ଓଡ଼ିଶାରେ ପୁଣି ନୂଆ ୨୨୩୯ ଜଣ କରୋନା ପଜିଟିଭ ଚିହ୍ନଟ,ମୋଟ ୬୪ ହଜାର ପାର

Share this:

ଭୁବନେଶ୍ଵର:ରାଜ୍ୟରେ ଆଜି ୨୨୩୯କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୪୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୮୨୩ ଜଣ ସଂକ୍ରମିତ ହୋଇଛନ୍ତି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ୨୯ଟି ଜିଲାରୁ କୋଭିଡ଼-୧୯ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରେ  ସର୍ବାଧିକ ୪୧୯ ଜଣ ଲେଖାଏଁ  ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୨୪୬ ଜଣ, କଟକରୁ ୧୧୭ ଜଣ,କନ୍ଧମାଳ ଜିଲ୍ଲାରୁ ୯୦ ଜଣ,କୋରାପୁଟରୁ ୯୧ଜଣ, କେନ୍ଦ୍ରାପଡ଼ାରୁ ୭ ଜଣ ,କେଉଁଝରରୁ ୭୨  ଜଣ ଓ କଳାହାଣ୍ଡିରୁ ୨୧ଜଣ ସଂକ୍ରମିତ ହୋଇଛନ୍ତି। ସମ୍ବଲପୁରରୁ ୫୩ ଜଣ ,ସୁନ୍ଦରଗଡ଼ରୁ୬୪ ଜଣ  ଓ ସୋନପୁର ଜିଲ୍ଲାରୁ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାଜପୁର ଜିଲ୍ଲାରୁ ୭୫ ଜଣ ,ଜଗତସିଂହପୁରରୁ ୨୬ଜଣ ଏବଂ ଝାରସୁଗୁଡା ଜିଲ୍ଲାରୁ ୧୩ ଜଣ  ସଂକ୍ରମିତ ହୋଇଛନ୍ତି। ସେହିପରି ବରଗଡ଼ରୁ ୫୧ ଜଣ, ବାଲେଶ୍ଵରରୁ ୧୩୦ଜଣ ,ବଲାଙ୍ଗୀରି ଜିଲ୍ଲାରୁ ୬୬ ଜଣ ,ବୌଦ୍ଧଜିଲ୍ଲାରୁ ୫୩ ଜଣ  ଏବଂ ଭଦ୍ରକ ଜିଲ୍ଲାରୁ ୭୩ ଜଣ ସଂକ୍ରମିତ ହୋଇଛନ୍ତି। ଗଜପତିରୁ ୪୨ଜଣ ସଂକ୍ରମିତ ହୋଇଛନ୍ତି। ପୁରୀରୁ ୪୦ ଜଣ ସଂକ୍ରମିତ ହୋଇଛନ୍ତି। ନୟାଗଡରୁ ୧୪୭ ଜଣ ,ନବରଙ୍ଗପୁରରୁ ୧୪  ଜଣ ଓ ନୂଆପଡ଼ାରୁ ୮ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି, ଢେଙ୍କାନାଳରୁ ୩୬ ଜଣ ସଂକ୍ରମିତ ହୋଇଛନ୍ତି। ଅନୁଗୋଳରୁ ୬ଜଣ ସଂକ୍ରମିତ ହୋଇଛନ୍ତି।ମୟୁରଭଞ୍ଜ ରୁ ୮୦ଜଣ ଏବଂ ମାଲକାନଗିରିରୁ ୫୫ ଜଣ ସଂକ୍ରମିତ ହୋଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୧୦ ଲକ୍ଷ ୯ ହଜାର ୪୫୪ ଟି ନମୂନା ପରୀକ୍ଷା କରାଯାଇଛି। ସେଥିମଧ୍ୟରୁ ୬୪ ହଜାର ୫୩୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୪୩ ହଜାର ୭୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ୨୦ ହଜାର ୩୩୯ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share this: