SP Balasubrahmanyam: ଏସପି ବାଲାସୁବ୍ରମଣ୍ୟନଙ୍କ ୭୪ ବର୍ଷ ବୟସରେ ଦେହାନ୍ତ, ପ୍ରଧାନମନ୍ତ୍ରୀଙ୍କ ଶୋକପ୍ରକାଶ
ଚେନ୍ନାଇ: ଭାରତୀୟ ସିନେମାର କିମ୍ବଦନ୍ତୀ ଗାୟକ ଏସପି ବାଲାସୁବ୍ରମଣ୍ୟନ (SP Balasubrahmanyam) ଙ୍କ ଦେହାନ୍ତ ହୋଇଛି। ସେ ଚେନ୍ନାଇର ଏମଜିଏମ (MGM) ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି , ଯେଉଁଠାରେ ତାଙ୍କୁ କୋଭିଡ ସଂକ୍ରମଣ ପରେ ଗତ ଅଗଷ୍ଟ ମାସରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର କୋଭିଡ ପରୀକ୍ଷା ନେଗେଟିଭ ଆସିଥିଲା, କିନ୍ତୁ ସ୍ୱାସ୍ଥ୍ୟ ଖରାପ ଥିବାରୁ ଡାକ୍ତରଖାନାରେ ଜୀବନ ରକ୍ଷାକାରୀ ସହାୟତା (ECMO support) ରେ ରଖାଯାଇଥିଲା।
ମେଡିକାଲ ବୁଲେଟିନ୍ ଜାରି କରି ଡାକ୍ତରଖାନା ପକ୍ଷରୁ ଜଣାଇ ଦିଆଯାଇଛି ଯେ ଗତକାଲି ଗୁରୁବାର ଦିନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଗଲା ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଗଲା। ଏସପି ବାଲାସୁବ୍ରମଣ୍ୟନଙ୍କ ମୃତ୍ୟୁରେ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି ଏବଂ ତାଙ୍କୁ ସ୍ମରଣ କରାଯାଉଛି ଏବଂ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି।
କମଲ ହାସନ ଠାରୁ ରଜନୀକାନ୍ତ ପର୍ଯ୍ୟନ୍ତ ସମଗ୍ର ଭାରତରେ ସେଲିବ୍ରେଟମାନେ ତାମିଲ ଗାୟକଙ୍କ ପାଇଁ ଶୋକପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ମ୍ୟୁଜିକ୍ ମାଷ୍ଟ୍ରୋ ଆର୍ ରହମାନ, ଗାୟୀକା ଲତା ମଙ୍ଗେସକର ଏବଂ ଆଶା ଭୋସଲେ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) କହିଛନ୍ତି ଯେ ଏସପି ବାଲାସୁବ୍ରହ୍ମଣ୍ୟମଙ୍କ ଦେହାନ୍ତ ହେବା ସହ ଆମର ସାଂସ୍କୃତିକ ଜଗତ ବହୁତ ଗରିବରୁ ଗରିବ ହୋଇଯାଇଛି।
ବଲିଓଡ଼ ଅଭିନେତା ଅକ୍ଷୟ କୁମାର (Akshay Kumar) ଟ୍ଵିଟକରି କହିଛନ୍ତି, ବାଲାସୁବ୍ରମଣ୍ୟନଙ୍କ ମୃତ୍ୟୁ ଖବର ଶୁଣି ମୁଁ ବହୁତ ଦୁଃଖିତ। ଲକଡାଉନ୍ ସମୟରେ ତାଙ୍କ ସହ ଏକ ଭର୍ଚୁଆଲ୍ କନ୍ସର୍ଟରେ କଥା ହୋଇଥିଲେ। ସେତେବେଳେ ସେ ସମ୍ପୂର୍ଣ୍ଣ ସୁସ୍ଥ ଏବଂ ଖୁସି ଥିଲେ। ଜୀବନ ବାସ୍ତବରେ ଅପ୍ରତ୍ୟାଶିତ। ପରିବାର ପ୍ରତି ମୋର ସମବେଦନା
ଏସପି ବାଲାସୁବ୍ରମଣ୍ୟନ, ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ସଲମାନ ଖାନ (Salman Khan) ଙ୍କ ସ୍ୱର ଭାବରେ ଜଣାଶୁଣା। ନବେ ଦଶକରେ ସେ ସଲମାନଙ୍କ ପାଇଁ ଅନେକ ହିଟ୍ ଗୀତ ଗାଇଥିଲେ। ଗୁରୁବାର ରାତିରେ ସଲମାନ ଟ୍ୱିଟ୍ କରି ତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିଲେ। ସେ ଲେଖିଛନ୍ତି, ବାଲ ସୁବ୍ରମଣ୍ୟମ୍ ସାର୍ ଆପଣଙ୍କ ସ୍ଵାସ୍ଥ୍ୟ ପାଇଁ ମୋର ହୃଦୟରୁ ପ୍ରାର୍ଥନା ଏବଂ ଆପଣ ମୋ ପାଇଁ ଗାଇଥିବା ଏବଂ ଦିଲ ଦେୱାନା ହିରୋ ପ୍ରେମକୁ ସ୍ୱତନ୍ତ୍ର କରିଥିବା ପ୍ରତ୍ୟେକ ଗୀତ ପାଇଁ ଧନ୍ୟବାଦ। ଆପଣଣକୁ ଭଲପାଏ ସାର୍।
ତାଙ୍କର ଦୀର୍ଘ ସଂଗୀତ କ୍ୟାରିୟରରେ ସେ ଓଡ଼ିଆ ଚଳଚ୍ଚିତ୍ର ‘ସତ କେବେ ଲୁଚି ରହେନା’ରେ କଣ୍ଠଦାନ କରିଥିଲେ। ଏହି ଫିଲ୍ମର ସମସ୍ତ ଗୀତରେ ସେ ଗାଇଥିଲେ। ଏହାର ସଂଗୀତ ନିର୍ଦେଶକ ଥିଲେ ବସନ୍ତ ଦାସ।
ଏସପି ବାଲାସୁବ୍ରମଣ୍ୟମ୍ ୧୬ ଟି ଭାଷାରେ ୪୦ ହଜାରରୁ ଅଧିକ ଗୀତ ଗାଇଥିଲେ। ଏଥିପାଇଁ ତାଙ୍କ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ (Guinness Book Of World Records) ରେ ମଧ୍ୟ ରେକର୍ଡ କରାଯାଇଛି। ତାଙ୍କୁ ପଦ୍ମଶ୍ରୀ ଏବଂ ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ୧୯୬୬ ମସିହାରେ ତେଲୁଗୁ ଚଳଚ୍ଚିତ୍ରରେ ଗାୟକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ।