ଆଜିର ରାଶିଫଳ

Share this:

ମେଷ: ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଠିକ ରହିବ। ସ୍ୱାସ୍ଥ୍ୟ ଠିକ ରହିବା ହେତୁ ବନ୍ଧୁମାନଙ୍କ ସହିତ ଖେଳକୁଦରେ ସମୟ କାଟିବାକୁ ଚିନ୍ତା କରିପାରନ୍ତି। ଯେଉଁମାନେ କିଛି ଋଣ ନେଇଥିଲେ, ଆଜି ସେମାନଙ୍କୁ ଋଣ ସୁଝିବାରେ ଅସୁବିଧା ହୋଇପାରେ। ନିଜ ପରିବାର ଲୋକଙ୍କ ସହିତ ରୁକ୍ଷ ବ୍ୟବହାର ନ କରନ୍ତୁ। ଏହା ପାରିବାରିକ ଶାନ୍ତି କୁ ଭଙ୍ଗ କରି ପାରେ। କିଛି ଲୋକଙ୍କ ବାହାଘର ଠିକ ହୋଇ ପାରେ ଓ କିଛି ଲୋକଙ୍କ ମନ ପସନ୍ଦର ଜୀବନ ସାଥୀ ମିଳିବା ଯୋଗୁଁ ମନ ଖୁସିରେ ଭରି ଉଠି। ଆଜି ଦ୍ଵନ୍ଦରେ ରହିବ ହେତୁ ଆପଣଙ୍କର ଅଫିସ୍ କାମରେ ମନ ଲାଗିବନି। ଯାତ୍ରା କରିବାକୁ ଆଜି ଅଶୁଭ ଦିନ ଅଟେ। ଆଜିକୁ ଆପଣ ନିଜ ଜୀବନ-ସାଥୀ ସହିତ ପୁଣି ଥରେ ପ୍ରେମରେ ପଡ଼ିବେ।

ବୃଷ: ଯୋଗ ଓ ତପଶ୍ୟା ଆଜି ଆପଣଙ୍କ ମନ ସୁସ୍ଥ ରଖିବାରେ ସାହାଯ୍ୟ କରିବ। ଆଜି ଆପଣ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଯେଉଁଥିରୁ ବାହାରିବା ପାଇଁ ପୀତା ଅଥବା ପୀତାତୁଲ୍ୟ କୌଣସି ବ୍ୟକ୍ତିଙ୍କର ସହାୟତା ନେବେ। ଯଦି ଆପଣ କାର୍ଯ୍ୟାଳୟରେ ଅଧିକ ସମୟ କାଟିବେ, ତାହେଲେ ଆପଣଙ୍କ ଘରୋଇ ଜୀବନ ଉପରେ ନକରାତ୍ମକ ପ୍ରଭାବ ପଡ଼ି ପାରେ। ଭଲ ପାଇବା ଭାବନା ଯୋଗୁଁ ଆଜି ଆପଣ ଅଧିକ ଖୁସି ଅନୁଭବ କରିବେ।  କାର୍ଯ୍ୟାଳୟରେ ଯାହା ସହିତ ସବୁ ଠୁ କାମ କଥା ହଉଥିଲେ ଆଜି ତାଙ୍କ ସହିତ ଭଲ କଥା ବାର୍ତ୍ତା କରିବେ। ଆଜି ଆପଣଙ୍କୁ ଅନୂଭଵ ହେବକି ଆପଣଙ୍କ ଜୀବନ-ସାଥୀ ଆଗରୁ ଏତେ ଭଲ କେବେ ବି ନଥିଲେ।

ମିଥୁନ: ଆଜି ପୁରା ସନ୍ଧ୍ୟା ସାଙ୍ଗ ମାନଙ୍କ ସାଙ୍ଗରେ ଖୁସିରେ କାଟିବେ କିନ୍ତୁ ଅଧିକ ଖାଇବା ଓ ମଦ୍ୟ ପାନଠୁ ଦୁରେଇ ରୁହନ୍ତୁ। ଯଦିଓ ଧନ ଆପଣଙ୍କ ହାତରୁ ସହଜରେ ଖସି ଚାଲିବ, କିନ୍ତୁ ଆପଙ୍କ ଗ୍ରହ ମାନେ ଆପଣଙ୍କ ଧନରେ କ୍ଷତି ହବାକୁ ଦେବେ ନାହିଁ। ପରିବାର ଲୋକ ଓ ପିଲା ମାନଙ୍କ ସହିତ ସମୟ ବ୍ୟତୀତ କରିବା କାରଣରୁ ଆପଣ ଫୁର୍ତି ଓ ଉର୍ଜା ରେ ଭରା ଅନୁଭବ କରିବେ। ଯୋଗ୍ୟ କର୍ମୀମାନଙ୍କୁ ପଦଉନ୍ନତି କିମ୍ବା ଆର୍ଥିକ ଲାଭ ହୋଇ ପାରେ। ଆଜି ଆପଣଙ୍କୁ ହଠାତ ଯାତ୍ରା କରିବାକୁ ପଡ଼ିପାରେ ଯାହାଦ୍ୱାରା ଘରେ ସମସ୍ତଙ୍କ ସହିତ ସମୟ କାଟିବାର ଆପଣଙ୍କ ଯୋଜନା ବିଫଳ ହୋଇପାରେ। ଆପଣଙ୍କ ଜୀବନ-ସାଥୀ ଅଜାଣତରେ କିଛି ଏମିତିଆ କାମ କରି ପାରନ୍ତି, ଯାହା ଆପଣ ଚାହିଁଲେ ବି ଭୁଲି ପରିବେନି।

କର୍କଟ: ମାନସିକ ଶାନ୍ତି ପାଇଁ ବିବାଦ ସ୍ତୃଷ୍ଟି କରୁଥିବା କାରଣର ସମାଧାନ କରନ୍ତୁ। ନିଜ ପାଇଁ ଧାନ ସଞ୍ଚୟ କରିବାର ଆପଣଙ୍କର ଯୋଜନା ଆଜି ସଫଳ ହୋଇପାରେ। ଆଜି ଆପଣ ଉଚିତ ମାତ୍ରାରେ ସଞ୍ଚୟ କରିବାରେ ସକ୍ଷମ ହୋଇପାରିବେ। କାର୍ଯ୍ୟ ଦୃଷ୍ଟିରୁ ଆଜି ଆପଣଙ୍କ ଦିନ ବହୁତ ଉତ୍ତମ ରହିବ। ଆଜି ଘରେ ପାର୍ଟି ଯୋଗୁଁ ଆପଣଙ୍କ ବହୁମୂଲ୍ୟ ସମୟ ନଷ୍ଟ ହୋଇପାରେ। ଆଜି ଆପଣ ନିଜର ଜୀବନ ସାଥୀ ସହିତ ବୁଲା ବୁଲି କରିପାରନ୍ତି। ତାଙ୍କ ସହିତ ସମୟ କାଟିବା ପାଇଁ ଏହା ଏକ ଉତ୍ତମ ସୁଯୋଗ, ହାତ ଛଡ଼ା କରନ୍ତୁ ନାହିଁ।

ସି˚ହ: ଆପଣଙ୍କ ହସ ମଜା କରିବାର କଳା, ଅନ୍ୟମାନଙ୍କୁ ଉତ୍ସାହିତ କରି ପାରେ। ବ୍ୟାପାରୀ ମାନଙ୍କୁ ଆଜି ବ୍ୟାପାରରେ କ୍ଷତି ସହିବାକୁ ପଡ଼ିପାରେ ତଥା ନିଜର ବ୍ୟାପାରକୁ ଆହୁରି ଭଲଭାବରେ ଚଳାଇବାପାଇଁ ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ। ନିଜ ପରିବାର ଲୋକଙ୍କ ସହିତ ରୁକ୍ଷ ବ୍ୟବହାର ନ କରନ୍ତୁ। ଏହା ପାରିବାରିକ ଶାନ୍ତିକୁ ଭଙ୍ଗ କରି ପାରେ। କାର୍ଯ୍ୟାଳୟରେ ସ୍ନେହର ପରିବେଶ ରହିବ। ଆଜି ଆପଣ ନିଜ ବୈବାହିକ ଜୀବନ ଜଡ଼ିତ ସବୁ ଖରାପ ସ୍ମୃତି ଭୁଲି ଯିବେ ଓ ନିଜର ବର୍ତ୍ତମାନ ଉପରେ ଧ୍ୟାନ ଦେବେ।

କନ୍ୟା: ଶାରୀରିକ ରୋଗର ଠିକ ହେବାର ଅନେକ ସମ୍ଭାବନାଅଛି ଓ ଏହା କାରଣରୁ ଆପଣ ଶୀଘ୍ର ହିଁ କ୍ରୀଡ଼ାରେ ଭାଗ ନେଇ ପାରିବେ। ଆପଙ୍କ ଅତ୍ୟଧିକ ସ୍ଵତନ୍ତ୍ର ଜୀବନ ଶୈଳୀ ଯୋଗୁଁ ଘରେ ବିବାଦ ସୃଷ୍ଟି ହୋଇ ପାରେ, ତେଣୁ ରାତିରେ ଡେରିରେ ଘରକୁ ଫେରିବା ଓ ଅନ୍ୟ ମାନଙ୍କ ଉପରେ ଖର୍ଚ୍ଚ କରିବା ବନ୍ଦ କରନ୍ତୁ। କୌଣସି କୌତୁହଳଜନକ ବ୍ୟକ୍ତିଙ୍କୁ ଦେଖା କରିବାର ପ୍ରବଳ ସମ୍ଭାବନା ଅଛି। ଆପଣଙ୍କ ବରିଷ୍ଠ ଅଧିକାରୀଙ୍କୁ ଜଣା ପଡ଼ିବା ପୂର୍ବରୁ, ବହୁତ ସମୟରୁ ରହିଥିବା କାର୍ଯ୍ୟକୁ ଶେଷ କରି ଦିଅନ୍ତୁ। ଯାତ୍ରା କରିବା ସମୟରେ ଆପଣ ନୂତନ ଜାଗାକୁ ଭ୍ରମଣ କରିବାକୁ ଯିବେ ଓ ମହତ୍ଵପୁର୍ଣ ଲୋକଙ୍କ ସହିତ ସାକ୍ଷାତ ହେବ। ବୈବାହିକ ଜୀବନକୁ ଅଧିକ ସୁଖମୟ କରିବାକୁ ଚେଷ୍ଟା କରନ୍ତୁ।  

ତୁଳା: କୌଣସି ପ୍ରକାରର ସ୍ଥିତିକୁ ସମ୍ଭାଳିବା ପାଇଁ ମନକୁ ଶାନ୍ତ ରଖନ୍ତୁ। ଆପଣଙ୍କ ପାଇଁ ଆଜି ଗ୍ରହ ନକ୍ଷେତ୍ରଙ୍କ ଚାଲାଣ ଭଲ ନାହିଁ ତେଣୁ ନିଜର ଧନ ସମ୍ପତ୍ତିକୁ ସୁରକ୍ଷିତ ରଖିବାପାଇଁ ଚେଷ୍ଟା କରନ୍ତୁ। ଯଦି ଆପଣ ନିଜର ଲକ୍ଷକୁ ପାଇବା ପାଇଁ ଏକାଗ୍ରତ ହୋଇ ଧ୍ୟାନ କେନ୍ଦ୍ରିତ କରିବେ ତାହେଲେ ଆପଣଙ୍କ ଉପଲବ୍ଧି ଆପଣଙ୍କ ଆଶା ଠାରୁ ଅଧିକ ମିଳିବ।  ଖେଳକୁଦ ଜୀବନରେ ଅତ୍ୟନ୍ତ ଜରୁରୀ। କିନ୍ତୁ ଏଥିରେ ଏତେ ମତନ୍ତୁନି ଯେ ଆପଣଙ୍କ ପାଠ ପଢ଼ାରେ ବାଧା ସୃଷ୍ଟି ହେବ। କଣ ଆପଣ ଜାଣିଛନ୍ତିକି ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ ଜଣେ ଦେବଦୁତ୍ତ? ତାଙ୍କ ଉପରେ ଧ୍ୟାନ ଦିଅନ୍ତୁ,ଏହି କଥା ଆପଣ ନିଜେ ଜାଣିପାରିବେ।

