Intercity Express Time Table: ଆସନ୍ତା ଏପ୍ରିଲ ୧୦ରୁ ଚାଲିବ ଇଣ୍ଟରସିଟି ଏକ୍ସପ୍ରେସ୍‍

Share this:

ଭୁବନେଶ୍ଵର: Intercity express new time table ପୁଣି ଚାଲିବ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‍ (Puri-Sambalpur Intercity Express)। ଚଳିତ ଏପ୍ରିଲ ମାସ ୧୦ ତାରିଖରୁ ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‍ ଚଳାଚଳ କରିବ।

ପୂର୍ବତଟ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୧୮୩୦୩ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍‍ ପ୍ରତିଦିନ ସକାଳ ୬ଟାରେ ସମ୍ବଲପୁରରୁ ବାହାରି ଅପରାହ୍ଣ ୧୨ଟା ୫୦ ମିନିଟ୍‍ରେ ପୁରୀରେ ପହଞ୍ଚିବ। ସେହିପରି ୧୮୪୦୪ ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସ୍‍ ଅପରାହ୍ଣ ୩ଟା ୪୫ରେ ପୁରୀରୁ ବାହାରି ରାତି ୧୦ଟା ୨୦ରେ ସମ୍ବଲପୁରରେ ପହଞ୍ଚିବ।

ସୂଚନାଯୋଗ୍ୟ ଏହି ଟ୍ରେନ୍‍ ସମ୍ବଲପୁର ଓ ପୁରୀ ମଧ୍ୟରେ ଚଳାଚଳ କରିବ। ଏଥିସହିତ ଏହି ଟ୍ରେନଟି ଯୁଯୁମରା, ରେଢାଖୋଲ, ବାମୁର, ବଇଣ୍ଡା, ଜରାପଡ଼ା, ଅନୁଗୁଳ, ତାଳଚେର ରୋଡ୍‍, ମେରାମଣ୍ଡଳୀ, ଢେଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ୱର, ଭୁବନେଶ୍ୱର ଏବଂ ଖୋର୍ଦ୍ଧାରୋଡ୍‍ ଷ୍ଟେସନରେ ଅଟକିବ।

Read Also | Digital University: ସ୍ଥାପନ ହେବ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ, ଘରେ ପଢି ପାଇବେ ଡିଗ୍ରୀ

Share this:

Leave a Reply

Your email address will not be published. Required fields are marked *