ଭାରତରେ ଗୋଟିଏ ଦିନରେ ୪ଲକ୍ଷରୁ ଅଧିକ କୋଭିଡ ଟେଷ୍ଟ;ନୂଆ ରେକର୍ଡ :ମୋଟ ଟେଷ୍ଟ ଦେଢ କୋଟିରୁ ଅଧିକ

Share this:

ନୂଆଦିଲ୍ଲୀ : ପ୍ରଥମ ଥର ପାଇଁ ଗୋଟିଏ ଦିନରେ ୪ ଲକ୍ଷ ୨୦ ହଜାର ରୁ ଅଧିକ କୋଭିଡ୍ ପରୀକ୍ଷା କରାଯାଇଛି।  ଗତକାଲି ୩ ଲକ୍ଷ ୫୦ ହଜାର କୋଭିଡ୍ ପରୀକ୍ଷା କରିବା ପରେ ଏହା ଏକ ନୂତନ ରେକର୍ଡ ସୃଷ୍ଟି କରିଥିଲା।  ଏହି ଉତ୍ସାହଜନକ କ୍ରମାଗତ ଏକ ସପ୍ତାହ ଧରି ଜାରି ରହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୨୦ ହଜାର ୮୯୮ ଟି ନମୁନା ପରୀକ୍ଷା ସହିତ, ପ୍ରତି ମିଲିୟନ୍ (TPM) ପରୀକ୍ଷା ଆହୁରି ୧୧ ହଜାର ୪୮୫କୁ ବୃଦ୍ଧି ପାଇଛି ଏବଂ ମୋଟ ପରୀକ୍ଷା ସଂଖ୍ୟା ଏକ କୋଟି ୫୮ ଲକ୍ଷ ୪୯ ହଜାର ୫୮ କୁ  ଛୁଇଁଛି।  

ଏହି ଉତ୍ସାହଜନକ ସଫଳତା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଲାବୋରେଟୋରୀ ଦ୍ୱାରା ସମ୍ଭବ ହୋଇପାରିଛି, ଯାହା ଜାନୁଆରୀ ରେ କେବଳ ୧ ରୁ ବଢି ଆଜି  ୧୩୦୧କୁ ବୃଦ୍ଧି ପାଇଛି, ଯେଉଁଥିରେ ୯୦୨ ସରକାରୀ ଲ୍ୟାବ ଏବଂ ୩୯୯ ବେସରକାରୀ ଲ୍ୟାବ ଅନ୍ତର୍ଭୁକ୍ତ।  ଆଇସିଏମଆର(ICMR)ପରୀକ୍ଷା ପାଇଁ ସଂଶୋଧିତ ସୁବିଧାଜନକ ନିର୍ଦ୍ଦେଶାବଳୀ ଏବଂ ସରକାରଙ୍କ ଦ୍ୱାରା ସର୍ବଦଳୀୟ ପ୍ରୟାସ ମଧ୍ୟ ବ୍ୟାପକ ପରୀକ୍ଷଣରେ ସାହାଯ୍ୟ କରିଛି।

ଆକ୍ରମଣାତ୍ମକ ପରୀକ୍ଷଣ ସହିତ ‘ ଯାଞ୍ଚ (Test), ଟ୍ରାକ୍ (Monitor) ଏବଂ ଚିକିତ୍ସା (Treatment) ରଣନୀତି ବଜାୟ ରଖିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଦିଲ୍ଲୀ-ଏନସିଟିରେ କେନ୍ଦ୍ର ସରକାରଙ୍କ ଟାର୍ଗେଟ ପ୍ରୟାସ ପରେ ଦେଖାଯାଇଥିବା ପରି ମାମଲା ସଂଖ୍ୟା ଅଧିକ ହୋଇପାରେ, କିନ୍ତୁ ଶେଷରେ ଏହା ହ୍ରାସ ପାଇବ।

ରୋଗୀ ସେବା ପଦ୍ଧତିର ସାମଗ୍ରିକ ମାନଦଣ୍ଡ ଉପରେ ଆଧାର କରି ପ୍ରଭାବଶାଳୀ ଏବଂ ମାନକ ପ୍ରବନ୍ଧନ  (Clinical Management Protocol) ଗ୍ରହଣ କରିବା ଦ୍ଵାରା କୋଭିଡ ରୋଗୀ ଙ୍କ ମୃତ୍ୟୁ ହାର କ୍ରମାଗତ ଭାବରେ ହ୍ରାସ ପାଇଛି, ଅର୍ଥାତ୍ କେନ୍ଦ୍ର ଏବଂ ରାଜ୍ୟ ଓ  କେନ୍ଦ୍ରଶାସିତ ଅଞ୍ଚଳ ରେ ସରକାରଙ୍କ ସାମୂହିକ କୋଭିଡ -୧୯ କାରଣରୁ ମୃତ୍ୟୁ ହାରକୁ ନିୟନ୍ତ୍ରଣରେ ରଖିବା ପାଇଁ ପ୍ରୟାସ ସମ୍ଭବ ହୋଇଛି। ଏହି ହାର ଆଜି ୨.୩୫ ପ୍ରତିଶତ କୁ ଖସି ଆସିଛି। ବିଶ୍ୱରେ କୋଭିଡ ମୃତ୍ୟୁହାର ସର୍ବନିମ୍ନ ହାର ଥିବା ଦେଶ ମଧ୍ୟରୁ ଭାରତ ମଧ୍ୟ ଅନ୍ୟତମ। ଗତ ୨୪ ଘଣ୍ଟା ମଧ୍ୟରେ, ୩୨ ହଜାର ୨୨୩ କୋଭିଡ ରୋଗୀ ସୁସ୍ଥ ଅଛନ୍ତି । ଏହା ସହିତ, ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା ଆଜି ଏକ ଉଚ୍ଚ ସ୍ତରକୁ ୮ ଲକ୍ଷ ୪୯ ହଜାର ୪୩୧ କୁ ବୃଦ୍ଧି ପାଇଛି। ପୁନରୁଦ୍ଧାର ହାର ୬୩.୫୪ % ର ଛୁଇଁଛି । ସୁସ୍ଥ ରୋଗୀ ଏବଂ କୋଭିଡ -୧୯ ର ସକ୍ରିୟ ମଧ୍ୟରେ ପାର୍ଥକ୍ୟ ବର୍ତ୍ତମାନ ୩ ଲକ୍ଷ ୯୩ ହଜାର ୩୬୦ କୁ ବୃଦ୍ଧି ପାଇଛି ।

From The Web

Share this: