Covid-19:ଆଜି ଓଡ଼ିଶାରୁ ୩୫୭୭ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ଵର: ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ୩ ହଜାର ୫୭୭ ଜଣ କରୋନା ସଂକ୍ରମିତ (Coronavirus) ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍ ସେଣ୍ଟର (Quarantine) ରୁ ୨୦୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳ (Local Contacts) ରୁ ୧୫୩୮ ଜଣ ସଂକ୍ରମିତ ହୋଇଛନ୍ତି। ଏହା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ସର୍ବାଧିକ ୫୭୧ଜଣ କରୋନା ସଂକ୍ରମିତ ଖୋର୍ଦ୍ଧାରୁ ଚିହ୍ନଟ ହୋଇଛନ୍ତି। ସେହିପରି, ଅନୁଗୁଳରୁ ୧୨୭ଜଣ, ବାଲେଶ୍ଵରରୁ ୨୦୫ଜଣ, ବରଗଡ଼ରୁ ୫୧ଜଣ, ଭଦ୍ରକରୁ ୧୮୬ଜଣ, ବଲାଙ୍ଗୀରିରୁ ୩୬ଜଣ, ବୌଦ୍ଧରୁ ୫୯ଜଣ, କଟକରୁ ୪୦୯ଜଣ, ଦେଓଗଡ଼ରୁ ୧୨ଜଣ, ଢେଙ୍କାନାଳରୁ ୯୬ଜଣ, ଗଜପତିରୁ ୨୯ଜଣ, ଗଞ୍ଜାମରୁ ୨୭ଜଣ, ଜଗତସିଂପୁରରୁ ୧୦୩ଜଣ, ଯାଜପୁରରୁ ୩୩୭ଜଣ, ଝାରସୁଗୁଡାରୁ ୧୩ଜଣ, କଳାହାଣ୍ଡିରୁ ୪୧ଜଣ, କନ୍ଧମାଳରୁ ୪୧ଜଣ, କେନ୍ଦ୍ରାପଡ଼ାରୁ ୧୪୧ଜଣ, କେଉଁଝରରୁ ୬୧ଜଣ, କୋରାପୁଟରୁ ୫୯ଜଣ, ମୟୁରଭଞ୍ଜରୁ ୧୮୭ଜଣ, ମାଲକନଗିରିରୁ ୮୬ଜଣ, ନବରଙ୍ଗପୁରରୁ ୫୭ଜଣ, ନୟାଗଡ଼ରୁ ୧୧୪ଜଣ, ନୂଆପଡ଼ାରୁ ୧୯ଜଣ, ପୁରୀରୁ ୨୩୭ଜଣ, ରାୟଗଡାରୁ ୮୮ଜଣ, ସମ୍ବଲପୁରରୁ ୩୧ଜଣ, ସୋନପୁରରୁ ୨୯ଜଣ, ସୁନ୍ଦରଗଡରୁ ୪୩ଜଣ ଏବଂ ଷ୍ଟେଟ୍ ପୁଲ (State Pool) ରୁ ୮୪ଜଣ ସଂକ୍ରମିତ ହୋଇଛନ୍ତି।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧ କୋଟି ୩୦ ଲକ୍ଷ ୯୫ ହଜାର ୧୯୯ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୮ ଲକ୍ଷ ୭୭ ହଜାର ୫୦୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୫ ହଜାର ୨୮୧ ସୁସ୍ଥ ହେବା ସହିତ ମୋଟ ୮ ଲକ୍ଷ ୩୫ ହଜାର ୧୩୨ ଜଣ ସୁସ୍ଥ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୮ ହଜାର ୭୨୭ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।
Also Read | Watch: ସ୍ୱିଜରଲାଣ୍ଡରେ ଭାରତୀୟଙ୍କ ଦ୍ୱାରା ରଖାଯାଇଥିବା ଜମାରାଶିର ଯାଞ୍ଚ ଲାଗି ସ୍ୱିସ୍ କର୍ତ୍ତୃପକ୍ଷଙ୍କ ଠାରୁ ମଗାଯାଇଛି ତଥ୍ୟ: ଅର୍ଥ ମନ୍ତ୍ରଣାଳୟ
[amazon_auto_links id=”9932″]