ମ୍ୟାଲେରିଆ ରୋଗ ସମ୍ପର୍କରେ ଏଣିକି ପୂର୍ବାନୁମାନ କରିବ ପାଣିପାଗ ବିଭାଗ
ଭୁବନେଶ୍ଵର: ଭାରତୀୟ ପାଣିପାଗ ବିଭାଗ ପାଣିପାଗ ସମ୍ବନ୍ଧୀୟ ଆଗୁଆ ସତର୍କତା ସୂଚନା ଦେଉଛି। ବର୍ତ୍ତମାନ ଏହି ବିଭାଗ ସ୍ୱଚ୍ଛତା ସହ ମାଈ ଆନୋଫିଲିସ୍ ମଶା ପାଇଁ ବ୍ୟାପୁଥିବା ମ୍ୟାଲେରିଆ ରୋଗ ସମ୍ପର୍କରେ ମଧ୍ୟ ପୂର୍ବାନୁମାନ କରିବ ବୋଲି ଜଣାପଡ଼ିଛି। କେଉଁ ଅଞ୍ଚଳରେ ମ୍ୟାଲେରିଆ ରୋଗ ବ୍ୟାପିବା ବିଷୟରେ ଆଗୁଆ ସତର୍କବାଣୀ ପାଣିପାଗ ପରି ଜନସାଧାରଣଙ୍କୁ ଜଣାଇବ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏବଂ ଭାରତୀୟ ପାଣିପାଗ ବିଭାଗର ମିଳିତ ସହଯୋଗରେ ଏହି ପ୍ରକଳ୍ପ ହାତକୁ ନିଆଯାଇଛି। ଆସନ୍ତା ମୌସୁମୀରୁ ମ୍ୟାଲେରିଆ ଜନିତ ପୂର୍ବାନୁମାନ କରାଯିବ ବୋଲି ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଶ୍ରୀ ମହାପାତ୍ର କହିଛନ୍ତି ପାଣିପାଗର ପ୍ରଭାବ ଆମ ସମସ୍ତଙ୍କ ସ୍ୱାସ୍ଥ୍ୟ ଉପରେ ପଡିଥାଏ। ପାଣିପାଗ ଦ୍ୱାରା ମ୍ୟାଲେରିଆ ସଂକମଣ ବିଶେଷ ଭାବରେ ପ୍ରଭାବିତ ହୋଇଥାଏ। ତେବେ ମ୍ୟାଲେରିଆ ବ୍ୟାପିବା ତାପମାତ୍ରା ଉପରେ ନିର୍ଭର କରିଥାଏ ବୋଲି ଏକ ବିଶ୍ଳେଷଣରୁ ଜଣାପଡିଛି।
[masterslider id=”2″]
Also Read |Odisha Covid-19: ଆଜି ରାଜ୍ୟରେ ୧୦୧୮ ଜଣ କରୋନା ସଂକ୍ରମିତ ଚିହ୍ନଟ