଡ ଯୋଗୁଁ ରାଜକୋଷ ଉପରେ ଅତିରିକ୍ତ ବୋଝ ପଡିଛି। ସେ କହିଛନ୍ତି ଯେ ଗତ ପାଞ୍ଚ ବର୍ଷ ମଧ୍ୟରେ ସରକାର ତୈଳ ବଣ୍ଡ ସୁଧବାବଦରେ  ୬୨ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି।

ଅର୍ଥମନ୍ତ୍ରୀ କହିଛନ୍ତି, ‘୨୦୨୬ ସୁଦ୍ଧା ଆମକୁ ୩୭ ହଜାର କୋଟି ଟଙ୍କା ସୁଧ ଦେବାକୁ ପଡିବ। ସୁଧ ପରେ ଆମକୁ ମୂଳ ପରିମାଣ ୧.୩୦ ଲକ୍ଷ କୋଟି ଦେବାକୁ ପଡିବ। ଯଦି ଆମକୁ ତୈଳ ବଣ୍ଡରେ ଭାର ଦିଆଯାଇ ନଥାନ୍ତା, ତେବେ ଆମେ ଏକ୍ସାଇଜ୍ ଡ୍ୟୁଟି କାଟିବା ସ୍ଥିତିରେ ଥାନ୍ତେ।

Also Read | Weather Report Odisha:ଆସନ୍ତା ୨୪ ଘଣ୍ଟାରେ ଲଘୁଚାପ,ୟେଲୋ ୱାର୍ଣ୍ଣିଂ ଜାରି

Share this:

Leave a Reply

Your email address will not be published. Required fields are marked *