Road Accident: ରଜ୍ୟରେ ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ
ଦେଓଗଡ଼: ରାଜ୍ୟରେ ଆଜି ପୃଥକ୍ ପୃଥକ୍ ସଡକ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁସାରେ ଦେଓଗଡ଼ (Deogargh) ଜିଲ୍ଲା ରିଆମାଳ ଥାନା ଅନ୍ତର୍ଗତ ବୁଚା କଟେଇ ଛକ ନିକଟରେ ଗତ ବିଳମ୍ବିତ ରାତିରେ ଏକ ଗଛରେ ଧକ୍କା ହୋଇ ଦୁଇ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଆଜି ସକାଳେ ସେମାନଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ରିଆମାଳ ଥାନା ଅନ୍ତର୍ଗତ ମେଞ୍ଜାରୀବାହାଳ ଗ୍ରାମର ବୋଲି ସୂଚନା ମିଳିଛି।
[masterslider id=”1″]
ସେହିପରି ଅନ୍ୟ ଏକ ଦୁର୍ଘଟଣା ବାଲେଶ୍ୱର (Baleswar) ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଘଟିଛି। ଦୁର୍ଘଟଣାରେ ମାଆ ଓ ଶିଶୁପୂତ୍ରର ମୃତ୍ୟୁ ଘଟିଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି। ବାପା, ମାଆ ଓ ପୁଅ ଗୋଟିଏ ସ୍କୁଟିରେ ସେରଗଡ଼ ପଟୁ ଭଦ୍ରକ ଆଡକୁ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ଧକ୍କାରେ ଘଟଣାସ୍ଥଳରେ ମାଆ ଓ ପୁଅଙ୍କର ମୃତ୍ୟୁ ଘଟିଛି।
Also Read | Odisha Covid-19: ଆଜି ରାଜ୍ୟରେ ୯୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ
[amazon_auto_links id=”9939″]