Subhadra Yojana Online Form Apply 2024: SHG ମହିଳା ସୁଭଦ୍ରା ଯୋଜନାରୁ ବାଦ!,ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ

Share this:

ଭୁବନେଶ୍ଵର: Subhadra Yojana Online Form Apply 2024: ରାଜ୍ୟ ବିଜେପି ସରକାର ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛନ୍ତି। ସୁଭଦ୍ରା ଯୋଜନାର ନିୟମାବଳୀ ବା SOP ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ନଚରଣ ମାଝୀ ଶୁକ୍ରବାର ଉପସ୍ଥାପନ କରିଛନ୍ତି।


ଅଗଷ୍ଟ ୨୨ତାରିଖରେ କ୍ୟାବିନେଟରେ ସୁଭ୍ରଦା ଯୋଜନାକୁ ମଞ୍ଜୁରୀ ମିଳିଥିଲା। ୨୧ରୁ ୬୦ ବର୍ଷର ମହିଳାଙ୍କୁ ମିଳିବ ସୁଭଦ୍ରା ସହାୟତା। ଏହି ଯୋଜନାରେ ପ୍ରତି ମହିଳାଙ୍କୁ ଦୁଇଟି ପର୍ଯ୍ୟାୟରେ ୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହା ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସିଧାସଳଖ ଜମାହେବ। ପ୍ରତିବର୍ଷ ରାକ୍ଷୀପୂର୍ଣ୍ଣିମା ଓ ବିଶ୍ୱ ମହିଳା ଦିବସରେ ଦୁଇଟି କିସ୍ତିରେ ସେମାନଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ପାଞ୍ଚ ବର୍ଷରେ ଜଣେ ଯୋଗ୍ୟ ହିତାଧିକାରୀ ମୋଟ ୫୦ହଜାର ଟଙ୍କା ପାଇବେ।


ଏହି ଯୋଜନାରେ କେଉଁମାନେ ସହାୟତା ପାଇବେ, କେଉଁମାନେ ସହାୟତା ପାଇବେ ନାହିଁ ଓ ହିତାଧିକାରୀ କେମିତି କରିବେ ଆବେଦନ।

Subhadra Yojana Online Form Apply: କିଭଳି ଆବେଦନ କରିବେ

  • ମାଗଣାରେ ଫର୍ମ ମିଳିବ
  • ଫର୍ମ ମାଧ୍ୟମରେ ହିତାଧିକାରୀ ବ୍ଲକ କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର, ଅଙ୍ଗନବାଡ଼ି କେନ୍ଦ୍ର ଓ ଜନସେବା କେନ୍ଦ୍ରରେ ଆବେଦନ କରିପାରିବେ
  • ସୁଭଦ୍ରା ପାଇଁ ଏକ କଲ୍ ସେଣ୍ଟର ଖୋଲାଯିବ

କେଉଁମାନେ ସୁଭଦ୍ରା ଯୋଜନା (Subhadra Yojana) ସହାୟତାରୁ ବାଦ୍ ପଡ଼ିବେ

  • ଆର୍ଥିକ ସ୍ଵଚ୍ଛଳ ବର୍ଗର ମହିଳାସରକାରୀ ଚାକିରି କରୁଥିବା ମହିଳା
  • ଆୟକର ପ୍ରଦାନ କରୁଥିବା ମହିଳା
  • ମାସିକ ୧୫୦୦ଟଙ୍କା ବା ଅଧିକ କିମ୍ବା ବାର୍ଷିକ ୧୮ହଜାର ଟଙ୍କାରୁ ଅଧିକ ସହାୟତା ପାଉଥିବା ମହିଳା

ଏଥିସହିତ SHG ମହିଳାମାନେ ମଧ୍ୟ ବାଦ ପଡିପାରନ୍ତି ବୋଲି କୁହାଯାଉଛି।

Trending Searches Today |

Subhadra Yojana Online Form Apply 2024: SHG ମହିଳା ସୁଭଦ୍ରା ଯୋଜନାରୁ ବାଦ!,ସେପ୍ଟେମ୍ବର ୧୭ରେ ଶୁଭାରମ୍ଭ

Share this: