ISRO ର ବର୍ଷର ପ୍ରଥମ ମିଶନ୍, PSLV-C51 ମାଧ୍ୟମରେ ଆମାଜନିଆ-୧ ସହିତ ୧୯ ଟି ଉପଗ୍ରହର ସଫଳ ଉତକ୍ଷେପଣ

Share this:

ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ୨୦୨୧  ବର୍ଷର ପ୍ରଥମ ମିଶନ୍ ଆରମ୍ଭ କରିଛି। ଭାରତର ପୋଲାର ସାଟେଲାଇଟ୍ ଲଞ୍ଚ ଯାନ (Polar Satellite Launch Vehicle -PSLV) ଦ୍ୱାରା ବ୍ରାଜିଲ (Brazil), ଆମେରିକାର (USA) ଓ ଭାରତ (India )ର ୧୯ଟି ଉପଗ୍ରହ (Satellite) ମହାକାଶକୁ ପଠାଯାଇଛି।

ଆନ୍ଧ୍ରପ୍ରଦଶର ଶ୍ରୀହରିକୋଟା (Sriharikota) ସତିଶ ଧବନ ସ୍ପେସ ସେଣ୍ଟର (Satish Dhawan Space Centre -SDSC) ଠାରୁ, ISRO ଆଜି PSLV-C51 ମାଧ୍ୟମରେ ୧୯ଟି ଉପଗ୍ରହ ଉତକ୍ଷେପଣ କରିଛି। PSLV-C51 ସକାଳ ୧୦.୨୪ମିନିଟରେ ଏକ ଲଞ୍ଚ ପ୍ୟାଡ୍ ସହିତ ଲଞ୍ଚ କରାଯାଇଥିଲା। ଏହି ରକେଟରେ ୬୩୭  କିଲୋଗ୍ରାମ ବ୍ରାଜିଲର ଉପଗ୍ରହ ଆମାଜନିଆ -୧ (Amazonia-1)  ମଧ୍ୟ ଅନ୍ତର୍ଭୁକ୍ତ । ଏହି ଉପଗ୍ରହ ବ୍ରାଜିଲର କୃଷି ବିବିଧତାକୁ ବିଶ୍ଳେଷଣ କରିବ। ଏହା ବ୍ୟତୀତ ଆମେରିକାର ୧୩ଟି ଉପଗ୍ରହ ମଧ୍ୟ ଅଛି।

[amazon_auto_links id=”10233″]

Share this:

Leave a Reply

Your email address will not be published. Required fields are marked *