Breaking Newsଓଡ଼ିଶାମନୋରଞ୍ଜନ ଚଳଚ୍ଚିତ୍ର ସୁଟିଂ ପାଇଁ ସରକାରଙ୍କ ଅନୁମତି ; ଘଣ୍ଟା କୁ ଘଣ୍ଟା ସୁଟିଂ ସ୍ଥାନ ସାନିଟାଇଜ July 14, 2020 MahimaLive Share this: ଭୁବନେଶ୍ୱର:ଚଳଚ୍ଚିତ୍ର ସୁଟିଂ ପାଇଁ ରାଜ୍ୟ ସରକାର ଦେଲେ ସବୁଜ ସଂକେତ। ପ୍ରଡକ୍ସନ ସଂସ୍ଥା କୁ ସୁଟିଂ ସମୟରେ କରୋନା କଟକଣା ମାନିବାକୁ କଡା ନିର୍ଦେଶ।। କୋଭିଡ-୧୯ ସମୟରେ ଉଭୟ ଇନଡୋର ଏବଂ ଆଉଟଡୋର ସୁଟିଂ ପାଇଁ ଏସ୍ଓପି ଜାରି ହୋଇଛି। ଏସ୍ଓପି ଅନୁସାରେ , ଉଭୟ ଇନଡୋର ଏବଂ ଆଉଟଡୋର ସୁଟିଂକୁ ଅନୁମତି ମିଳିଛି। ଲକ୍ଡାଉନ୍ ରେ ଚଳଚ୍ଚିତ୍ର ଏବଂ ଧାରାବାହିକ ଶିଳ୍ପ ଶହ ଜଡ଼ିତ ବହୁ କଳାକାର ଏବଂ ଟେକ୍ନିସିଆନ୍ ଜୀବିକା ହରାଇ ଆର୍ଥିକ ସମସ୍ୟାରେ ପଡିଛନ୍ତି। ସେଟ୍ରେ ସମସ୍ତପ୍ରକାର ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ସୁଟିଂ ସମୟରେ ସମୁଦାୟ କ୍ରୁଙ୍କ ମଧ୍ୟରୁ ୩୦ ପ୍ରତିଶତ ସେଟରେ ଉପସ୍ଥିତ ରହିବେ। ଅଳ୍ପ କଳାକାର ଓ ଟେକ୍ନିସିଆନଙ୍କୁ ନେଇ ସୁଟିଂ କରିବାକୁ କୁହାଯାଇଛି। ସୁଟିଂ ସମୟରେ ସୁରକ୍ଷା ଲାଗି ୬ ଫୁଟ ସାମାଜିକ ଦୂରତା ରକ୍ଷା ଏବଂ ନିୟମିତ ବ୍ୟବଧାନରେ ସେଟ୍ କୁ ସାନିଟାଇଜେସନ କରିବାକୁ କୁହାଯାଇଛି। ସୁଟିଂ ସେଟ୍ କୁ ପ୍ରବେଶ ପୂର୍ବରୁ ତାପମାତ୍ରା ତଦାରଖ କରାଯିବ। ପ୍ରତି କଳାକାର,ଟେକ୍ନିସିଆନ ସମେତ ଅନ୍ୟାନ୍ୟ ସଦସ୍ୟଙ୍କ ସମ୍ପୂର୍ଣ୍ଣ ବିବରଣୀ ସଂଗ୍ରହ କରାଯିବ। ୬୫ ବର୍ଷରୁ ଅଧିକ ବର୍ଷ ସଦସ୍ୟଙ୍କୁ ସେଟ୍ କୁ ଯିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି। ପ୍ରଡକ୍ସନ ହାଉସ ର ସମସ୍ତ ମେମ୍ବର ଏମିତି କି କଳାକାର ମଧ୍ୟ ସେମାନେ ନିଜ ଘରୁ ଖାଦ୍ୟ ଆଣିବାକୁ ସୂଚନା ଦିଆଯାଇଛି। ଘଣ୍ଟା କୁ ଘଣ୍ଟା ସୁଟିଂ ସ୍ଥାନ ସାନିଟାଇଜ କରିବାକୁ କୁହାଯାଇଛି। ସମସ୍ତ କଳାକାର ସେଟ୍ ରେ ପହଞ୍ଚିବା ପୂର୍ବରୁ ସେମାନଙ୍କ ଘରେ ମେକ୍ ଅପ୍ ହୋଇଆସିବେ। ଯଦି କୌଣସି କଳାକାର ସେଟରେ ମେକ୍ ଅପ୍ ନେବାକୁ ପସନ୍ଦ କରନ୍ତି, ଥରେ ବ୍ୟବହୃତ ହୋଇଥିବା ମେକ୍ ଅପ୍ ଆସେସୋରିଜ୍ ଅନ୍ୟ କେହି ବ୍ୟବହାର କରିବେ ନାହିଁ। ବ୍ୟବହୃତ ସମସ୍ତ ଉପକରଣ ନିୟମିତ ବ୍ୟବଧାନରେ ସାନିଟାଇଜ୍ କରାଯିବ। ସୁଟିଂ ସେଟ୍ରେ ଯଦି କୌଣସି କରୋନା ଲକ୍ଷଣ ଦେଖାଦିଏ ତେବେ ସେମାନଙ୍କ ପରୀକ୍ଷା କରାଯିବ।ଏହାସହିତ ମାସ୍କ, ଗ୍ଲୋଭ୍ସ୍ ଏବଂ ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ। FROM THE WEB Share this: