ମାଗଣାରେ ସ୍କୁଟି ଦେବାକୁ କହି ଅନ୍ଲାଇନ ଲୁଟେରା ଗିରଫ
ମାଲକାନଗିରି: ଅନ୍ଲାଇନ ଯୋଗେ ମାଗଣାରେ ସ୍କୁଟି ଯୋଗାଇବା ନାଁରେ ଠକୁଥିବା ଓ ସ୍କୁଟି ରେଜିଷ୍ଟ୍ରେସନ ଟଙ୍କା ଆଦାୟ କରୁଥିବା ବେଳେ ମାଲକାନଗିରି ପୋଲିସ ଦ୍ଵାରା ଦୁଇ ଅନ୍ଲାଇନ ଲୁଟେରାକୁ ଗିରଫ କରାଯାଇଛି।
ସୂଚନା ଯୋଗ୍ୟ, ଅଭିଯୁକ୍ତମାନେ ସ୍କୁଟି ଦେବା ପାଇଁ ଏକ ଯୋଜନ। କରି ଥିଲେ। ଜଗତସିଂହପୁର ବାଲିକୁଦା ଅଞ୍ଚଳର ସୌରଭ ଦାଶ ତଥା ଦିବ୍ୟରଞ୍ଜନ୍ କଂସ ଆଶାଦିଦି ମାନଙ୍କୁ ସରକାରଙ୍କ ପକ୍ଷରୁ କରୋନା ଯୋଦ୍ଧା ଘୋଷଣା କରି ଏବଂ ୩୦ଟି ଜିଲ୍ଲାର ଉତ୍ତମ ସେବା ଯୋଗାଇ ଥିବା ଆଶା ଦିଦିଙ୍କୁ ପୁରସ୍କାର ଭାବରେ ଗୋଟିଏ ସ୍କୁଟି ଦିଆଯିବାକୁ ନିଷ୍ପଭି ନିଆଯାଉଛି ବୋଲି କହିଥିଲେ।
ଏହାପରେ ରେଜିଷ୍ଟ୍ରେସନ୍ ଫି ବାବଦକୁ ୭ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ପୂର୍ବରୁ ଅଭିଯୁକ୍ତମାନେ ମେସେଜରେ ଜଣାଇଥିଲେ। ଏକ ନିର୍ଦ୍ଦିଷ୍ଟ ଆକାଉଣ୍ଟ ଦେଇ କେବଳ ଗ୍ରାହକ ସେବା କେନ୍ଦ୍ରରୁ ଏହି ଅର୍ଥ ଡିପୋଜିଟ କରିବାକୁ କୁହାଯାଇଥିଲା। ମାଲକାନଗିରି ଜିଲ୍ଲାର ମାଥିଲି ଓ କାଳିମେଳାର ଦୁଇ ଆଶା ଦିଦି ଏହା ସତ ଭାବି ଏକାଉଣ୍ଟରେ ଟଙ୍କା ଜମା କରିଥିଲେ। ଏହାପରେ ଅଭିଯୁକ୍ତଙ୍କ ମୋବାଇଲ ବନ୍ଦ ବେ।ଲି ଜଣାପଡ଼ିଥିଲା। ପୋଲିସ ନିକଟରେ ଅଭିଯୋଗ କରିବା ପରେ ପୁଲିସର ଏକ ଦଳ ତଦନ୍ତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।
Also Read: