Skip to content
March 5, 2026
Latest:
  • Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର
  • Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ
  • Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି
  • PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ
  • Gold Rate Today: ଆଜିର ସୁନା ଦର, ଦିନେ ବଢୁଛି ଦିନେ କମୁଛି
Mahima Live

  • HOME
  • ଓଡ଼ିଶା
    • ଅନୁଗୁଳ
    • ଢେଙ୍କାନାଳ
  • ଜାତୀୟ
  • ଦେଶ ବିଦେଶ
  • ଖେଳ ଖବର
  • ଟେକ୍ନୋଲୋଜି
  • ସ୍ୱାସ୍ଥ୍ୟ
  • VIDEOS
  • MORE
    • ବ୍ୟବସାୟ
    • ମନୋରଞ୍ଜନ
    • ଧର୍ମ ଓ ସଂସ୍କୃତି
    • ଜୀବନଶୈଳୀ
    • ଅପରାଧ
    • ଶିକ୍ଷା ଓ ନିଯୁକ୍ତି
    • ମୋ ପୃଷ୍ଠା
  • LIVE TV
  • ପାଣିପାଗ
  • ରାଶିଫଳ
dharmendra-pradhan2
Breaking Newsଓଡ଼ିଶାଜାତୀୟ

PM SVANidhi:ଉଠା ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବନ୍ଧକବିହୀନ ଋଣ:ଧର୍ମେନ୍ଦ୍ର ପ୍ରଧାନ

September 22, 2020 MahimaLive 68 Views Baleswar, Breaking News Of The Hour, cuttack, Hardeep Singh Puri, loan without mortgage, Mahimalive Odisha, odisha, PM MODI, pm svanidhi login, pm svanidhi status, portal, ROURKELA, sambalpur, Street vendor, Union minister Dharmendra Pradhan 1 min read
Share this:

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନା (PM SVANidhi scheme) ରେ ବନ୍ଧକବିହୀନ ଋଣ ପାଇବା ପାଇଁ ରାଜ୍ୟର ସହରାଂଚଳର ୬୩ ହଜାର ୨୨୨ ଜଣ ଉଠା ଦୋକାନୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୨୩ ହଜାର ୫୫୦ ଜଣ ଋଣ ପାଇବା ପାଇଁ ଆବେଦନ କରିଛନ୍ତି । ଏହି ଯୋଜନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ (PM Narendra Modi) ଙ୍କ ନେତୃତ୍ୱରେ ଭାରତ ସରକାର ଓଡ଼ିଶା ପାଇଁ ଉଠା ଦୋକାନୀଙ୍କ ବନ୍ଧକବିହୀନ ଋଣ ବାବଦକୁ ୮.୨ କୋଟି ଟଙ୍କା ମଞ୍ଜୁର କରିଥିବା ବେଳେ୦.୮୧ କୋଟି ଟଙ୍କା ଦେଇଛନ୍ତି ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan)।

ଭାରତ ସରକାର ସହରାଂଚଳର ଉଠା ଦୋକାନୀ ମାନଙ୍କର ଥଇଥାନ ନିମନ୍ତେ ପ୍ରଧାନମନ୍ତ୍ରୀ ସ୍ୱ-ନିଧି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାର ଲାଭ ପାଇବାରେ ଓଡ଼ିଶା ଶୀର୍ଷ ୧୦ ଟି ରାଜ୍ୟ ମଧ୍ୟରେ ରହିଛି। ଓଡ଼ିଶାର ସମ୍ବଲପୁର, କଟକ, ବ୍ରହ୍ମପୁର, ବାଲେଶ୍ୱର ଏବଂ ଅନ୍ୟ ସବୁ ସହର ମାନଙ୍କରେ ଥିବା ଉଠା ଦୋକାନୀମାନେ ମଧ୍ୟ ଏହାର ଲାଭ ପାଇଛନ୍ତି। ଏହି ଯୋଜନା ଦ୍ୱାରା ଉଠା ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ମହାମାରୀ ସମୟରେ ସଶକ୍ତ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman )ଏବଂ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ (Hardeep Singh Puri) ଙ୍କୁ ଧନ୍ୟବାଦ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ଯୋଜନାରେ ଦେଶର ସହର ମାନଙ୍କରେ ଥିବା ୫୦ ଲକ୍ଷ ଉଠା ଦୋକାନୀଙ୍କ ପାଇଁ ୧ ବର୍ଷ ପାଇଁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ବନ୍ଧକବିହୀନ ଋଣର ବ୍ୟବସ୍ଥା କରାଯାଇଛି। ଏହି ଯୋଜନା ମାଧ୍ୟମରେ ଋଣର ନିୟମିତ ପରିଶୋଧ ଉପରେ ବାର୍ଷିକ ସୁଧରେ ୭ ପ୍ରତିଶତ ରିହାତି ଦିଆଯିବ। ନିୟମିତ ଋଣ ପରିଶୋଧ କରୁଥିବା ବ୍ୟକ୍ତିଙ୍କୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରାଯିବ। ଡିଜିଟାଲ (Digital ) କାରବାର ମାଧ୍ୟମରେ ୧୨୦୦ ଟଙ୍କା ଜମା ଖାତାକୁ ଫେରିବାର ବ୍ୟବସ୍ଥା ଏହି ଯୋଜନାରେ ରହିଛି।

ଏହି ଯୋଜନା ଉଠା ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀଙ୍କୁ ଡୋର୍ ଷ୍ଟେପରେ ବ୍ୟାଙ୍କ ପହଁଚାଇବ। ସମସ୍ତ ପ୍ରକାରର ବ୍ୟାଙ୍କ୍, ମାଇକ୍ରୋ ଫାଇନାନ୍ସ (Micro Finance) ଅନୁଷ୍ଠାନ ଯଥା ବେସରକାରୀ, ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କ, ସମବାୟ ବ୍ୟାଙ୍କ, ଏସଏଚଜି ବ୍ୟାଙ୍କଗୁଡିକ ଆଦି ଋଣ ପ୍ରଦାନ କରିବେ। ଆରବିଆଇ ନିର୍ଦ୍ଦେଶାବଳୀ (RBI Guidelines) ଅନୁଯାୟୀ ଋଣଦାତାଙ୍କ ଠାରୁ ସୁଧ ଆଦାୟ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Also Read:

MSP: ୬ଟି କୃଷିଜାତ ସାମଗ୍ରୀ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ୱାଗତ

Share this:
  • DRDO ABHYAS: ଡିଆରଡିଓ ପକ୍ଷରୁ ଅଭ୍ୟାସର ସଫଳ ପରୀକ୍ଷଣ
  • Fit India Movement:ଫିଟନେସ୍ ସଂପର୍କରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାର୍ଗଦର୍ଶନ

You May Also Like

covid19 op-min

India Covid19 Updates: ଭାରତରେ ପୁଣି ୯୨୬୦୫ କରୋନା ସଂକ୍ରମିତ ଚିହ୍ନଟ,୧୧୩୩ ମୃତ; ମୋଟ ଆକ୍ରାନ୍ତ ୫୪ ଲକ୍ଷ ପାର

September 20, 2020 MahimaLive
covid19 recovered

Odisha Covid19: ରାଜ୍ୟରେ କମୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା, ଆଜି ୧୯୦୪ ଜଣ ଚିହ୍ନଟ

October 20, 2020 MahimaLive
Coronavirus negative

Odisha Covid19: ଖୁସି ଖବର, ଆଜି ରାଜ୍ୟରେ କରୋନାରୁ ସୁସ୍ଥ ହେଲେ ଆଉ ୧୦ ହଜାର ୭୮୧ ଜଣ

May 15, 2021 MahimaLive
ABOUT US


Mahimalive is a Digital Media. Mahimalive.in is a 24×7 digital news portal with the aim of reaching among People. We are planning to digital IPTV/ OTT Platform ...Read More

  • About Us
  • Privacy Policy
  • Cookie Policy
  • Affiliate Disclosure
  • Advertisement With Us
  • Contact Us
  • Read In English

IMPORTANT LINKS

  • Aadhaar Download
  • Police Commissionerate
  • Health Department
  • CM Kisan Beneficiary List
  • Electric Vehicle Subsidy Apply
  • Train Ticket
  • Ration Card Apply
  • Voter ID Online Apply
Copyright © 2026 Mahima Live. All rights reserved.
Theme: ColorMag by ThemeGrill. Powered by WordPress.