Paytm : Google Play Store ରୁ ପେଟିଏମ୍ ଉଭାନ

Share this:

ନୂଆଦିଲ୍ଲୀ : ଡିଜିଟାଲ୍ ପେମେଣ୍ଟ ସର୍ଭିସ୍ ଆପ୍ (Digital Payment Service) ପେଟିଏମ୍ (Paytm)  ଗୁଗୁଲ୍ ପ୍ଲେ ଷ୍ଟୋରରୁ (Google play store) ଉଭାନ ହୋଇଯାଇଛି। ଖବର ଅନୁଯାୟୀ, ପେଟିଏମର ଆପ୍ ଗୁଗୁଲର କିଛି ନୀତିର ଉଲ୍ଲଂଘନ କରିଥିଲା।

ସୂଚନାଯୋଗ୍ୟ, ଗୁଗୁଲ ଏହାର ପ୍ଲାଟଫର୍ମରେ କୋଣସି ପ୍ରକାର ଜୁଆ ଖେଳ କିମ୍ବା ବେଟିଂ ଆପକୁ ଅନୁମତି ଦିଏ ନାହିଁ। କିନ୍ତୁ ଉପଭୋକ୍ତା ପେଟିଏମ୍ ଆପରୁ ଏକ ବେଟିଂ ଆପ୍ କୁ ଲିଙ୍କ ହେଉଥିଲା। ଗୁଗୁଲ୍ ପୂର୍ବରୁ ପେଟିଏମ୍ ଡେଭଲପର୍ମାନ (Developer) ଙ୍କୁ ନୋଟିସ୍ ଜାରି କରିଥିଲା। କିନ୍ତୁ ପେଟିଏମ୍ କୋଣସି କାର୍ଯ୍ୟାନୁଷ୍ଠାନ କରିନଥିଲା। ତେଣୁ ଗୁଗଲ କମ୍ପାନୀ ଶେଷରେ ଆପକୁ ହଟାଇ ଦେଇଛି।

ପ୍ଲେ ଷ୍ଟୋରରୁ ଆପ୍ ଅପସାରଣ କରିବା ପରେ ଏକ ଟୁଇଟ୍‌ରେ କମ୍ପାନୀ ଉପଭୋକ୍ତାମାନଙ୍କୁ ବିବ୍ରତ ନହେବାକୁ କହିଛି। ଟୁଇଟ୍‌ରେ କୁହାଯାଇଛି, “ଗୁଗୁଲର ପ୍ଲେ ଷ୍ଟୋରରେ ନୂତନ ଡାଉନଲୋଡ୍ କିମ୍ବା ଅପଡେଟ୍ ପାଇଁ ପେଟିଏମର ଆଣ୍ଡ୍ରଏଡ୍ ଆପ୍ ସାମୟିକ ଭାବରେ ଉପଲବ୍ଧ ନୁହେଁ। ଏହା ଶୀଘ୍ର ଉପଲବ୍ଧ ହେବ। ଆପଣଙ୍କର ସମସ୍ତ ଟଙ୍କା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ଆପଣ ଆପଣଙ୍କର ପେଟିଏମ୍ ଆପ୍ ସାଧାରଣ ଭାବରେ ବ୍ୟବହାର କରିପାରିବେ। “

Also Read :

WhatsApp ନୂତନ ଅପଡେଟ୍ ରେ ଉପଭୋକ୍ତାମାନେ ଏହି ସୁବିଧା ପାଇବେ…

ଗୁଗୁଲର ” Kormo” ଆପ୍ ଚାକିରି ଦେଉଛି

Share this:

Leave a Reply

Your email address will not be published. Required fields are marked *