Breaking Newsଓଡ଼ିଶାଶିକ୍ଷା ଓ ନିଯୁକ୍ତି

SAMS Odisha: ଯୁକ୍ତ ଦୁଇରେ ଖାଲିଥିବା ସିଟରେ ନାମଲେଖା ପାଇଁ ନଭେମ୍ବର ୫ରୁ ଆବେଦନ ଆରମ୍ଭ

Share this:

ଭୁବନେଶ୍ଵର: ଯୁକ୍ତ ଦୁଇ ପାଠ୍ୟକ୍ରମ (+2) ପାଇଁ ଖାଲିଥିବା ସିଟ୍‍ରେ  ନାମଲେଖାଇବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ (CHSE) ପକ୍ଷରୁ ବିଜ୍ଞପ୍ତି ଜରିଆରେ ନିୟମାବଳୀ ଜାରି କରାଯାଇଛି। ପାଠ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ପରେ ଖାଲିଥିବା ସିଟ୍‍ରେ ଏହି ନାମଲେଖା ହେବ। ଛାତ୍ରଛାତ୍ରୀ ଆସନ୍ତା ନଭେମ୍ବର ୫ରୁ ୧୯ ତାରିଖ ପର୍ଯ୍ୟନ୍ତ https://www.samsodisha.gov.in  କୁ ଯାଇ ଆବେଦନ କରିପାରିବେ।

ନାମଲେଖାଇବା ପାଇଁ ୨୩ ତାରିଖ ଅପରାହ୍ଣରେ ଯୋଗ୍ୟ ମେଧାତାଲିକା ପ୍ରକାଶ ପାଇବ ଏବଂ ନାମଲେଖା ୨୪ରୁ ୨୭ ମଧ୍ୟରେ ଅନୁଷ୍ଠିତ ହେବ। ଡିସେମ୍ବର ୩ରେ ସ୍ପଟ ନାମଲେଖା ପାଇଁ ତାଲିକା ପ୍ରକାଶ ପାଇବ। ଡିସେମ୍ବର ୩ ଓ ୪ ତାରିଖରେ ଛାତ୍ରଛାତ୍ରୀ ଏଥିପାଇଁ ନାମ ପଞ୍ଜିକରଣ କରିପାରିବେ। ୭ ତାରିଖ ସନ୍ଧ୍ୟାରେ ନାମଲେଖାର ତଥ୍ୟ ଇ-ସ୍ପେସ୍‍ରେ ଉପଲବ୍ଧ ହେବ। ଯେଉଁ କଲେଜରେ ଛାତ୍ରଛାତ୍ରୀ ଆବେଦନ କରିବେ ସେହି କଲେଜର ପ୍ରଥମ ପର୍ଯ୍ୟାୟ କଟ୍‍ଅଫ୍‍ ମାର୍କ ସହ ସମାନ କିମ୍ବା ତା’ଠାରୁ ଅଧିକ ନମ୍ବର ସେମାନଙ୍କର ରହିଥିବା ଦରକାର। କେବଳ ଅନ୍‍ଲାଇନ୍‍ (Online) ରେ  ସିଏଏଫ୍‍ ଫି (CAF- Fee) ଦାଖଲ କରାଯିବା ସହ ନାମଲେଖା ସମୟରେ ଛାତ୍ରଛାତ୍ରୀଙ୍କ କାଗଜପତ୍ର ଯାଞ୍ଚ କରାଯିବ। ପ୍ରଥମ ପର୍ଯ୍ୟାୟ ନାମଲେଖା ସମୟରେ ଆବେଦନ କରି ଯଦି କୌଣସି କଲେଜରେ ସିଟ୍‍ ପାଇନଥିବେ ସେମାନେ ପୁରୁଣା ଲଗ୍‍ଇନ୍‍ ମାଧ୍ୟମରେ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।

Also Read | MBBS: ଡାକ୍ତରୀ ଶିକ୍ଷା ଏମ୍‌ବିବିଏସ୍‌ ନାମଲେଖା ନିୟମ କ୍ଷେତ୍ରରେ ସଂସ୍କାର ପାଇଁ ବୃହତ୍‌ ପଦକ୍ଷେପ, ଆସନ ସଂଖ୍ୟା ବୃଦ୍ଧି, ନୂଆ ନିୟମ ଜାରୀ

Share this: