ଅନୁଗୋଳ ରୁ ଆଜି ୭ ଜଣ କରୋନା ପଜିଟିଭ ଚିହ୍ନଟ;ପଜିଟିଭ ସଂଖ୍ୟା ୧୩୯

Share this:

ଅନୁଗୋଳ : (ମହିମାଲାଇଭ) ଆଜି ଅନୁଗୋଳ ଜିଲ୍ଲାରୁ ପୁଣି ୭ ଜଣ କୋଭିଡ଼ -୧୯ ପଜିଟିଭ ବାହାରିଛି। ବାହାରିଥିବା ୭ ଜଣ ପଜିଟିଭଙ୍କ ମଧ୍ୟରୁ ଅନୁଗୋଳ ପୌରାଞ୍ଚଳ ରୁ  ଜଣେ ୩୮ ବର୍ଷ ବୟସ୍କ ପୁରୁଷ ଯାହାଙ୍କର ସାମାନ୍ୟ ଲକ୍ଷଣ ଥୁବାରୁ ସେ ନିଜେ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ସ୍ଵାବ ପରୀକ୍ଷା କରାଇଥିଲେ। ତାଂକର ପଜିଟିଭ ବାହାରିଥୁବା ଏହି ସ୍ଵାବ ପରିକ୍ଷାରୁ ଜଣାପଡିଛି। ତାଳଚେର ବ୍ଲକ ଅଞ୍ଚଳରୁ ଆଜି ୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଠୀ ମଧ୍ୟରୁ ତାଳଚେର ବ୍ଲକ୍ ଅଂଚଳର ଜଣେ ୩୦ ବର୍ଷିୟା ନିରାଶ୍ରୟ ମହିଳା ଯିଏକି ଜଣେ ମାନସିକ ବିକାରଗ୍ରସ୍ତ ତାଂକର ପଜିଟିଭ ବାହାରିଛି।  ତୃତୀୟ ପଜିଟିଭ ତାଳଚେର ବ୍ଲକ୍ ଅଂଚଳର ୩୯ ବର୍ଷ ବୟସ୍କ ପୁରୁଷ ଯିଏକି ବିହାରରୁ ଆସି ତାଳଚେର ଅଂଚଳରେ ରହୁଛନ୍ତି। ସେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କରୋନା ୱାର୍ଡରେ ଚିକିତ୍ସିତ ହେଉଥୁବା ବେଳେ ତାଙ୍କର କରୋନା ଲକ୍ଷଣ ଦେଖାଦେବାରୁ ସ୍ଵାବ ପରିକ୍ଷା କରାଯାଇଥିଲା ଓ ପଜିଟିଭ ବାହାରିଛି। ସେହିପରି ୪ର୍ଥ ଆକ୍ରାନ୍ତ ଜଣକ ତାଳଚେର ଅଂଚଳର ଏକ ରାଷ୍ଟ୍ରାୟତ୍ତ ସଂସ୍ଥାରେ କାର୍ଯ୍ୟରତ ୫୨ ବର୍ଷିୟ ଲକ୍ଷଣ ବିହିନ ପୁରୁଷ ଅଟନ୍ତି। ୫ମ ଆକ୍ରାନ୍ତ ଜଣକ ଏହି ରାଷ୍ଟ୍ରାୟତ୍ତ ସଂସ୍ଥାରେ କାର୍ଯ୍ୟରତ ଜଣେ କର୍ମଚାରୀକର ଧର୍ମପତ୍ନୀ ଯାହାଙ୍କ ବୟସ ୩୯ ବର୍ଷ ଓ ସେ କିଛି ଦିନ ତଳେ ଆନ୍ଧ୍ରପ୍ରଦେଶରୁ ଫେରି ହୋମ କ୍ୱାରାଣ୍ଟାଇନ୍‌ ରେ ଥିଲେ। ୬ଷ୍ଠ ଆକ୍ରାନ୍ତ ଜଣକ ଅନୁଗୋଳ ବ୍ଳକ୍ ଅଂଚଳର ଏକ ଅସ୍ଥାୟୀ ସ୍ୱାସ୍ଥ୍ୟ  କେନ୍ଦ୍ରର ଅଟନ୍ତି। ଏହି ୫୭ ବର୍ଷ ବୟସ୍କ ପୁରୁଷ କଲିକତାରୁ ଫେରି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିଲେ। ୭ମ ଆକ୍ରାନ୍ତ ଜଣକ ବଅଁରପାଳ ବ୍ଳକ୍ ଅଂଚଳର ଏକ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ୪୦ ବର୍ଷୀୟ ପୁରୁଷ କର୍ମଚାରୀ ଯିଏକି ହୋମ କ୍ୱାରାଣ୍ଟାଇନ୍‌ ରେ ଥିଲେ।

ଆଜି ଏହି ୭ ଜଣ ଆକ୍ରାନ୍ତ ଙ୍କ  ମଧ୍ୟରୁ ୬ ଜଣ କୁ ତାଳଚେର କୋଭିଡ ହସପିଟାଲକୁ ସ୍ଥାନାନ୍ତର  କରାଯାଇଥିବା ବେଳେ ମାନସିକ ବିକାରଗ୍ରସ୍ତ ମହିଳା କୁ ଏକ ସଂସ୍ଥାର ଆଇସୋଲେସନ ୱାର୍ଡରେ ରଖାଯାଇଛି ବୋଲି  ଜିଲ୍ଲାପାଳ ଶ୍ରୀ ମନୋଜ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଆଜିର ଏହି ୭ ଜଣ ଆକ୍ରାକୁ ମିଶାଇ ଜିଲ୍ଲାରେ ଆକ୍ରାକ ସଂଖ୍ୟା ୧୩୯ରେ ପହଂଚିଲା। ସୂଚନାଯୋଗ୍ୟ ,ଗତକାଲି ୫ ଜଣ ସୁସ୍ଥ ହୋଇ କୋଭିଡ କେୟାର ସେଣ୍ଟରକୁ ନିରିକ୍ଷଣ ନିମନ୍ତେ ଯାଇଛନ୍ତି। ପୂର୍ବରୁ ୯୪ ସୁସ୍ଥ କୁ  ମିଶାଇ ମୋଟ ସୁସ୍ଥ ସଂଖ୍ୟା ୯୯ ରେ ପହଂଚିଲା। ଏହାଛଡା ଏହି ଜିଲ୍ଲାର ୬ ଜଣ ଆକ୍ରାନ୍ତ ବାହାର ହସ୍‌ପିଟାଲରେ ଚିକିତ୍ସିତ ହୋଇ ସୁସ୍ତ ହୋଇଛନ୍ତି। ସମୁଦାୟ ସୁସ୍ଥ ଙ୍କ ସଂଖ୍ୟା ୧୦୫ ଓ ଆକ୍ଟିଭ ସଂଖ୍ୟା ୩୩ ବୋଲି ଜଣାପଡିଛି। ପ୍ରକାଶଥାଉକି ଏହି କରୋନା ସଂକ୍ରମଣରେ ଜଣେ ମୃତ୍ୟୁ ବରଣ କରିଛନ୍ତି।

Share this: