ତାଜିକିସ୍ତାନରୁ କାଶ୍ମୀର ପର୍ଯ୍ୟନ୍ତ ଭୂକମ୍ପ କମ୍ପନ; ବିପଜ୍ଜନକ ତୀବ୍ରତା ରେକର୍ଡ
ମଙ୍ଗଳବାର ସକାଳ ୭ ଟାରେ ତାଜିକିସ୍ତାନରେ ଏକ ଭୂକମ୍ପ ଘଟିଛି। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ ଏହାର କେନ୍ଦ୍ର ରାଜଧାନୀ ଦୁଶାନବେର ପୂର୍ବ-ଦକ୍ଷିଣ ପୂର୍ବରେ ୩୪୧ କିଲୋମିଟର ଥିଲା। ଏହା ୬.୮ ତୀବ୍ରତା ଭୂକମ୍ପରେ କମ୍ପନ ଅନୁଭୂତ ହୋଇଥିଲା
ମଙ୍ଗଳବାର ସକାଳେ ଜାମ୍ମୁ କାଶ୍ମୀରର କେତେକ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଲୋକମାନେ ନିଜ ଘରୁ ବାହାରକୁ ଆସିବାର ଦେଖିବାକୁ ମିଳିଛି। ବିଗତ ଦିନରେ ଜାମ୍ମୁ କାଶ୍ମୀରରେ ଅନେକ ଥର ଭୂକମ୍ପ ଅନୁଭୂତ ହୋଇଛି। ଏହାପୂର୍ବରୁ ଜାମ୍ମୁ କାଶ୍ମୀରରେ ସୋମବାର ସକାଳ ୪.୩୬ ସମୟରେ କମ୍ପନ ଅନୁଭୂତ ହୋଇଥିଲା। ରିଏକଟର ସ୍କେଲରେ ଏହାର ତୀବ୍ରତା ୩.୨ ଥିଲା। ଏଥି ସହିତ ଜୁନ୍ ୯ ରେ ସକାଳେ ଜାମ୍ମୁ କାଶ୍ମୀରରେ କମ୍ପନ ଅନୁଭୂତ ହୋଇଥିଲା। ଖବର ମୁତାବକ, ୯ ଜୁନ୍ ସକାଳ ୮ଟା ୧୬ ରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ରିଏକଟର ସ୍କେଲରେ ତୀବ୍ରତା ୩ .୯ ଥିଲା । ଏହି ଭୂକମ୍ପର କେନ୍ଦ୍ର ଶ୍ରୀନଗର ରୁ ୧୪ କିଲୋମିଟର ଉତ୍ତରରେ ଏବଂ ଗାଣ୍ଡରବେଲ୍ଟ ଠାରୁ ୭ କିଲୋମିଟର ଦକ୍ଷିଣ-ପୂର୍ବରେ ଥିଲା।