SBI ATM: ଟଙ୍କା ଉଠାଇବା ପାଇଁ ନୂଆ ନିୟମ,୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ ପାଖରେ ରଖନ୍ତୁ ମୋବାଇଲ
ଭୁବନେଶ୍ଵର: ସେପ୍ଟେମ୍ବର ୧୮ ଆଜିଠାରୁ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (State Bank Of India)ର ଏଟିମ (ATM)ରୁ ଟଙ୍କା ଉଠେଇବା ନିୟମ ବଦଳି ଯାଇଛି। ଆପଣ ଏସବିଆଇ (SBI)ର ଡେବିଟ୍ କିମ୍ବା ଏଟିଏମ୍ କାର୍ଡ ବ୍ୟବହାର କରନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ବର୍ତ୍ତମାନ, ଏହାର ଏଟିଏମରୁ ଦଶ ହଜାର ଟଙ୍କା କିମ୍ବା ତା’ଠାରୁ ଅଧିକ ଟଙ୍କା ଉଠାଇବା ଦିନରେ ମଧ୍ୟ ଓଟିପି (OTP) ଆବଶ୍ୟକ ହେବ। ଏଣୁ ପାଖରେ ମୋବାଇଲ ରଖନ୍ତୁ।
ସୂଚନାଯୋଗ୍ୟ,୧୮ ସେପ୍ଟେମ୍ବର ପୂର୍ବରୁ, ୧୦ ହଜାର ଟଙ୍କା ଉଠାଇବାକୁ ସକାଳ ୮ ରୁ ରାତି ୮ ଟା ପର୍ଯ୍ୟନ୍ତ ଓଟିପି ଆବଶ୍ୟକ ନଥିଲା। କିନ୍ତୁ ରାତି ୮ ରୁ ସକାଳ ୮ ପର୍ଯ୍ୟନ୍ତ ଟଙ୍କା ଏଟିଏମରୁ ଉଠାଇବାବେଳେ ଓଟିପ ଆବଶ୍ୟକ ଥିଲା। ବର୍ତ୍ତମାନ କିନ୍ତୁ ଏହି ନୂଆ ବ୍ୟବସ୍ଥା ୧୮ ସେପ୍ଟେମ୍ବରରେ ସାରା ଦେଶରେ ଲାଗୁ ହୋଇଛି। ଏଟିଏମ୍ ସୁରକ୍ଷା ବ୍ୟବସ୍ଥା ଏବଂ ଗ୍ରାହକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହି ପଦକ୍ଷେପ ଆରମ୍ଭ କରିଛି। ଏହା ବର୍ତ୍ତମାନ ୨୪ ଘଣ୍ଟା ପାଇଁ ବଳବତ୍ତର ରହିଛି ବ୍ୟାଙ୍କ ସମସ୍ତ ଗ୍ରାହକଙ୍କୁ ମୋବାଇଲ୍ ନମ୍ବର ଅପଡେଟ୍ କରିବାକୁ କହିଛି।
ଗ୍ରାହକମାନେ କେବଳ ଗୋଟିଏ କାରବାର ପାଇଁ ଓଟିପି ବ୍ୟବହାର କରିପାରିବେ। ଯେତେବେଳେ ଗ୍ରାହକ ଟଙ୍କା ଉଠାଇବା ପାଇଁ ଏଟିଏମ୍ ବ୍ୟବହାର କରିବେ, ସେତେବେଳେ ଏଟିଏମ୍ ସ୍କ୍ରିନ୍ ଓଟିପି ମାଗିବ, ଯାହା ଗ୍ରାହକଙ୍କ ପଞ୍ଜୀକୃତ (Registered ) ମୋବାଇଲ୍ ନମ୍ବରକୁ ଓଟିପି ପଠାଯାଇଥିବ। ଓଟିପି ଇନପୁଟ କଲାପରେ ଟଙ୍କା ଆପଣ ଉଠାଇପାରିବେ। ଓଟିପି ଆଧାରିତ ନଗଦ ଟଙ୍କା ଉଠାଣ ସୁବିଧା କେବଳ ଏସବିଆଇ ଏଟିଏମରେ ଉପଲବ୍ଧ ଅଟେ।
Also Read:
SBI ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ମିନିମମ ବାଲାନ୍ସ ଏବଂ ଏସଏମଏସ ପାଇଁ ଆଉଦେବାକୁ ପଡିବନି ଚାର୍ଜ
ସାବଧାନ! ଆଧାର କାର୍ଡରେ ପୁରା ଜୀବନ କାଳରେ ଥରେ ମାତ୍ର ଏହି ଅପଡେଟ୍ କରିପାରିବେ