ବିଛା: ଆଜିକୁ ଆପଣଙ୍କ ପାଖରେ ନିଜ ପାଇଁ ଯଥେଷ୍ଟ ସମୟ ରହିବ, ସୁଯୋଗର ଲାଭ ଉଠାନ୍ତୁ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପଦ ଯାତ୍ରାରେ ଯାନ୍ତୁ। ନିଜର ଧନ କିପରି ଭାବରେ ସଞ୍ଚୟ କରିପାରିବେ ତାହା ଆଜି ଆପଣ ଭଲଭାବରେ ଶିଖିପାରିବେ ଏବଂ ଏହା ଦ୍ୱାରା ଆପଣ ଆପଣଙ୍କର ଧନ ସଞ୍ଚୟ କରିପାରିବେ। ପିଲା ମାନେ ଆଜି ଆପଣଙ୍କ ଘରୋଇ କାର୍ଯ୍ୟରେ ସହଯୋଗ ଦେବେ। ଆଜି ଆପଣଙ୍କ ସହଭାଗୀ ଆପଣଙ୍କୁ ବହୁତ ଖୁସି ଦେବେ ଯାହା। ଆଜିର ଦିନ ଆପଣଙ୍କର ଇଚ୍ଛା ଅନୁସାରରେ ଖୁସୀରେ କଟିବ। ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନସାଥୀ ବହୁତ ଚେଷ୍ଟା କରିବେ।

ଧନୁ: ଯେହେତୁ ଆପଣ ଯାତ୍ରା କରିବା ଦୃଷ୍ଟିରୁ ଦୁର୍ବଳ ଅଛନ୍ତି, ସେଥିପାଇଁ ଲମ୍ବା ଯାତ୍ରାରୁ କରିବାଠୁ ନିଜକୁ ଦୂରେଇ ରଖନ୍ତୁ।  ବିଦେଶକୁ ଯାଇ ଶିକ୍ଷ୍ୟା ଅର୍ଜନ କରିବାପାଇଁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କୁ ଆଜି ଘରର ଆର୍ଥିକ ସଙ୍କଟ ବ୍ୟସ୍ତ କରିପାରେ। ବନ୍ଧୁ ବାନ୍ଧବ ଆଜି ଆପଣଙ୍କୁ ସାହାଯ୍ୟ କରିବେ। ଆଜି ଆପଣ ଅନୁଭବ କରି ପାରିବେ କି ଆପଣଙ୍କ ସାଥି ଆପଣଙ୍କୁ କେତେ ଆନ୍ତରିକ ଭାବରେ ଭଲପାନ୍ତି। ଆଜି କାର୍ଯ୍ୟସ୍ଥଳରେ ସହକର୍ମୀ ମାନେ ବହୁତ ସାହଯ୍ୟ କରିବା ଯୋଗୁ ଖୁସି ଅନୁଭବ କରିବେ। ଆଜି କେବଳ ମହତ୍ତ୍ଵପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦିଅନ୍ତୁ।

ମକର: ଆଜି ପୁରା ଦିନ କାମରେ ବ୍ୟସ୍ତ ରହିଥିବା ପରେ ମଧ୍ୟ ନଜକୁ ଶକ୍ତିରେ ଭରା ଅନୁଭବ କରିବେ। ଆପଣଙ୍କ ଅନିଶ୍ଚିତ ଆଚରଣ ଯୋଗୁଁ ଆପଣଙ୍କ ସାଥି ସହିତ ବିବାଦ ସ୍ତୃଷ୍ଟି ହୋଇ ଘରେ ବିବାଦ ହୋଇ ପାରେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ କିଛି ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳି ପାରେ। ଏହି ରାଶିର ଛାତ୍ର ଛାତ୍ରୀ ମାନେ ବହୁତ ସମୟ ଟିଭି ଓ ମୋବାଇଲ ଦେଖି କାଟିବେ। ଏହା କେବଳ ସେମାନଙ୍କର ସମୟ ନଷ୍ଟ କରିବ। ପ୍ରବଳ ସମ୍ଭାବନା ଅଛିକି ଆଖ ପାଖ ଲୋକ ଆପଣ ଦୁଇ ଜଣଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିବା ପାଇଁ ପ୍ରୟାସ କରିପାରନ୍ତି। ତେଣୁ ବାହାର ଲୋକଙ୍କ କଥା ଶୁଣିବା ଠିକ ହେବ ନାହିଁ।

କୁମ୍ଭ: ଆପଣ ଅନୁଭବ କରିବେ କି ଅଖ ପାଖ ଲୋକ ଅତ୍ୟଧିକ ଦାବି କରି ପାରନ୍ତି। କିନ୍ତୁ ଯେତିକି ଆପଣ କରି ପାରିବେ, ତାହାଠୁ ଅଧିକ କରିବାର କଥା ଦିଅନ୍ତୁ ନାହିଁ ଓ କେବଳ ଅନ୍ୟର ଖୁସି ପାଇଁ ନିଜକୁ ଚାପ ଦିଅନ୍ତୁ ନାହିଁ। ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ। ଘନିଷ୍ଠ ବନ୍ଧୁ ଓ ଭାଗିଦାର ଆପଣଙ୍କଠୁ ରୁଷ୍ଟ ହୋଇ ଆପଣଙ୍କ ଜୀବନରେ ଅସୁବିଧାରେ ଆଣି ପାରିବେ। ଚାକିରୀ କରୁଥିବା ବ୍ୟକ୍ତି ମାନଙ୍କୁ ଆଜି କାର୍ଯ୍ୟକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆଜି ଅଜାଣତରେ ଆପଣଙ୍କଦ୍ଵାରା କୌଣସି ଭୁଲ ହୋଇପାରେ ଯାହାଦ୍ୱାରା ଆପଣଙ୍କ ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ କ୍ରୋଧ କରିପାରନ୍ତି। ବ୍ୟବସାୟୀଙ୍କ ପାଇଁ ଦିନଟି ସାଧାରଣ ରହିବ। ପରଉପକାର ଓ ସାମାଜିକ କାର୍ଯ୍ୟ ଆଜି ଆପଣଙ୍କୁ ଆକର୍ଷିତ କରିବ। ଯଦି ଆପଣ ଏମିତି ହିଁ ଉତ୍ତମ କାର୍ଯ୍ୟରେ ସମୟ ଦେବେ,ତାହେଲେ ଅତି ସକାରାତ୍ମକ ପରିବର୍ତନ ଆଣି ପାରନ୍ତି। ଆଜି ଆପଣ ଅନୁଭବ କରିବେକି ବିବାହର ବନ୍ଧନ ପ୍ରକୃତରେ ସ୍ଵର୍ଗର ଅନୁଭବ ଦିଏ।

ମୀନ: ଆଜି ଆପଣ ନିଜକୁ ଶାନ୍ତି ଓ ଜୀବନର ମଜା ନେବାର ଭାବନାରେ ପାଇବେ। ଆଜି ଘରୁ ବାହାରିବା ବେଳେ ଗୁରୁଜନମାନଙ୍କର ଆଶୀର୍ବାଦ ନେଇ ବାହାରନ୍ତୁ । ଏହାଦ୍ୱାରା ଧାନ ଲାଭ ହୋଇପାରେ। ଯଦି ଆପଣ ନିଜର ଆକର୍ଷଣ ଓ ବୁଦ୍ଧର ପ୍ରୟୋଗ କରିବେ, ତାହାହେଲେ ଆପଣଙ୍କ କାର୍ଯ୍ୟ ଶୀଘ୍ର ପୂରଣ ହେବ। ଆଜି ଆପଣଙ୍କ ସାଥି ଟିକେ ବିରକ୍ତ ହୋଇ ପାରନ୍ତି, ଯାହା ଫଳରେ ଆପଣଙ୍କ ମାନସିକ ଚାପ ଆହୁରି ବଢ଼ି ପାରେ। ଆଜି ଆପଣ ଅତିରିକ୍ତ କାର୍ଯ୍ୟ ନିଜର କାନ୍ଧ ଉପରେ ନେଇ ପାରନ୍ତି, ଯାହା ଆପଣଙ୍କ ପାଇଁ ଅଧିକ ମଜୁରି ଓ ପ୍ରତିଷ୍ଠାରେ ବୃଦ୍ଧି ଆଣିବ। କେହି ଜଣେ ପୁରୁଣା ଚିହ୍ନା ଲୋକ ଆଜି ଆପଣଙ୍କ ସମ୍ପର୍କରେ ଆସି ପାରନ୍ତି ଓ ଆପଣଙ୍କ ଦିନକୁ ସ୍ମରଣୀୟ

Also Read | Odisha Covid19: ଆଜି ରାଜ୍ୟରେ ଆଉ ୨୬୧୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ

Share this: