Breaking NewsCORONA UPDATESଦେଶ ବିଦେଶ ରୁଷ ବିଶ୍ୱର ପ୍ରଥମ କରୋନା ଟିକା ସୃଷ୍ଟି କରିଛି : ଭ୍ଲାଦିମିର୍ ପୁଟିନ୍;ପ୍ରଥମ ଟୀକା ତାଙ୍କ ଝିଅକୁ ଦିଆଗଲା August 11, 2020 MahimaLive Share this: ମସ୍କୋ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଜି ଏକ ଟେଲିଭିଜନ ଭାଷଣ ମାଧ୍ୟମରେ ସେ ଏହି ଘୋଷଣା କରିଛନ୍ତି ଯେ କରୋନା ଟୀକା ବିକଶିତ କରିବାରେ ରୁଷ ବିଶ୍ଵରେ ପ୍ରଥମ ଦେଶ ହୋଇଛି। ଆଜି ସକାଳେ ବିଶ୍ୱରେ ପ୍ରଥମ ଥର ପାଇଁ କରୋନା ଭୂତାଣୁ ବିରୋଧରେ ଟିକା ପଞ୍ଜିକୃତ ହୋଇଛି। ଏହି ଟିକାକୁ ଋଷିଆର ପ୍ରତିରକ୍ଷା ମନ୍ତ୍ରାଳୟ ଓ ଗାମେଲିଆ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ପକ୍ଷରୁ ମିଳିତ ଭାବେ ବିକଶିତ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ମେଡିକାଲ କର୍ମଚାରୀ, ଶିକ୍ଷକ ଓ ଅନ୍ୟାନ୍ୟ ବିପଦ ଗୋଷ୍ଠୀକୁ ଏବଂ ବରିଷ୍ଠ ନାଗରିକମାନଙ୍କୁ ପ୍ରଥମେ ଟୀକାକରଣ ଦିଆଯିବ।ରୁଷ ପୂର୍ବରୁ ଦାବି କରିଛି ଯେ କରୋନା ଟିକା ପ୍ରସ୍ତୁତ କରିବାରେ ସେମାନେ ବିଶ୍ଵର ଅନ୍ୟ ଦେଶଠାରୁ ବହୁ ଆଗରେ ଅଛନ୍ତି। ପୁଟିନ କହିଛନ୍ତି ଯେ ଏହି ଟିକା ଆବଶ୍ୟକୀୟ ପରୀକ୍ଷା ଦେଇଛି। ସେ କହିଛନ୍ତି ଯେ ତାଙ୍କର ଦୁଇ ଝିଅଙ୍କ ମଧ୍ୟରୁ ଜଣେ ଟୀକାକରଣର ପ୍ରଥମ ଡୋଜ ପାଇଛନ୍ତି ଏବଂ ଭଲ ଅନୁଭବ କରୁଛନ୍ତି। ସୂଚନାଯୋଗ୍ୟ, ଗତ ଜୁନ ୧୮ରେ ଏହି ଟିକାର ପରୀକ୍ଷଣ ଆରମ୍ଭ ହୋଇଥିଲା ଓ ୩୮ ଜଣ ସ୍ୱେଚ୍ଛାସେବୀଙ୍କୁ ଟିକା ଦିଆଯାଇଥିଲା । ସେମାନଙ୍କ ଶରୀରରେ କରୋନାକୁ ପ୍ରତିରୋଧ କରିବାକୁ ପ୍ରତିଷେଧକ ଶକ୍ତି ସୃଷ୍ଟି ହୋଇଥିଲା। ପ୍ରଥମ ଗ୍ରୁପ ସ୍ୱେଚ୍ଛାସେବୀଙ୍କୁ ଜୁଲାଇ ୧୫ରେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବାବେଳେ ୨ୟ ଗ୍ରୁପ ଜୁଲାଇ ୨୦ରେ ହସପିଟାଲରୁ ଡିସଚାର୍ଜ ହୋଇଥିଲା। ତେବେ ଏହି ଟୀକା ଅକ୍ଟୋବରରୁ ଉପଲବ୍ଧ ହେବ। FROM THE WEB Share this: