Toy Fair 2021: ଦେଶର ପ୍ରଥମ ଖେଳନା ମେଳା PM Modi ଙ୍କ ଦ୍ଵାରା ଉଦ୍ଘାଟିତ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Modi) ଭିଡିଓ କନଫରେନ୍ସିଂ ଜରିଆରେ ଇଣ୍ଡିଆ ଖେଳଣା ମେଳା-୨୦୨୧ (India Toy Fair-2021) ର ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ଆମ ଦେଶର ପ୍ରଥମ ଖେଳନା ମେଳା ଆରମ୍ଭର ଏକ ଅଂଶ ହୋଇଯିବା ଆମ ସମସ୍ତଙ୍କ ପାଇଁ ଖୁସିର ବିଷୟ। ଏହା କେବଳ ଏକ ବ୍ୟବସାୟ ଏବଂ ଅର୍ଥନୈତିକ କାର୍ଯ୍ୟକ୍ରମ ନୁହେଁ, ଏହା ଦେଶର ପୁରାତନ କ୍ରୀଡ଼ା ଏବଂ ଗୌରବ ସଂସ୍କୃତିକୁ ଦୃଢ କରିବା ପାଇଁ ଏକ ମାଧ୍ୟମ ଅଟେ।
ମୋଦୀ କହିଛନ୍ତି ଯେ ସିନ୍ଧୁଘାଟୀ ସଭ୍ୟତା, ମୋହେଞ୍ଜୋଡାରୋ ଏବଂ ହରପ୍ପା ଯୁଗରୁ ଖେଳନା ଉପରେ ସମଗ୍ର ବିଶ୍ୱ ଗବେଷଣା କରିଛି। ପ୍ରାଚୀନ କାଳରେ, ଯେତେବେଳେ ବିଶ୍ଵର ଯାତ୍ରୀମାନେ ଭାରତକୁ ଆସୁଥିଲେ, ସେମାନେ ଭାରତରେ କ୍ରୀଡା ଶିକ୍ଷା କରୁଥିଲେ ଏବଂ ସେମାନଙ୍କୁ ସାଙ୍ଗରେ ନେଇଥା’ନ୍ତି।
ଶିଶୁର ମନର ବିକାଶରେ ଖେଳଣାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ବେଳେ ତାହାର ମନସ୍ତାତ୍ୱିକ ଓ ବୋଧଶକ୍ତିର ବିକାଶ ମଧ୍ୟ କରିଥାଏ । ଗତବର୍ଷ ଅଗଷ୍ଟ ମାସରେ ମନ କୀ ବାତ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଖେଳଣା କେବଳ କର୍ମପ୍ରବଣ କରେ ନାହିଁ, ପରନ୍ତୁ ଆକାଂକ୍ଷାକୁ ମଧ୍ୟ ପ୍ରୋତ୍ସାହନ ଦେଇଥାଏ । ଖେଳଣା ଶିଶୁର ସାମଗ୍ରିକ ବିକାଶରେ ସହାୟକ ହେଉଥିବାରୁ ପ୍ରଧାନମନ୍ତ୍ରୀ ଭାରତରେ ଖେଳଣା ତିଆରି ଉପରେ ଗୁରତ୍ୱାଆରୋପ କରିଛନ୍ତ। ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିର ଫଳସ୍ୱରୂପ ଭାରତ ଖେଳଣା ମେଳା -୨୦୨୧ ଆୟୋଜିତ ହେଉଛି।
ସୂଚନାଯୋଗ୍ୟ ଏହି ମେଳା ଫେବୃୟାରୀ ୨୭ରୁ ମାର୍ଚ୍ଚ ଦୁଇ ତାରିଖ ମଧ୍ୟରେ ଆୟୋଜିତ ହେବ। ସମସ୍ତ ଅଂଶଗ୍ରହଣକାରୀ ଯଥା କ୍ରେତା, ବିକ୍ରେତା, ବିଦ୍ୟାର୍ଥୀ, ଶିକ୍ଷକ, ଡିଜାଇନର ଭର୍ଚୁଆଲ ଫ୍ଲାଟଫର୍ମରେ ଏକତ୍ରିତ ହୋଇ ଖେଳଣା ଶିଳ୍ପର ବିକାଶ ଉପରେ ନିଜ ନିଜ ମତମତ ରଖିବେ। ଏହି ପ୍ଲାଟଫର୍ମ ଜରିଆରେ ସରକାର ଓ ଶିଳ୍ପ ସଂସ୍ଥା ଏକାଠି ଭାରତ ଭବିଷ୍ୟତରେ କିପରି ଖେଳଣା ଉତ୍ପାଦନରେ ବିଶ୍ୱରେ ଅଗ୍ରଣୀ ଭୂମିକା ନେବ ତଥା ଏ ଦିଗରେ ପୁଞ୍ଜିନିବେଶ ଓ ରପ୍ତାନୀ ବୃଦ୍ଧି ଇତ୍ୟାଦି ନେଇ ଆଲୋଚନା କରିବେ।
୩୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରୁ ଏକ ହଜାରରୁ ଅଧିକ ପ୍ରଦର୍ଶକ ସେମାନଙ୍କ ସାମଗ୍ରୀର ଇ-କମର୍ସ (E-Commerce) ଜରିଆରେ ଭର୍ଚ୍ୟୁଆଲ ପ୍ରଦର୍ଶନ କରିବେ। ଏଥିରେ ଭାରତୀୟ ପାରମ୍ପରିକ ଖେଳନା ବ୍ୟତୀତ ଆଧୁନିକ ଖେଳନା ଯଥା ଇଲେକ୍ଟୋନିକ ଖେଳନା, ତୁଳା ଓ ପଶମ ଖେଳନା, ପଜଲ ଓ ଗେମ୍ସ ଜାତୀୟ ଖେଳନା ପ୍ରଦର୍ଶିତ ହେବ। ଏଥିପାଇଁ ଆୟୋଜିତ ହେବାକୁ ଥିବା ୱେବିନାର ଓ ପାଜେଲ ଡିସ୍କସନରେ ବହୁ ବିଶିଷ୍ଟ ଜାତୀୟ ଓ ଆନ୍ତର୍ଜାତୀୟ ବକ୍ତା ଭାଗ ନେବେ। ଅନେକ ପ୍ରକାର କାର୍ଯ୍ୟକଳାପ ନିମନ୍ତେ ପିଲାମାନଙ୍କ ପାଇଁ ଏହି ମେଳା ଏକ ଅପୂର୍ବ ସୁଯୋଗ ଆଣିଦେବ।
Also Read | School Time: ବଦଳିଲା ସ୍କୁଲ ସମୟ, ମାର୍ଚ୍ଚରୁ ସକାଳୁଆ ସ୍କୁଲ