ଭୁବନେଶ୍ଵର : ଗୁରୁତର ହୋଇଥିବା କରୋନା ରୋଗୀ କୁ ଓଡ଼ିଶାରେ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପୀ(Plasma Therapy) ଚିକିତ୍ସା ସଫଳ ହୋଇଛି। କୋଭିଡ଼-୧୯ରେ ଗୁରୁତର ପୀଡ଼ିତ ୬ ଜଣ ରୋଗୀଙ୍କ ମଧ୍ୟରୁ ୪ ଜଣଙ୍କ କ୍ଷେତ୍ର ରେ ଭଲ ପ୍ରତିକ୍ରିୟା ମିଳିଛି ଓ ସେମାନଙ୍କ ସ୍ଵାସ୍ଥ୍ୟ ବର୍ତ୍ତମାନ ଭଲ ଅଛି। ସମ କୋଭିଡ-୧୯ ହସ୍ପିଟାଲ ର ୪ ଜଣ ରୋଗୀ ଏବଂ ଅଶ୍ୱିନୀ କୋଭିଡ-୧୯ ହସ୍ପିଟାଲର ୨ ଜଣ ରୋଗୀଙ୍କୁ ପ୍ଲାଜମା ଥେରାପି ଦ୍ଵାରା ଚିକିତ୍ସା କରାଯାଇଥିଲା।
ସୂଚନାଯୋଗ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଏସସିବି ମେଡିକାଲ କଲେଜ ରେ ପ୍ଲାଜମା ଥେରାପୀ ଚିକିତ୍ସା ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ।