Jammu & Kashmir: ଶୋପିଆନ୍‌ର କୁଟପୋରା ଅଞ୍ଚଳରେ ୨ ଆତଙ୍କବାଦୀ ସେନା ଦ୍ଵାରା ନିହତ, ତିନି ଦିନରେ ୫ ଆତଙ୍କବାଦୀ ମୃତ

Share this:

ଶୋପିଆନ୍‌: ମଙ୍ଗଳବାର ଦିନ କାଶ୍ମୀରର ଶୋପିଆନ୍ ଜିଲ୍ଲାର କୁଟପୋରା ଅଞ୍ଚଳରେ ସୁରକ୍ଷା ବାହିନୀ ଦ୍ଵାରା ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ସିକ୍ୟୁରିଟି ଫୋର୍ସଙ୍କ ସୂଚନା ଅନୁସାରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଏହି ସମୟରେ ଆତଙ୍କବାଦୀମାନେ ଗୁଳି ଚଳାଇବା ଆରମ୍ଭ କରିଥିଲେ, ସୁରକ୍ଷା ବାହିନୀ ଦ୍ୱାରା ପ୍ରତିଆକ୍ରମଣରେ ଦୁଇ ଆତଙ୍କବାଦୀ ନିହତ ହୋଇଥିଲେ।

ସୂଚନାଯୋଗ୍ୟ, ତିନି ଦିନ ମଧ୍ୟରେ କାଶ୍ମୀରରେ ଏହା ଥିଲା ତୃତୀୟ ମୁକାବିଲା। ନଭେମ୍ବର ୮ ରେ, ସୁରକ୍ଷା ବାହିନୀ ମାସିଲରେ ୩ ଜଣ ଆତଙ୍କବାଦୀ ହତ୍ୟା କରିଥିଲେ। ଏହି ମୁକାବିଲାରେ ଜଣେ ସେନା ଅଧିନାୟକଙ୍କ ସମେତ ୩ ଜଣ ସୈନିକ ମଧ୍ୟ ସହିଦ ହୋଇଥିଲେ।

Jammu & Kashmir: କାଶ୍ମୀର ସୀମାରେ ଏନକାଉଣ୍ଟର; ସେନା ଅଧିନାୟକଙ୍କ ସମେତ ତିନିଜଣ ସୈନିକ ଶହୀଦ, ୩ ଆତଙ୍କବାଦୀ ନିହତ

ନଭେମ୍ବର ୬ ରେ, ପାମ୍ପୋରର ଲାଲପୋରା ଗ୍ରାମରେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଥିଲେ। ତାଙ୍କର ଜଣେ ସ୍ଥାନୀୟ ସାଥୀ ଆତ୍ମସମର୍ପଣ କରିଥିଲେ। ସେମାନଙ୍କ ପାଖରୁ ଦୁଇଟି AK-47 ଏବଂ ଦୁଇଟି ପିସ୍ତଲ ମିଳିଥିଲା।  ଆତଙ୍କବାଦୀଙ୍କ ଗୁଳି ବିନିମୟରେ ଦୁଇ ସାଧାରଣ ନାଗରିକଙ୍କର ମଧ୍ୟ ମୃତ୍ୟୁ ଘଟିଛି।

Also Read| Fake Job Website: ନକଲି ଚାକିରି ପୋର୍ଟାଲ ଖୋଲି କୋଟିଏ ଟଙ୍କାର ଠକେଇ, ୨୭ ହଜାର ଲୋକ ଠକେଇର ଶିକାର

Share this: