Breaking Newsଜାତୀୟ

ପ୍ରଧାନମନ୍ତ୍ରୀ କେୟାର୍ସ ଅଧୀନରେ ମେଡ଼ ଇନ ଇଣ୍ଡିଆ ମାଧ୍ୟମରେ ୫୦ହଜାର ଭେଣ୍ଟିଲେଟର ପ୍ରସ୍ତୁତ

Share this:

ପ୍ରବାସୀ ଶ୍ରମିକମାନଙ୍କ କଲ୍ୟାଣ ସକାଶେ ହଜାରେ କୋଟି ଟଙ୍କା ମଞ୍ଜୁର

ପ୍ରଧାନମନ୍ତ୍ରୀ କେୟାର୍ସ କାର୍ଯ୍ୟକ୍ରମ ଅଧୀନରେ ମେଡ଼ ଇନ ଇଣ୍ଡିଆ ମାଧ୍ୟମରେ ଦେଶରେ ପ୍ରସ୍ତୁତ ୫୦ ହଜାର ଭେଣ୍ଟିଲେଟର ଦେଶରେ କୋଭିଡ଼-୧୯  ବିରୋଧରେ ଲଢ଼ିବା ସକାଶେ ନିୟୋଜିତ କରାଯିବ। ଦେଶର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରରେ ଥିବା ସରକାରୀ କୋଭିଡ଼ ହସପିଟାଲକୁ ଏହିସବୁ ଭେଣ୍ଟିଲେଟର ଯୋଗାଇ ଦିଆଯିବ। ଏଥିପାଇଁ ସରକାର ଦୁଇ ହଜାର  କୋଟି ଟଙ୍କା ମଂଜୁର କରିଛନ୍ତି।

ଏହି ୫୦ ହଜାର ଭେଣ୍ଟିଲେଟର ମଧ୍ୟରୁ ୩୦ ହଜାର ଭେଣ୍ଟିଲେଟର ମେସର୍ସ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ଼ ଦ୍ୱାରା ନିର୍ମିତ କରାଯିବ। ଅବଶିଷ୍ଟ ୨୦ ହଜାର ଭେଣ୍ଟିଲେଟର,ଆଗଭା ହେଲ୍ଥ କେୟାର ଦ୍ଵାରା ୧୦ ହଜାର ,ଏଏମଟିଜେଡ଼ ବେସିକ ଦ୍ଵାରା ୫୬୫୦, ଏଏମଟିଜେଡ଼ ହାଇ ଏଣ୍ଡ ଦ୍ଵାରା ୪ ହଜାର ଏବଂ ଆଲାଏଡ଼ ମେଡ଼ିକାଲ ଦ୍ୱାରା ୩୫୦ ପ୍ରସ୍ତୁତ କରାଯିବ। ଏପର୍ଯ୍ୟନ୍ତ ୨୯୨୩ ଟି ଭେଣ୍ଟିଲେଟର ଉତ୍ପାଦିତ ହୋଇଛି ଏବଂ ସେଥି ମଧ୍ୟରୁ ୧୩୪୦ ଟି ଭେଣ୍ଟିଲେଟର ରାଜ୍ୟ ତଥା କେନ୍ଦ୍ରଶାସିତ କୁ ଯୋଗାଇ ଦିଆଯାଇଛି।  ଯେଉଁସବୁ ରାଜ୍ୟ ଏଭଳି ଭେଣ୍ଟିଲେଟରର ସିଂହଭାଗ ପାଇଛନ୍ତି ସେମାନଙ୍କ ମଧ୍ୟରେ ମହାରାଷ୍ଟ୍ର ୨୭୫ଟି, ଗୁଜରାଟ ୧୭୫ଟି, ବିହାର ୧୦୦ ଟି, କର୍ଣ୍ଣାଟକ ୯୦ ଟି ଏବଂ ରାଜସ୍ଥାନ ୭୫ ଟି । ୨୦୨୦  ଜୁନ ମାସ ସୁଦ୍ଧା ଅତିରିକ୍ତ ୧୪ ହଜାର ଭେଣ୍ଟିଲେଟର ଉତ୍ପାଦନ କରାଯାଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ  ଅଞ୍ଚଳ କୁ  ଯୋଗାଇ ଦିଆଯିବ।

ଅଧିକନ୍ତୁ, ହଜାରେ କୋଟି ଟଙ୍କା ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ମଂଜୁର କରାଯାଇଛି ଯାହାକି ସେମାନେ ପ୍ରବାସୀ ଶ୍ରମିକମାନଙ୍କ କଲ୍ୟାଣ ସକାଶେ ବିନିଯୋଗ କରିବେ। ଏହି ପାଣ୍ଠି ବଣ୍ଟନ ଫର୍ମୁଲା ଅନୁସାରେ ୨୦୧୧ ମସିହାର ଜନଗଣନା ରିପୋର୍ଟକୁ ପଚାଶ ପ୍ରତିଶତ ମାନ୍ୟତା ପ୍ରଦାନ କରାଯିବା ବେଳେ ୪୦ ପ୍ରତିଶତ ମାନ୍ୟତା କୋଭିଡ଼-୧୯  ପଜିଟିଭ ପାଇଁ ପ୍ରଦାନ କରାଯିବ ଏବଂ ଅବଶିଷ୍ଟ ଦଶ ପ୍ରତିଶତ ପ୍ରାଧାନ୍ୟ ସମାନ ଭାବେ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କ ମଧ୍ୟରେ ବଣ୍ଟନ କରାଯିବ।

ଏହି ସହାୟତା ପ୍ରବାସୀ ଶ୍ରମିକମାନଙ୍କ ସକାଶେ ରହଣି, ଖାଦ୍ୟ, ସେମାନଙ୍କର ମେଡ଼ିକାଲ ଚିକିତ୍ସା ଓ ପରିବହନ ନିମନ୍ତେ ବ୍ୟୟ କରାଯିବ। ଏହି ପାଣ୍ଠିରୁ ସିଂହ ଭାଗ ପ୍ରଦାନ କରାଯାଇଥିବା ରାଜ୍ୟଗୁଡ଼ିକ ହେଲେ, ମହାରାଷ୍ଟ୍ର ୧୮୧ କୋଟି, ଉତ୍ତରପ୍ରଦେଶ ୧୦୩କୋଟି, ତାମିଲ ନାଡ଼ୁ ୮୩ କୋଟି, ଗୁଜରାଟ ୬୬ କୋଟି, ଦିଲ୍ଲୀ ୫୫ କୋଟି, ପଶ୍ଚିମ ବଙ୍ଗ ୫୩  କୋଟି, ବିହାର ୫୧ କୋଟି, ମଧ୍ୟପ୍ରଦେଶ ୫୦କୋଟି, ରାଜସ୍ଥାନ ୫୦ କୋଟି ଏବଂ କର୍ଣ୍ଣାଟକ ୩୪ କୋଟି।

Share this: