Odisha Winter Temperature: ଓଡ଼ିଶାରେ ବଢୁଛି ଶୀତ, କମୁଛି ତାପମାତ୍ରା
ଭୁବନେଶ୍ଵର: Odisha Winter Temperature ଓଡ଼ିଶାରେ ବର୍ତ୍ତମାନ ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ରାଜ୍ୟରେ ଶୀତ ଅନୁଭୂତ ହେଉଛି। ଆଗକୁ ଆହୁରି ବଢିବ ଶୀତ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ସୂଚନା ଅନୁସାରେ, କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଏବଂ କୋରାପୁଟ ଜିଲ୍ଲାର ସିମିଳିଗୁଡ଼ାରେ ତାପମାତ୍ରା ୧୦ ଡ଼ିଗ୍ରୀ ତଳେ ଥିବା ରେକର୍ଡ଼ କରାଯାଇଛି। ସେହିପରି ଗତକାଲି ସୋମବାର ରାଜ୍ୟର ୨୦ଟି ସ୍ଥାନରେ ତାପମାତ୍ରା ୧୫ ଡ଼ିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି। ରାଜ୍ୟର ଜି.ଉଦୟଗିରିରେ ସର୍ବନିମ୍ନ ରାତିର ତାପମାତ୍ରା ୭.୨ ଡ଼ିଗ୍ରୀ ସେଲେସିୟସ ରେକର୍ଡ଼ (Odisha Winter Temperature) କରାଯାଇଛି।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଅନୁଯାୟୀ ରାଜ୍ୟରେ ଶୀତର ପ୍ରଭାବ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ କିଛି ଅଧିକ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ।
Read Also
- Maha Vishuba Sankranti: ମହାବିଷୁବ ସଂକ୍ରାନ୍ତି 2026 ଓଡ଼ିଆ ନବବର୍ଷର ଗୁରୁତ୍ୱ, ପରମ୍ପରା ଓ ପାଳନ ପ୍ରଣାଳୀ

- Gold Price Today Odisha: ପୁଣି ଶସ୍ତା ହେଲା ସୁନା, ଜାଣନ୍ତୁ ଆଜି ଭୁବନେଶ୍ୱରରେ କେତେ ରହିଛି କ୍ୟାରେଟ୍ ଦର

- Joranda Magha Mela: ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘମେଳା ପରମ୍ପରା, ପ୍ରସ୍ତୁତି ଓ ଆଧ୍ୟାତ୍ମିକ ମହତ୍ତ୍ୱ

- Subhadra Yojana Installment In 2026: ଆଜି ମିଳିଲା ପୁଣି ସୁଭଦ୍ରା କିସ୍ତି

- PUC Certificate Odisha: ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ନିଷେଧ ନିୟମ ଫେବ୍ରୁଆରୀ ୧ରୁ ଲାଗୁ

