Odisha Earthquake News: ଭୂମିକମ୍ପରେ ଥରିଲା ଓଡ଼ିଶା, ଭୟରେ ଲୋକେ ବାହାରିଲେ ଘରୁ

Share this:

ଭୁବନେଶ୍ଵର: Odisha Earthquake News Latest Updates ଆଜି ରାଜ୍ୟର ୪ଟି ସ୍ଥାନରେ ଆଜି ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଆଜି ଗଞ୍ଜାମ, ନୟାଗଡ଼, କନ୍ଧମାଳ ଏବଂ ବୌଦ ଜିଲ୍ଲାରେ ଭୂମିକମ୍ପର କମ୍ପନ ଅନୁଭୂତ ହୋଇଛି।

ଭୂମିକମ୍ପର ତୀବ୍ରତା ୩.୫ ଥିବା ଜଣାପଡ଼ିଛି। ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଓ ଗଣିଆ ଅଞ୍ଚଳରେ ଆଜି ଦିନ ୧୧ଟା ୨୦ ମିନିଟ୍‍ ସମୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି। ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡ଼ିଛି। ଆଜି ୫ ସେକେଣ୍ଡ ଲେଖାଏଁ ଦୁଇ ଥର ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ଲୋକମାନେ ଭୟଭୀତ ହୋଇ ଘର ବାହାରକୁ ପଳାଇ ଆସିଥିବାର ଖବର ମିଳିଛି।

Read Also | Odisha Coronavirus Updates: ଓଡ଼ିଶାରେ ପୁଣି ବଢିଲା କରୋନା ସଂକ୍ରମଣ, ଆଜି ୧୭ ଚିହ୍ନଟ

Share this:

Leave a Reply

Your email address will not be published. Required fields are marked *