Unlock 4.0 ସେପ୍ଟେମ୍ବର ୧ରୁ ଲାଗୁ, ଶିକ୍ଷକ ସ୍କୁଲଆସି କରିବେ ଅନଲାଇନ କ୍ଳାସ, କଣ୍ଟେନ୍ମେଣ୍ଟ ଜୋନ୍ରେ ଲକ୍ ଡାଉନ୍
ନୂଆଦିଲ୍ଲୀ:ଶନିବାର କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଅନ୍ଲକ୍-୪ ( Unlock-4 )ଗାଇଡ୍ଲାଇନ୍ ଜାରି କରାଯାଇଛି। ଏଥର କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ କୋହଳ କାର୍ଯ୍ୟକାରୀ କରିଛନ୍ତି ଅନ୍ଲକ୍-୪ ସେପ୍ଟେମ୍ବର ପହିଲାରୁ ଦେଶରେ ଲାଗୁ ହେବାକୁ ଯାଉଛି। ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସେପ୍ଟେମ୍ବର ୭ରୁ ମେଟ୍ରୋ ରେଳ ଚଳାଚଳ ପାଇଁ ଅନୁମତି ମିଳିଛି।
Unlock 4.0 ମାସ୍କ ପିନ୍ଧିବାକୁ କଡ଼ା ନିର୍ଦେଶ ରହିଛି। ଏହାକୁ ସର୍ବସାଧାରଣ ସ୍ଥାନ, କାର୍ଯ୍ୟକ୍ଷେତ୍ର, ଗାଡ଼ିରେ,ମିଟିଂରେ ମାସ୍କ ପିନ୍ଧିବାକୁ ବାଧ୍ୟ। ପୂର୍ବପରି ଥିବା ନିୟମ ସର୍ବସାଧାରଣ ସ୍ଥାନରେ ପରସ୍ପର ଭିତରେ ୬ଫୁଟ ଦୂରତ୍ଵ ରହିବ। ଦୋକାନୀ,ଦୋକାନରେ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୂରତ୍ଵ ରଖିବେ। ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯିବ ଏବଂ ଏହାକୁ କଡାକଡି ଭାବେ ଲାଗୁ କରିଯାଇଛି। ଧର୍ମାଲ୍ ସ୍କାନିଂ ଏବଂ ହାତଧୋଇବା ଜରୁରୀ ବୋଲି କୁହାଯାଇଛି।
ଏଥର କଣ୍ଟେନ୍ମେଣ୍ଟ ଜୋନ୍ ( Contentment Zone )ବାହାରେ ରାଜ୍ୟ ସରକାର ଲକ୍ଡାଉନ୍ ଘୋଷଣା କରି ପାରିବେ ନାହିଁ। ପୂର୍ବରୁ ଏହି କ୍ଷମତା କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ଦେଇଥିଲେ ମାତ୍ର ଏହାକୁ ଅନଲକ-୪ରେ ପ୍ରତ୍ୟାହାର କରି ନିଆଯାଇଛି। କୌଣସି ରାଜ୍ୟ ସରକାର କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ସରକାର ରାଜ୍ୟ, ଜିଲ୍ଲା ଓ ସବ୍ଡିଭିଜନ୍, ସହର ଓ ଗ୍ରାମାଞ୍ଚଳରେ କଣ୍ଟେନ୍ମେଣ୍ଟ ଜୋନ୍ ବାହାରେ ଲକ୍ଡାଉନ୍ ଘୋଷଣା କରିବେ ନାହିଁ। କେନ୍ଦ୍ର ସରକାରଙ୍କ ପୂର୍ବ ଅନୁମୋଦନ ବିନା ଏପରି କରାଯାଇ ପାରିବ ନାହିଁ। ଜିଲାସ୍ତରରେ ଛୋଟ ଆକାରରେ କଣ୍ଟେନ୍ମେଣ୍ଟ ଜୋନ୍ ସ୍ଥିର ହେବ ଏବଂ ଲୋକଙ୍କ ଯିବାଆସିବା ବାରଣକୁ କଡ଼ାକଡ଼ି କରାଯିବ।
ପୂର୍ବଭଳି ଅନଲକ୍ ୪.୦ରେ ମଧ୍ୟ ବାହାଘରରେ ୫୦ ଓ ଶୁଦ୍ଧି କାର୍ଯ୍ୟ ପାଇଁ ୨୦ଜଣଙ୍କୁ ଅନୁମତି ମିଳିପାରିବ। ସେପ୍ଟେମ୍ବର ୨୦ ପରେ ଉଭୟ କାର୍ଯ୍ୟ ପାଇଁ ଶହେଜଣଙ୍କୁ ଏକାଠି ହେବାକୁ ଅନୁମତି ଦିଆଯିବ। ତେବେ ସାମାଜିକ, ଶୈକ୍ଷିକ, କ୍ରୀଡ଼ା, ସାଂସ୍କୃତିକ, ଧାର୍ମିକ, ମନୋରଞ୍ଜନ ଓ ରାଜନୈତିକ ସମାବେଶକୁ ସର୍ବାଧିକ ୧୦୦ଲୋକ ଏକାଠି ହେବାକୁ ଅନୁମତି ଦିଆଯାଇଛି। ପୂର୍ବଭଳି ସିନେମା ହଲ୍, ସ୍ଵିମିଂପୁଲ୍, ଏଣ୍ଟରଟେନ୍ମେଣ୍ଟ, ପାର୍କ ବନ୍ଦ ରହିବ। ସେପ୍ଟେମ୍ବର ୨୧ରୁ ଓପେନ୍ ଏୟାର୍ ଥିଏଟରକୁ ଅନୁମତି ଦିଆଯିବ।
ଶିକ୍ଷାନୁଷ୍ଠାନରେ ଅନ୍ଲାଇନ୍ ଶିକ୍ଷାଦାନ ଜାରି ରହିବ। ଏଥର ସ୍କୁଲକୁ ୫୦ପ୍ରତିଶତ ଶିକ୍ଷକ ଆସିବେ ଏବଂ ସ୍କୁଲରୁ ଅନ୍ଲାଇନ୍ ମାଧ୍ୟମରେ ଶିକ୍ଷାଦାନ କରିବେ। ନବମ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଯିବା ପାଇଁ ଅନୁମତି ମିଳିବ। ହେଲେ ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଅଭିଭାବକଙ୍କଠାରୁ ଲିଖିତ ଅନୁମତି ନେବାକୁ ପଡ଼ିବ। ସେହିପରି ଆଇଟିଆଇ( ITI ) ଗୁଡ଼ିକରେ ଟ୍ରେନିଂ ଦେବାକୁ ସେପ୍ଟେମ୍ବର ୨୧ରୁ ଅନୁମତି ମିଳିବ।
Also Read: